ଚାମୋଲି: ମାଉଣ୍ଟ ତ୍ରିଶୂଳରେ ବଡ ଧରରଣର ଅଘଟଣ । ହିମସ୍ଖଳନ ଯୋଗୁଁ ବାୟୁସେନାର 10 ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି । ତେବେ ନିଖୋଜଙ୍କୁ ଖୋଜିବା ପାଇଁ ନେହେରୁ ପର୍ବତାରୋହଣ ସଂସ୍ଥାରୁ ଉଦ୍ଧାକାରୀ ଦଳ ମାଉଣ୍ଟ ତ୍ରିଶୂଳ ଅଭିମୁଖେ ବାହାରିଛନ୍ତି । ଚାମୋଲିରୁ ପର୍ବତାରୋହୀ ଦଳ ମାଉଣ୍ଟ ତ୍ରିଶୂଳ ଯାଇଥିଲେ ବୋଲି କୁହାଯାଉଛି ।
ମାଉଣ୍ଟ ତ୍ରିଶୂଳରେ ହିମସ୍ଖଳନ, ବାୟୁସେନାର 10 ପର୍ବତାରୋହୀ ନିଖୋଜ - ମାଉଣ୍ଟ ତ୍ରିଶୂଳ ହିମସ୍ଖଳନ
ହିମସ୍ଖଳନ ଯୋଗୁଁ ବାୟୁସେନାର 10 ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି । ପାଖାପାଖି 2 ସପ୍ତାହ ପୂର୍ବରୁ ବାୟୁସେନାର ପର୍ବତାରୋହୀ ଟିମ୍ ମାଉଣ୍ଟ ତ୍ରିଶୂଳ ଯାତ୍ରା କରିଥିଲେ । ଅଧିକ ପଢନ୍ତୁ...
ପାଖାପାଖି 2 ସପ୍ତାହ ପୂର୍ବରୁ ବାୟୁସେନାର ପର୍ବତାରୋହୀ ଟିମ୍ ମାଉଣ୍ଟ ତ୍ରିଶୂଳ ଯାତ୍ରା କରିଥିଲେ । ତେବେ ଯବାନଙ୍କ ନିଖୋଜ ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ନିମ (ନେହେରୁ ପର୍ବତାରୋହଣ ସଂସ୍ଥା)ର କର୍ଣ୍ଣେଲ ଅମିତ ବିଷ୍ଟ । ମାଉଣ୍ଟ ତ୍ରିଶୂଳରେ ହିମସ୍ଖଳନ ହୋଇଛି ଏବଂ ବାୟୁସେନାର 10 ପର୍ବତାରୋହୀ ନିଖୋଜ ହୋଇଯାଇଥିବା କର୍ଣ୍ଣେଲ ସୂଚନା ଦେଇଛନ୍ତି ।
ବାୟୁସେନାର ଟିମ ପାଖାପାଖି 15 ଦିନ ପୂର୍ବରୁ 7,120 ଉଚ୍ଚ ତ୍ରିଶୂଳ ଶୃଙ୍ଗ ଆରୋହଣ ପାଇଁ ବାହାରିଥିଲେ । ଶୁକ୍ରବାର ସକାଳେ ଏହି ଟିମ୍ ଶୃଙ୍ଗରେ ଚଢିବାକୁ ଆଗକୁ ବଢିଥିଲେ । ଏହି ସମୟରେ ହିମସ୍ଖଳ ଘଟିଥିଲା । ଆଉ ସମସ୍ତ ଯବାନ ନିଖୋଜ ହୋଇଯାଇଛନ୍ତି । ଉତ୍ତରକାଶୀରୁ ହେଲିକପ୍ଟର ଜରିଆରେ ନିମ୍ର ଉଦ୍ଧାରକାରୀ ଦଳ ପର୍ବତାରୋହୀଙ୍କ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।