ଲକ୍ଷ୍ନୌ:ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବ ବିଧାନସଭା ନର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ରାଜୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ୟୁପି ନିର୍ବାଚନରେ ଅସଦୁ୍ଦ୍ଦିନ ଓବେସୀଙ୍କ ଦଳ ଏଆଇଏମଆଇଏମ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି । ଉତ୍ତରପ୍ରଦେଶରେ ଓମପ୍ରକାଶ ରାଜଭରଙ୍କ ସଂକଳ୍ପ ମୋର୍ଚ୍ଚାରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି ଓବେସୀ ।
2022 ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମସ୍ତ ଜାତୀୟସ୍ତରର ରାଜନୈତିକ ଦଳର ନଜର । ଉତ୍ତରପ୍ରଦେଶ ଦେଇ 2024 ପାଇଁ ପଥ ପ୍ରସ୍ତୁତି ଅପେକ୍ଷାରେ ସମସ୍ତ ଦଳ । ଦେଶରେ ସଂଖ୍ୟାଲଘୁ ସମ୍ଫ୍ରଦାୟର ଭୋଟ ହାତେଇବା ପାଇଁ ସବୁବେଳେ ପ୍ରୟାସରତ ଅସଦୁଦ୍ଦିନ ଓବେସୀ ଉତ୍ତରପ୍ରଦେଶ ନିର୍ବାଚନ ଲଢିବା ନେଇ ଘୋଷଣା କରିଛନ୍ତି । ଅସଦୁଦ୍ଦିନ ଓୱେସ ଏଆଇଏମଆଇଏମ ଉତ୍ତପ୍ରଦେଶରେ ଓମପ୍ରକାଶ ରାଜଭରଙ୍କ ଭାଗୀଦାରୀ ସଂକଳ୍ପ ମୋର୍ଚ୍ଚା ସହ ମେଣ୍ଟ କରାଯିବ ନେଇ ନିଷ୍ପତି ନେଇଛନ୍ତି । ଏଆଇଏମଆଇଏମ ଉତ୍ତରପ୍ରଦେଶ ନିର୍ବାଚନରେ ମେଣ୍ଟ କରି 100 ସିଟରେ ଲଢିବା ନେଇ ଘୋଷଣା କରିଛନ୍ତି । ବର୍ତ୍ତମାନ ଠାରୁ ଏଆଇଏମଆଇଏମ ଏଠାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ।