ଓଡିଶା

odisha

ETV Bharat / bharat

ପାଠପଢିବାର ନିଶା, ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି ଛାତ୍ରୀ - ବିହାର ଦିବ୍ୟାଙ୍ଗ ଛାତ୍ରୀ ନ୍ୟୁଜ

ମନର ବଳ ଶାରୀରିକ ଅକ୍ଷମତାକୁ ଫିକା ପକାଇ ଦେଇଥାଏ । ଜଣେ ଛାତ୍ରୀଙ୍କ ପାଠପଢିବାର ନିଶା ଏପରି ଉକ୍ତିକୁ ପ୍ରମାଣ କରିଛି । ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇବା ପରେ ଆର ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି ବିହାରର ଜଣେ ଛାତ୍ରୀ । ଅଧିକ ପଢନ୍ତୁ

ପାଠପଢିବାର ନିଶା, ଗୋଟିଏ ଗୋଡରେ ଡେଇଁ ଡେଇଁପାଠପଢିବାର ନିଶା, ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି ଛାତ୍ରୀ ସ୍କୁଲ ଯାଉଛନ୍ତି ଛାତ୍ରୀ
ପାଠପଢିବାର ନିଶା, ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି ଛାତ୍ରୀ

By

Published : May 25, 2022, 10:54 PM IST

Updated : May 25, 2022, 11:00 PM IST

ପାଟନା: ପ୍ରତିକୂଳ ପରିସ୍ଥିତିରେ ସ୍ବପ୍ନ ପୂରଣ କରିବା ଏତେ ସହଜ ନୁହଁ । ଯେତେବେଳେ ନିଜ ଶରୀରର କୌଣସି ଅଙ୍ଗ ସ୍ବପ୍ନ ପୂରଣ ଆଗରେ ବାଧା ସୃଷ୍ଟି କରେ ସେତେବେଳେ କଠିନ ହୋଇଯାଏ ଯାତ୍ରା । ମାତ୍ର ମନର ବଳ ଶାରୀରିକ ଅକ୍ଷମତାକୁ ଫିକା ପକାଇ ଦେଇଥାଏ । ଏପରି ଦୃଢ ମନବଳ ପୋଷଣ କରିଛନ୍ତି ବିହାରର ଜଣେ 10 ବର୍ଷୀୟା ଛାତ୍ରୀ । ତାଙ୍କର ପାଠପଢି କିଛି କରିବାର ସ୍ବାପ୍ନ ଅକ୍ଷମତାକୁ ଅଟ୍ଟହାସ୍ୟ କରୁଛି ।

ପାଠପଢିବାର ନିଶା, ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି ଛାତ୍ରୀ

ବିହାର ଖେରା ପ୍ରଖଣ୍ଡ, ଫତେହପୁର ଗାଁର ଝିଅ ସୀମା । ଦୁଇବର୍ଷ ତଳେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ସୀମା । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସୀମାଙ୍କୁ ବଞ୍ଚାଇବାକୁ ଯାଇ ଡାକ୍ତର ବାଧ୍ୟ ହୋଇ ତାଙ୍କର ଗୋଟିଏ ଗୋଡ କାଟି ଦେଇଥିଲେ । ମାତ୍ର ତାଙ୍କ ସାହସର ଡେଣାକୁ କେହି କାଟିପାରି ନାହାନ୍ତି । ଶିକ୍ଷା ମାଧ୍ୟମରେ ଉଚ୍ଚରେ ପହଞ୍ଚିବାକୁ ନିଷ୍ପତ୍ତି ନେଇ ପ୍ରତିଦିନ ଗୋଟିଏ ଗୋଡରେ ଡେଇଁ ଡେଇଁ ସ୍କୁଲ ଯାଉଛନ୍ତି ସୀମା । ପ୍ରତିଦିନ ସୀମା ଗୋଟିଏ ଗୋଡ଼ରେ 500 ମିଟର ଦୂର ସ୍କୁଲକୁ ଯାଉଛନ୍ତି । ତାଙ୍କ ସ୍ବାପ୍ନ ଏବଂ ଅଦମ୍ୟ ସାହସ ଆଗରେ ଫିକା ପଡିଛି ଶାରୀରିକ ଅକ୍ଷମତା ।

ତେବେ ଏନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସୋନୁ ସୁଦ ସହାୟତାର ହାତ ବଢାଇବା ସହିତ ଜିଲ୍ଲାପାଳ ଏକ ଟ୍ରାଏ ସାଇକେଲ ପ୍ରଦାନ କରିଥିବା ସୂଚନା ରହିଛି ।

ମିଳିଲା ଟ୍ରାଏ ସାଇକେଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2022, 11:00 PM IST

ABOUT THE AUTHOR

...view details