ମୁଖ ଦୁର୍ଗନ୍ଧ ଦୂର ପାଇଁ ୧୦ଟି ଘରୋଇ ଉପାୟ ମୌଖିକ ସ୍ୱଚ୍ଛତା ପାଇଁ ଦିନକୁ ଦୁଇ ଥର ବ୍ରସିଂ ଓ ଫ୍ଲସିଂ କରିବା ଭଲ ଉପାୟ ବୋଲି କୁହାଯାଏ । କିନ୍ତୁ ଉପଯୁକ୍ତ ମୌଖିକ ସ୍ୱଚ୍ଛତା ନ ଥିଲେ ଦୁର୍ଗନ୍ଧ ବାହାରେ । ବେଳେ ବେଳେ ଏହି ମୁଖ ଦୁର୍ଗନ୍ଧ ଏକ ଅସୁସ୍ଥତାର ସଂକେତ ବି ବହନ କରିଥାଏ ।
ମୁଖ ଦୁର୍ଗନ୍ଧର କାରଣ
ଅନେକ କ୍ଷେତ୍ରରେ ଓରାଲ ହାଇଜିନ୍ ବା ମୌଖିକ ସ୍ୱଚ୍ଛତା ନ ରହିଲେ ମୁଖ ଦୁର୍ଗନ୍ଧ ବାହାରେ ବୋଲି ଡାକ୍ତରମାନେ ବିଶ୍ୱାସ କରନ୍ତି । ବ୍ୟାଡ ବ୍ରିଦ ମୁଖ ଦୁର୍ଗନ୍ଧ ଏକ ରୋଗର ସଂକେତ ବି ହୋଇପାରେ । ମୁଖ ଦୁର୍ଗନ୍ଧର କିଛି କାରଣ ନିମ୍ନରେ ଦିଆଗଲା ।
ପାଟିରେ ଖାଦ୍ୟାଂଶ ରହିଲେ – ଖାଦ୍ୟ ଖାଇବା ପରେ ଆମେ ପାଟି ଭଲ ଭାବେ କୁଳୁକୁଚା ନ କଲେ ଖାଦ୍ୟାଂଶ ଦାନ୍ତରେ ରହିଯାଏ । ସେଗୁଡିକ ପାଟିରେ ଜମି ରହିବା ଦ୍ୱାରା ଦୁର୍ଗନ୍ଧ ବାହାରେ । ଏହାଛଡା କଂଚା ପିଆଜ ଓ ରସୁଣ ଖାଇଲେ ବି ପାଟିରୁ ଦୀର୍ଘ ସମୟ ଧରି ଦୁର୍ଗନ୍ଧ ବାହାରିଥାଏ ।
ଦାନ୍ତ ସମସ୍ୟା- ଦାନ୍ତର ଯତ୍ନ ନ ନେଲେ ବି ଆମକୁ ମୁଖ ଦୁର୍ଗନ୍ଧର ସାମନା କରିବାକୁ ପଡିବ । ଭଲ ଭାବେ ବ୍ରସ୍ ନ କରିବା ଦ୍ୱାରା ଖାଦ୍ୟ ଖଣ୍ଡ ସବୁ ଦାନ୍ତରେ ଲାଗିରହେ । ଏଥିରୁ ବ୍ୟାକଟେରିଆ ଓ ହାଇଡ୍ରୋଜେନ୍ ସଲଫାଇଡ୍ ସୃଷ୍ଟି ହୁଏ । ବ୍ୟାକ୍ଟେରିଆ ଦାନ୍ତମୂଳରେ ଜମି ରହିବା ଫଳରେ ପାଇରିଆ ଭଳି ସମସ୍ୟା ସୃଷ୍ଟି ହୁଏ, ଯାହା କି ବେଡ୍ ବ୍ରିଥ୍ର କାରଣ ହୁଏ ।
ଶୁଷ୍କ ପାଟି- ଲାଳ ବା ଛେପ ଆମ ପାଟିର ଆର୍ଦ୍ରତା ବଜାୟ ରଖେ । ଏଥିଯୋଗୁଁ ପାଟି ସଫା ବି ରହେ । କିନ୍ତୁ ଯଦି ପାଟି ଶୁଷ୍କ ରହେ, ତାହା ହେଲେ ଦୁର୍ଗନ୍ଧ ବାହାରେ । ବେଳେ ବେଳେ ଲାଳ ସୃଷ୍ଟି ହେଉ ନ ଥିବାରୁ ପାଟିରେ ମୃତ କୋଷିକାଗୁଡିକ ଜିଭ, ମାଢି ଓ କଳରେ ଜମି ରହନ୍ତି, ଯାହା ଫଳରେ ପାଟିରୁ ଦୁର୍ଗନ୍ଧ ବାହାରେ । ସାଧାରଣତଃ ଶୋଇବା ସମୟରେ ଏହି ସମସ୍ୟା ଉପୁଜେ ।
ଜଟିଳ ରୋଗ – ଫୁସଫୁସ ସଂକ୍ରମଣ ହୋଇଥିଲେ ବି ପାଟିରୁ ଦୁର୍ଗନ୍ଧ ବାହାରେ । ଏହାଛଡା ପାଚନ ସମସ୍ୟା, କ୍ୟାନସର ଓ ଅନ୍ୟ ମେଟାବଲିକ ସମସ୍ୟା ବି ମୁଖ ଦୁର୍ଗନ୍ଧର କାରଣ ହୋଇଥାଏ । ଅତ୍ୟଧିକ ଧୂମପାନ, ସକାଳ ଜଳଖିଆ ନ କରିବା, ପାଟିରେ ଘାଆ, ରକ୍ତ ବାହାରୁଥିବା ମାଢି,ଗଳା ସଂକ୍ରମଣ ଯୋଗୁଁ ମଧ୍ୟ ସମସ୍ୟା ସୃଷ୍ଟି ହୁଏ । ଶରୀରରେ ଜିଙ୍କ୍ ଅଭାବ ହେଲେ ଏସବୁ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ସମସ୍ୟା ଜାରି ରହେ, ତାହା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।
ମୁଖ ଦୁର୍ଗନ୍ଧ ଦୂର ପାଇଁ ୧୦ଟି ଘରୋଇ ଉପଚାର
୧. ଗ୍ରୀନ୍ ଟି – ଗ୍ରୀନ ଟି ରେ ଆଂଟିବ୍ୟାକଟେରିଆଲ ଉପାଦାନ ଥିବାରୁ ମୁଖ ଦୁର୍ଗନ୍ଧ ଦୂର କରିବାରେ ଏହା ସହାୟକ ହୋଇଥାଏ ।