ଓଡିଶା

odisha

ETV Bharat / technology

ମାର୍ଚ୍ଚ 2ରେ ସାମସଙ୍ଗର Galaxy A ଲଞ୍ଚ ଇଭେଣ୍ଟ; ଆସିବ ଏହି ନୂଆ ସ୍ମାର୍ଟଫୋନ - SAMSUNG GALAXY A LAUNCH EVENT

ଆସନ୍ତା ମାର୍ଚ୍ଚ 2 ତାରିଖରେ ସାମସଙ୍ଗ ଗାଲାକ୍ସି A ଲଞ୍ଚ ଇଭେଣ୍ଟର ଆୟୋଜନ କରିବାକୁ ଯାଉଛି । ଏଥିରେ କେଉଁ କେଉଁ ଫୋନ ଲଞ୍ଚ ହେବ ଜାଣନ୍ତୁ...

Samsung officially announces Galaxy A launch event
Samsung officially announces Galaxy A launch event (Image Credit: Samsung)

By ETV Bharat Tech Team

Published : Feb 27, 2025, 12:33 PM IST

ହାଇଦ୍ରାବାଦ: ଦକ୍ଷିଣ କୋରିଆ କମ୍ପାନୀ ମାର୍ଚ୍ଚ 2 ତାରିଖରେ ଏକ ଲଞ୍ଚ ଇଭେଣ୍ଟର ଆୟୋଜନ କରିବାକୁ ଯାଉଛି । ଯେଉଁଥିରେ କମ୍ପାନୀ Galaxy A ସିରିଜକୁ ଲଞ୍ଚ କରିବ ବୋଲି ସ୍ପଷ୍ଟ କରିଛି । ଏହି ଇଭେଣ୍ଟରେ କମ୍ପାନୀ କେଉଁ କେଉଁ ସ୍ମାର୍ଟଫୋନକୁ ଲଞ୍ଚ କରିବ ସେ ନେଇ ସ୍ପଷ୍ଟ କରିନଥିବାବେଳେ ନିକଟରେ କିଛି ଲିକ୍‌ ତଥ୍ୟ ଅନୁସାରେ ଏହି ଇଭେଣ୍ଟରେ Galaxy A56, A36 ଓ A26 ସ୍ମାର୍ଟଫୋନ ଲଞ୍ଚ ହୋଇପାରେ ।

ସାମସଙ୍ଗ ଜାରି କଲା ଟିଜର ଇମେଜ୍‌

କମ୍ପାନୀ ପକ୍ଷରୁ ଏହାର ଅଫିସିଆଲ ୱେବସାଇଟ୍‌ରେ ଜାରି ହୋଇଥିବା ଟିଜର ଫଟୋରେ କେବଳ 2ଟି ସ୍ମାର୍ଟଫୋନକୁ ଦେଖିବାକୁ ମିଳିଛି । ଏଥିଲାଗି ଉପରୋକ୍ତ 3ଟି ସ୍ମାର୍ଟଫୋନ ମଧ୍ୟରୁ କମ୍ପାନୀ ଦୁଇଟି ସ୍ମାର୍ଟଫୋନକୁ ଲଞ୍ଚ କରିପାରେ ବୋଲି ଆକଳନ କରାଯାଉଛି । ବାକି ଗୋଟିଏ ସ୍ମାର୍ଟଫୋନକୁ ଚଳିତ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଲଞ୍ଚ କରିପାରେ ।

ସାମସଙ୍ଗ ଗାଲାକ୍ସି A ସିରିଜ: ଲିକ୍‌ ତଥ୍ୟ

  • ବିଭିନ୍ନ ମୋବାଇଲକୁ ନେଇ ତଥ୍ୟ ଜାରି କରୁଥିବା ଅନଲାଇନ ୱେବସାଇଟ୍‌ GSMArenaର ତଥ୍ୟ ଅନୁସାରେ ସାମସଙ୍ଗ ଗାଲାକ୍ସି A56, A36 ଓ A26 ସ୍ମାର୍ଟଫୋନ 6.7 ଇଞ୍ଚ ସ୍କ୍ରିନ ଆକାର ଓ 1080x2340 ରିଜୋଲ୍ୟୁସନ ସହ ଆସିପାରେ ।
  • A56 ଓ A36 ସ୍ମାର୍ଟଫୋନରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳିପାରେ । କିନ୍ତୁ A26ରେ ପାୱାର ବଟନ୍‌ରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିପାରେ ।
  • ପ୍ରୋସେସର ସମ୍ପର୍କରେ କହିଲେ A56 ସ୍ମାର୍ଟଫୋନ Exynos 1580, A36ରେ Snapdragon 6 Gen 3 ଓ A26 ସ୍ମାର୍ଟଫୋନରେ Exynos 1380 ପ୍ରୋସେସର ରହିପାରେ ।
  • ସେହିପରି ଷ୍ଟୋରେଜ କଥା ଦେଖିଲେ A56ରେ 8GB RAM ଏବଂ A36 ଓ A26 ସ୍ମାର୍ଟଫୋନରେ 6/8GB ମିଳିପାରେ ।
  • କ୍ୟାମେରା କଥା କହିଲେ A56 ସ୍ମାର୍ଟଫୋନରେ 50MP ମେନ୍‌ କ୍ୟାମେରା, 12MP ଅଲଟ୍ରା-ୱାଇଡ୍‌ ଓ ଅନ୍ୟ ଦୁଇଟି 8MP ଅଲଟ୍ରାୱାଇଡ ଆଙ୍ଗେଲ କ୍ୟାମେରା ମିଳିବ ।
  • ଏହାବାଦ 3ଟି ସ୍ମାର୍ଟଫୋନରେ ଆଉ ଏକ ମାଇକ୍ରୋ କ୍ୟାମେରା ରହିବ । A56 ଓ A36ରେ 5MP ଏବଂ A26ରେ 2MPର ରହିପାରେ ।
  • ସେଲ୍ଫି ଲାଗି A56 ଓ A36 ସ୍ମାର୍ଟଫୋନରେ 12MP ସ୍ନାପର ଏବଂ A26 ଲାଗି 13MP କ୍ୟାମେରା ମିଳିପାରେ ।
  • ଏହି 3ଟି ଫୋନ ଆଣ୍ଡ୍ରଏଡ 15 ଆଧାରିତ One UI 7ରେ ଚାଲିପାରେ ।
ଏହା ବି ପଢନ୍ତୁ
  1. ସାମସଙ୍ଗ ଆଣିଲା ନୂଆ ଫୋନ Galaxy A06 5G; ଦାମ 10,499ଟଙ୍କା
  2. ଆସିଗଲା POCO M7 5Gର ଲଞ୍ଚ ତାରିଖ; ଦାମ 10ହଜାରରୁ କମ୍‌

ABOUT THE AUTHOR

...view details