ଇମ୍ଫାଲ:ଅଶାନ୍ତ ମଣିପୁର। ଦୀର୍ଘ 7 ମାସରୁ ଊର୍ଦ୍ଧ୍ୱ ହେଲା ମଣିପୁରର ଇମ୍ଫାଲ ସମେତ ଅନେକ ସହରରେ ସାମ୍ପ୍ରଦାୟିକ ହିଂସା ବାତାବରଣ ଲାଗି ରହିଛି । ଏହାମଧ୍ୟରେ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ 10ଟି ରାଜନୈତିକ ଦଳର ପ୍ରତିନିଧିମଣ୍ଡଳ ରାଜ୍ୟପାଳଙ୍କୁ ଭେଟିବା ସହ 2 ସମ୍ପ୍ରଦାୟ ମଧ୍ୟରେ ବିବାଦ ସମାଧାନ କରିବାକୁ ହେଲେ କେନ୍ଦ୍ର ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପର ଆବଶ୍ୟକତା ରହିଛି ହୋଲି ରାଜ୍ୟପାଳଙ୍କୁ ଜଣାଇଛନ୍ତି । ଏନେଇ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ପ୍ରତିନିଧି ମଣ୍ଡଳ । ତେବେ ଏନେଇ ରାଜଭବନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ।
ଶନିବାର ଦିନ 10ଟି ରାଜନୈତିକ ଦଳର ପ୍ରତିନିଧି ମଣ୍ଡଳ ମଣିପୁର ରାଜ୍ୟପାଳ ଅନୁସ୍ବୟା ୟୁକେଇଙ୍କୁ ଭେଟିଛନ୍ତି । ରାଜ୍ୟରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ହେଲେ 2 ସମୁଦାୟ ମଧ୍ୟରେ ଆଲୋଚନା କରିବାକୁ ପଡିବ ବୋଲି ରାଜ୍ୟପାଳଙ୍କୁ ଜଣାଇଛନ୍ତି । ତେବେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଇବୋବି ସିଂହ ଶୁକ୍ରବାର ଦିନ ଏନେଇ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏବଂ କେନ୍ଦ୍ର ତଥା ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ବିନା ରାଜ୍ୟରେ ଶାନ୍ତି ଫେରିପାରିବ ନାହିଁ ବୋଲି ଜଣାଇଛନ୍ତି । ତେଣୁ ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟକ୍ଷ ଭାବେ ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ।
ଏହାମଧ୍ୟ ପଢନ୍ତୁ..ପୁଣି ଅଶାନ୍ତ ନୁହ: ପୂଜା ପାଇଁ ଯାଉଥିବା ବେଳେ ମହିଳାଙ୍କ ଉପରକୁ ପଥର ମାଡ, 2 ଗୋଷ୍ଠୀ ମୁହାଁମୁହିଁ