ନୂଆଦିଲ୍ଲୀ:ଗୁରୁଦ୍ବାରରେ ଖୋଳିବା ସମୟରେ ବାହାରିଲା ବ୍ରିଟିଶ ମୁଦ୍ରା । ଲାମେ ଜାଟପୁରା ଗାଁର ଗୁରୁଦ୍ୱାର ଦାମଦାମା ସାହିବରେ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଖୋଳିବା ସମୟରେ ମାଟିତଳୁ 100 ରୁ ଅଧିକ ମୁଦ୍ରା ବାହାରିଛି । ଶିରୋମାନି ଗୁରୁଦ୍ୱାର ପାର୍ବନ୍ଧକ କମିଟି (SGPC) ପକ୍ଷରୁ ଏହି ମୁଦ୍ରାକୁ ପ୍ରଦର୍ଶନ କରାଯାଇଛି ।
ଯଦିଓ ମୁଦ୍ରା ଏବଂ ଶିଖ୍ ଇତିହାସ ମଧ୍ୟରେ କୌଣସି ସଂଯୋଗ ଦାବି କରାଯାଇ ନଥିଲା, ତଥାପି ଏହି ମୁଦ୍ରା ଉପରେ ପରୀକ୍ଷଣ ପାଇଁ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁଦ୍ବାର ପରିଚାଳକ, SGP, ଗୁରୁଚରଣ ସିଂ ଗ୍ରେୱାଲ କହିଛନ୍ତି ଯେ, "ଶ୍ରମିକମାନେ ଏହି ୧୦୦ଟି ବ୍ରିଟିଶ ମୁଦ୍ରା ଗୁଡିକ ବାହାରିଛି । ମୁଦ୍ରା ଗୁଡିକ ଏକ ମାଠିଆରେ ରହିଥିଲା । ସେଥିମଧ୍ୟରୁ ଗୋଟିଏ ସ୍ବର୍ଣ୍ଣ ମୁଦ୍ରା ହୋଇଥିବା ବେଳେ ଅନ୍ୟସବୁ ରୌପ୍ୟ ଅଟେ । ଯଦିଓ ସଂଗୃହିତ ମୁଦ୍ରା ସହିତ ଶିଖ ସଂପ୍ରଦାୟର କୌଣସି ସମ୍ପର୍କ ନାହିଁ କିନ୍ତୁ ଉକ୍ତ ମୁଦ୍ରାରେ ରାଣୀ ଏଲିଜାବେଥଙ୍କ ଚିତ୍ର ରହିଛି । ଏହା ବ୍ରିଟିସ ଅମଳର ହୋଇଥାଇପାରେ ।