ଓଡିଶା

odisha

ETV Bharat / bharat

ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ 10 ଶିଶୁ, 5 ଲକ୍ଷ ଅନୁକମ୍ପା ରାଶି ଘୋଷଣା - ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ

ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାରେ ବଡ ଅଘଟଣ । ଜିଲ୍ଲା ସରକାରୀ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗି ଯିବାରୁ ଚାଲିଗଲା 10 ନବଜାତ ଶିଶୁଙ୍କ ଜୀବନ । ସେପଟେ ମୃତ ନବଜାତ ଶିଶୁଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ
ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ ;

By

Published : Jan 9, 2021, 6:40 AM IST

Updated : Jan 9, 2021, 10:59 AM IST

ମୁମ୍ବାଇ: ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାରେ ବଡ ଅଘଟଣ । ଜିଲ୍ଲା ସରକାରୀ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗି 10 ନବଜାତ ଶିଶୁ ମୃତ । ଶନିବାର ବିଳମ୍ବିତ ରାତି 02 ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ସିକ ନ୍ୟୁବର୍ଣ୍ଣରେ କେୟାର ୟୁନିଟରେ 17 ଶିଶୁ ମଧ୍ୟରୁ ମାତ୍ର 7 ଶିଶୁ ଉଦ୍ଧାର କରାଯାଇଥିଲା । ସେପଟେ, ମୃତ ନବଜାତ ଶିଶୁଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । ପ୍ରତି ପରିବାରକୁ 5 ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ।

ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ

ଶନିବାର ରାତିରେ ହଠାତ ଆଇସିୟୁ ଭିତରୁ ଧୂଆଁ ବାହାରିଥିଲା । ଡ୍ୟୁଟିରେ ଥିବା ନର୍ସ ନିଆଁ ଲାଗି ଥିବା ଜାଣିବାକୁ ପାଇଥିଲେ । ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଣାଇବା ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ସହ ଶିଶୁଙ୍କୁ ଉଦ୍ଧାର କରିଥିଲେ ।

ନବଜାତଙ୍କ ଅସ୍ବଭାବିକ ମୃତ୍ୟୁକୁ ନେଇ ହସ୍ପିଟାଲରେ ଶୋକାକୁଳ ପରିବେଶ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣକୁ ଘଟିଥିବା ଅଭିଯୋଗ ହୋଇଛି ।

ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ
ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ
ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ
ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ

ଏଭଳି ହୃଦୟବିଦାରକ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ ପରିବାକୁ ସମବେଦନା ଜଣାଇଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟରେ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 9, 2021, 10:59 AM IST

ABOUT THE AUTHOR

...view details