ଓଡିଶା

odisha

ETV Bharat / bharat

୧୦୦ ବର୍ଷ ପୁରୁଣା ପୋଲଚୀ ପୌରପାଳିକାରେ ପ୍ରଥମ ମହିଳା ଡ୍ରାଇଭର - ତାମିଲନାଡ଼ୁର ପୋଲାଚୀ ପୌରପାଳିକା

ତାମିଲନାଡ଼ୁ ୧୦୦ ବର୍ଷ ପୁରୁଣା ପୋଲାଚୀ ପୌରପାଳିକାରେ ଏକ ଇତିହାସ ସୃଷ୍ଟି ହୋଇଛି । ଏହି ପୌରପାଳିକାରେ ପ୍ରଥମ ଥର ପାଇଁ ଜଣେ ମହିଳା ସଫେଇ ଗାଡ଼ିର ଡ୍ରାଇଭର ଭାବରେ ନିଯୁକ୍ତି ପାଇଛନ୍ତି । ଅଧିକ ପଢ଼ନ୍ତୁ

100 years old Pollachi municipality of tamilnadu gets First woman driver in service
100 ବର୍ଷ ପୁରୁଣା ପୋଲଚୀ ପୌରପାଳିକାରେ ପ୍ରଥମ ମହିଳା ଡ୍ରାଇଭର

By

Published : Apr 17, 2022, 10:43 PM IST

ଚେନ୍ନାଇ: ତାମିଲନାଡ଼ୁ ୧୦୦ ବର୍ଷ ପୁରୁଣା ପୋଲାଚୀ ପୌରପାଳିକାରେ ଏକ ଇତିହାସ ସୃଷ୍ଟି ହୋଇଛି । ଏହି ପୌରପାଳିକାରେ ପ୍ରଥମ ଥର ପାଇଁ ଜଣେ ମହିଳା ସଫେଇ ଗାଡ଼ିର ଡ୍ରାଇଭର ଭାବରେ ନିଯୁକ୍ତି ପାଇଛନ୍ତି । ଏହି ମହିଳା ଜଣକ ସ୍ଥାନୀୟ ରାଜା ମିଲ୍‌ ରୋଡ ଅଞ୍ଚଳର ଶାନ୍ତି ବୋଲି ଜଣା ପଡ଼ିଛି । ରାଜା ମିଲ୍‌ ରୋଡ ଅଞ୍ଚଳର ସ୍ବର୍ଗୀୟ ନାଗରାଜଙ୍କ ପତ୍ନୀ ହେଉଛନ୍ତି ଶାନ୍ତି । ସ୍ବାମୀଙ୍କ ଦେହାନ୍ତ ପରେ ସେ ତାଙ୍କ ୪ଟି ସନ୍ତାନକୁ ଘର ଚଳାଉଥିଲେ । ମୂଲ ମଜୁରୀ କରି ଯାହା ବି ଆଣୁଥିଲେ ତାହା ପରିବାର ପାଇଁ ନିଅଣ୍ଟିଆ ହେଉଥିଲା । ସେପଟେ ତାଙ୍କ ପାଇଁ କୌଣସି ସାହାରା ମଧ୍ୟ ନଥିଲା ।

ଅଭାବ ଅନଟନ ମଧ୍ୟରେ ଶାନ୍ତି ଗାଡ଼ି ଚଳାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ଗାଡ଼ି ଚଳାଇବା ସହ ଏଥିପାଇଁ ଲାଇସେନ୍ସ ମଧ୍ୟ ପ୍ରାପ୍ତ କରିଥିଲେ । କୌଣସିମତେ ଶାନ୍ତିଙ୍କ ବିଷୟରେ ପୋଲାଚୀ ପୌରପାଳ ଅଧ୍ୟକ୍ଷା ଶ୍ୟାମଳା ନବନୀତକ୍ରୀଷ୍ଣନ ଜାଣିବାକୁ ପାଇଲେ । ସେ ଶାନ୍ତିଙ୍କୁ ପୋଲଚୀ ପୌରପାଳିକାର ସଫେଇ ଗାଡ଼ି ଚାଳକ ଦାୟିତ୍ବ ଦେଇଛନ୍ତି । ଏଭଳି ଭାବରେ ୧୦୦ ବର୍ଷ ପୁରୁଣା ପୋଲାଚୀ ପୌରପାଳକୁ ପ୍ରଥମ ମହିଳା ସଫେଇ ଗାଡ଼ି ଚାଳକ ମିଳିଛି ।

ଏହାକୁ ନେଇ ଶାନ୍ତି କହିଛନ୍ତି, "ସ୍ବାମୀଙ୍କୁ ହରାଇବା ପରେ ୪ ସନ୍ତାନଙ୍କୁ ନେଇ ଚଳିବା କଷ୍ଟକର ହୋଇ ପଡ଼ିଥିଲା । ଘର ଚଳାଇବା ପାଇଁ ଆବଶ୍ୟକ ଆମଦାନୀ ହୋଇ ପାରେନାହିଁ । ଏହାପରେ ମୁଁ ଗାଡ଼ି ଚଳାଇବା ଶିଖିବା ଆରମ୍ଭ କଲି । ମୁଁ ତାମିଲନାଡ଼ୁର କୋଚିନ୍‌ ସହ କର୍ଣ୍ଣାଟକର ବାଙ୍ଗାଲୋର ଭଳି ସ୍ଥାନରେ ବି ଗାଡ଼ି ଚଲାଇଥିଲି । ମୁଁ ୧୦ ବର୍ଷ ହେଲା ଗାଡ଼ି ଚଳାଉଛି । ମୁଁ କାର ସହ ହେଭି ଗାଡ଼ି ବି ଚଳାଉଥିଲି । କିନ୍ତୁ ବର୍ତ୍ତମାନ ମୁଁ ପୋଲାଚୀରେ ସଫେଇ ଗାଡ଼ି ଚଳାଇବା କାମ ପାଇଛି । ପୂର୍ବରୁ କୋରୋନା ସମୟରେ ମୁଁ ମୋର ଘର ଭଡ଼ା ମଧ୍ୟ ଦେଇ ପାରୁନଥିଲି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details