ନୂଆଦିଲ୍ଲୀ:ଦେଶରେ ପୂର୍ବାପେକ୍ଷା ବୃଦ୍ଧି ପାଇବାରେ ଲାଗିଛି ଟ୍ରାଫିକ ଦୁର୍ଘଟଣା । ଗତ ବର୍ଷ (2021) ରେ ସାରା ଦେଶରେ ମୋଟ 4.22 ଲକ୍ଷ ବଭିନ୍ନ ଦୁର୍ଘଟଣା ଘଟିଛି । ଯେଉଁଥିରେ 1.73 ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଛି (People Died In Traffic Accidents)। ସେହିପରି ରାଜ୍ୟଓ୍ବାରୀ ହିସାବକୁ ନେଲେ ଉତ୍ତର ପ୍ରଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ରହିଛି । ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ରହିଛି 24,711। ସେହିପରି 16,685 ମୃତ୍ୟୁ ସହ ତାମିଲନାଡୁ ଦ୍ବିତୀୟ ରାଜ୍ୟ ଭାବେ ତାଲିକାରେ ସ୍ଥାନ ପାଇଛି ।
ଜାତୀୟ କ୍ରାମଇ୍ ରେକର୍ଡ ବ୍ୟୁରୋ (NCRB) ପ୍ରକାଶ କରିଥିବା ତଥ୍ୟ ଅନୁସାରେ, 2020 ତୁଳନାରେ 2021ରେ ଏହି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁସାରେ, 2020 ରେ ଏହି ସଂଖ୍ୟା 3,68,828 ଥିବାବେଳେ 2021ରେ 4,22,659 କୁ ବୃଦ୍ଧି ପାଇଛି । ଏହି ଟ୍ରାଫିକ ଦୁର୍ଘଟଣା ମଧ୍ୟରେ 4,03,116 ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ, 17,993 ଟି ଟ୍ରେନ ଦୁର୍ଘଟଣାଜନିତ ମୃତ୍ୟୁ ଓ 1,550 ଟି ରେଲଓ୍ବେ କ୍ରସିଂ ଜନିତ ଦୁର୍ଘଟଣା ରହିଛି । ଏହି ଦୁର୍ଘଟଣାରେ ଯଥାକ୍ରମେ, 1,55,622 ଜଣ 16,431 ଓ 1,807 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ପଞ୍ଜୀକୃତ ହୋଇଛି (People Died In Traffic Accidents) ।