କେନ୍ଦ୍ର ପ୍ରସ୍ତୁତ କରୁଛି ବ୍ଲୁପ୍ରିଣ୍ଟ, ପ୍ରତିଦିନ ଦେଶରେ 1 କୋଟି ଲୋକଙ୍କୁ ଦିଆଯିବ ଟିକା - ଟୀକାକରଣ
କୋରୋନାକୁ ମାତ ଦେବାକୁ ବୃଦ୍ଧି କରାଯିବ ଟୀକାକରଣ ଅଭିଯାନ । ଦୈନିକ ଲାଗିବ 1 କୋଟି ଡୋଜ । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଲ । ଅଧିକ ପଢନ୍ତୁ...
ନୂଆଦିଲ୍ଲୀ: ଦେଶରେ କୋରୋନାର ସଂକ୍ରମଣ ବୃଦ୍ଧି ମଧ୍ୟରେ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । କୋରୋନାକୁ ମାତ ଦେବାକୁ ବୃଦ୍ଧି କରାଯିବ ଟୀକାକରଣ ଅଭିଯାନ । ଦୈନିକ ଲାଗିବ 1 କୋଟି ଡୋଜ । ଏନେଇ ସୂଚନା ଦେଇଛନ୍ତି, ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଲ ।
ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଲଙ୍କ ସୂଚନା ଅନୁଯାୟୀ, ଖୁବଶୀଘ୍ର ଭାରତରେ 4 ନୂଆ ଟିକା ଆସିବାକୁ ଯାଉଛି । ଟିକାର ଉତ୍ପାଦନ ବୃଦ୍ଧି ସହ ପ୍ରତ୍ୟେକ ଦିନ 1 କୋଟି ଲୋକଙ୍କୁ ଟୀକାକରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର ।
ରାଜ୍ୟଗୁଡିକ ପକ୍ଷରୁ ଟିକା ଅଭାବର ଅଭିଯୋଗ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଡାକ୍ତର ପଲ । ସେ କହିଛନ୍ତି ମୋଟ ଟିକା ଉତ୍ପାଦନର 25 ପ୍ରତିଶତ ଅଂଶ କ୍ରୟ କରୁଛନ୍ତି ସମସ୍ତ ରାଜ୍ୟ ।
ଭିକେ ପଲ କହିଛନ୍ତି, ରାଜ୍ୟଗୁଡିକ ଆମର ଟିକା ଉତ୍ପାଦନ କ୍ଷମତା ଜାଣନ୍ତି । ଯେତେବେଳେ ରାଜ୍ୟଗୁଡିକ ସସ୍ତାରେ ଟିକା ଚାହୁଁଛନ୍ତି, ସେତେବେଳେ ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି । କେନ୍ଦ୍ର ସରକାର ଦେଶରେ ଉତ୍ପାଦିତ 50 ପ୍ରତିଶତ ଟିକା କ୍ରୟ କରିବେ । ଏହା ରାଜ୍ୟଗୁଡିକୁ ମାଗଣାରେ ଦିଆଯିବ । ଏହି ଟିକା 45 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ । ଅବଶିଷ୍ଟ 50 ପ୍ରତିଶତ ରାଜ୍ୟ ସରକାର ଏବଂ ବେସରକାରୀ ସଂସ୍ଥା କ୍ରୟ କରିବେ ବୋଲି ନୀତି ଆୟୋଗ ସଦସ୍ୟ କହିଛନ୍ତି ।
ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟଗୁଡିକୁ ସ୍ବଚ୍ଛ ଢଙ୍ଗରେ ପର୍ଯ୍ୟାପ୍ତ ପରିମାଣର ଟିକା ବଣ୍ଟନ କରୁଛନ୍ତି କେନ୍ଦ୍ରସରକାର । ଏହି ଟିକା ଉପଲବ୍ଧତା ବିଷୟରେ ରାଜ୍ୟଗୁଡିକୁ ମଧ୍ୟ ସୂଚନା ଦିଆଯାଉଛି। ନିକଟ ଭବିଷ୍ୟତରେ ଟିକା ଉପଲବ୍ଧତା ବୃଦ୍ଧି ହେବାକୁ ସ୍ଥିର ହୋଇଛି | ବେସରକାରୀ ମାଧ୍ୟମରୁ ରାଜ୍ୟଗୁଡିକୁ 25 ପ୍ରତିଶତ ଡୋଜ ମିଳୁଛି । ଲୋକମାନଙ୍କୁ ଏହି 25 ପ୍ରତିଶତ ଡୋଜ ଦେବାରେ ରାଜ୍ୟଗୁଡିକ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ସମସ୍ୟାଗୁଡିକୁ ଅଧିକ କରି କୁହାଯାଉଛି ।
ଟୀକାକରଣର ଗତି ବୃଦ୍ଧି ବିଷୟରେ ପଲ କହିଛନ୍ତି ଯେ ଆମକୁ ପ୍ରତିଦିନ 1 କୋଟି ଡୋଜ ପ୍ରୟୋଗ କରିବାକୁ ପ୍ରସ୍ତୁତ ହେବାକୁ ପଡିବ। ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ସମ୍ଭବ ହେବ । ଆମେ ଗୋଟିଏ ଦିନରେ 43 ଲକ୍ଷ ଡୋଜ ଦେଉଛୁ | ଆଗାମୀ ତିନି ସପ୍ତାହରେ ଆମେ ଏହାକୁ 73 ଲକ୍ଷକୁ ନେବା ପାଇଁ ଲକ୍ଷ ରଖିଛୁ | ତେବେ ଏହି ଟାର୍ଗେଟ ହାସଲ ପାଇଁ ସିଷ୍ଟମ ପ୍ରସ୍ତୁତ କରିବାକୁ ପଡିବ ବୋଲି ସେ କହିଛନ୍ତି ।