ଓଡିଶା

odisha

ETV Bharat / bharat

ଟିକା ନେଲେ 103 ବର୍ଷିୟା ମହିଳା - 103 ବର୍ଷୀୟ ବୃଦ୍ଧା

103 ବର୍ଷ ବୟସରେ କୋଭିଡ-19ର ପ୍ରଥମ ଡୋଜ ଟିକା ନେଇଛନ୍ତି ବେଙ୍ଗାଲୁରୁର ଜେ କାମେଶ୍ବରୀ । ଅଧିକ ପଢନ୍ତୁ...

ଭାରତର ସର୍ବବରିଷ୍ଠ ମହିଳା
ଭାରତର ସର୍ବବରିଷ୍ଠ ମହିଳା

By

Published : Mar 10, 2021, 2:00 PM IST

ବେଙ୍ଗାଲୁରୁ: କୋରୋନା ଟିକା ନେଲେ ଭାରତର ବୟସ୍କା ମହିଳା । 103 ବର୍ଷ ବୟସରେ କୋଭିଡ-19ର ପ୍ରଥମ ଡୋଜ ଟିକା ନେଇଛନ୍ତି ବେଙ୍ଗାଲୁରୁର ଜେ କାମେଶ୍ବରୀ ।

ମାର୍ଚ୍ଚ ପହିଲାରୁ ଦେଶବ୍ୟାପୀ ବରିଷ୍ଠ ନାଗରିକମାନଙ୍କୁ କୋରୋନା ଟୀକାକରଣ ଜାରି ରହିଛି । ମଙ୍ଗଳବାର ବେଙ୍ଗାଲୁରୁର ବନରଘାଟ ରୋଡ ଆପୋଲ ହସ୍ପିଟାଲରେ 103 ବର୍ଷ ବୟସ୍କା ଜେ କାମେଶ୍ବରୀ କୋରୋନା ଟିକା ନେଇଛନ୍ତି ।

ଏହା ସହିତ ଜେ କାମେଶ୍ବରୀ ଭାରତର ସବୁଠୁ ଅଧିକ ବୟସ ବୃଦ୍ଧା ମହିଳା ଯିଏ କୋରୋନା ଟିକା ନେଇଛନ୍ତି । ସାରା ଦେଶରେ ଜାନୁଆରୀ 16 ତାରିଖରୁ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପ୍ରର୍ଯ୍ୟାୟରେ ଆଗଧାଡିର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଦିଆଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଦେଶର ବରିଷ୍ଠ ନାଗରିକମାନଙ୍କୁ କୋରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏବେ ସୁଦ୍ଧା ଦେଶରେ 7,98,345ଜଣ କୋରୋନା ଟିକା ନେଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ABOUT THE AUTHOR

...view details