ଓଡିଶା

odisha

ETV Bharat / bharat

ଉଦୟନିଧିଙ୍କୁ ଚାପୁଡା ମାରିଲେ ମିଳିବ ୧୦ ଲକ୍ଷ, ଆନ୍ଧ୍ରରେ ଲାଗିଲା ପୋଷ୍ଟର - ସନାତନ ଧର୍ମ ମୂଳପୋଛ ଟିପ୍ପଣୀ

ଉଦୟନିଧିଙ୍କୁ ଚାପୁଡା ମାରିଲେ ମିଳିବ ୧୦ ଲକ୍ଷ । ଆନ୍ଧ୍ରପ୍ରଦେଶରେ ପୋଷ୍ଟର ଲଗାଇଲା ହିନ୍ଦୁ ସଂଗଠନ । ଅଧିକ ପଢନ୍ତୁ

ଉଦୟନିଧିଙ୍କୁ ଚାପୁଡା ମାରିଲେ ମିଳିବ ୧୦ ଲକ୍ଷ
ଉଦୟନିଧିଙ୍କୁ ଚାପୁଡା ମାରିଲେ ମିଳିବ ୧୦ ଲକ୍ଷ

By ETV Bharat Odisha Team

Published : Sep 7, 2023, 12:54 PM IST

ଅମରାବତୀ: ତାମିଲୁନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ମୂଳପୋଛ ଟିପ୍ପଣୀକୁ ନେଇ ଦେଶବ୍ୟାପୀ ବିବାଦ ଜୋର ଧରିଛି । ଏହି ଟିପ୍ପଣୀ ପାଇଁ ଉଦୟନିଧିଙ୍କ ମୁଣ୍ଡକାଟ କରିବାକୁ ଅଯୋଧ୍ୟାର ସନ୍ଥ ୧୦ କୋଟି ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଏବେ ତାଙ୍କୁ ଚାପୁଡା ମାରିବା ପାଇଁ ଗୋଟିଏ ହିନ୍ଦୁ ସଂଗଠନ ପୁରସ୍କାର ଘୋଷଣା କରି ପୋଷ୍ଟର ଲଗାଇଛି । ଉଦୟନିଧି ଷ୍ଟାଲିନଙ୍କୁ ଯିବେ ଚାପୁଡ ମାରିବ, ତାକୁ ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଏହି ପୋଷ୍ଟରରେ ଲେଖାଯାଇଛି । ଆନ୍ଧ୍ରପ୍ରଦେଶର ଜନ ଜାଗରଣ ସମିତି ନାମକ ଏକ ସଂଗଠନ ବିଜୟୱାଡାର ବିଭିନ୍ନ ସ୍ଥାନରେ ଉକ୍ତ ପୋଷ୍ଟର ଲଗାଇଛି ।

ଦୁଇ ଦିନ ପୂର୍ବରୁ ଅଯୋଧ୍ୟା ସ୍ଥିତ ତପସ୍ବୀ ଚାୱନି ମନ୍ଦିରର ମୁଖ୍ୟ ପୂଜକ ପରମହଂସ ଆଚାର୍ଯ୍ୟ ଉଦୟନିଧିଙ୍କ ଶିରଚ୍ଛେଦ ପାଇଁ ଆହ୍ବାନ କରିଥିଲେ । ସନାତନ ଧର୍ମ ବିରୋଧୀ ଟିପ୍ପଣୀ ପାଇଁ ଯିଏ ତାଙ୍କର ମୁଣ୍ଡକାଟ କରିବ ସେ ତାକୁ ୧୦ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । ଏମିତିକି ଯଦି କେହି ତାଙ୍କୁ ମାରିବା ପାଇଁ ସାହାସ କରନ୍ତିନି ତେବେ ସେ ନିଜେ ତାଙ୍କୁ ଖୋଜି ହତ୍ୟା କରିବେ ବୋଲି ସନ୍ଥ କହିଥିଲେ ।

ଏହାମଧ୍ୟ ପଢନ୍ତୁ: Sanatan dharma remark Row: ସନାତନ ବିରୋଧୀ ମନ୍ତବ୍ୟ ପରେ ତେଜିଲା ବିରୋଧ, ଉଦୟନିଧିଙ୍କ ନାଁରେ ଏତଲା

ଗତ ଶନିବାର ଦିନ ଏକ କାର୍ଯ୍ୟକ୍ରମରେ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରି କହିଥିଲେ ଯେ, କିଛି ଜିନିଷକୁ ବିରୋଧ କରାଯାଇ ପାରିବନି, ଏହାକୁ ସବୁଦିନ ପାଇଁ ବିଲୋପ କରିବାକୁ ପଡିବ । ଡେଙ୍ଗୁ, ମ୍ୟାଲେରିଆ, କୋରୋନାକୁ ବିରୋଧ କରିପାରିବା ନାହିଁ । ଏହାକୁ ମୂଳପୋଛ କରିବା ଆବଶ୍ୟକ । ସେହିଭଳି ସନାତନ ଧର୍ମକୁ କେବଳ ବିରୋଧ କଲେ ଚଳିବନି ଏହାକୁ ମୂଳୋତ୍ପଟନ କରିବା ଦରକାର । ମନ୍ତ୍ରୀଙ୍କ ଏହି ବିବାଦୀୟ ବୟାନ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ବିବାଦ ମୁଣ୍ଡ ଟେକିଥିଲା ।

ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ସହ ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ । ଦେଶରେ କିଛି ପ୍ରମୁଖ ନାଗରିକ ଏହି ତାମିଲନାଡୁ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ । ମନ୍ତ୍ରୀଙ୍କ ସନାତନ ଧର୍ମ ଟିପ୍ପଣୀକୁ ନେଇ କେବଳ ବିବାଦ ନୁହେଁ, ଦେଶରେ ରାଜନୀତି ମଧ୍ୟ ଜୋର ଧରିଛି । ଏଥିପାଇଁ ବିଜେପି ଡିଏମକେ ସହିତ କଂଗ୍ରେସକୁ ମଧ୍ୟ ତୀବ୍ର ସମାଲୋଚନା କରିଛି ।

ABOUT THE AUTHOR

...view details