ହାଇଦ୍ରାବାଦ: ଆମେରିକୀୟ କୃତ୍ରିମ ବୁଦ୍ଧିମତା (AI) ଗବେଷଣା ସଂସ୍ଥା OpenAI ଗୁରୁବାର ଏକ ବଡ଼ ଘୋଷଣା କରିଛି । କମ୍ପାନୀର ଲୋକପ୍ରିୟ ଏଆଇ ଚାଟ୍ବଟ୍ ChatGPT ଏବେ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍ ସହିତ ଆମେରିକା ଓ କାନାଡାରେ ଲ୍ୟାଣ୍ଡଲାଇନ ଫୋନରେ ମଧ୍ୟ ଉପଲବ୍ଧ ହେବ । ତେବେ ହ୍ବାଟ୍ସଆପ୍ରେ ଚାଟ୍ଜିପିଟିର ବ୍ୟବହାର କିପରି କରିବେ ଓ ଏହା ୟୁଜରଙ୍କୁ କେଉଁ କେଉଁ କ୍ଷେତ୍ରରେ ସୁବିଧା ପ୍ରଦାନ କରିବ ସେ ସମ୍ପର୍କରେ ଜାଣିବା ।
ହ୍ବାଟ୍ସଆପରେ କିପରି ବ୍ୟବହାର କରିବେ ChatGPT ?
ଏଆଇ ଚାଟ୍ବଟ୍ ChatGPTକୁ ଆପଣ ଗୁଗଲ୍ ପରି ସବୁ କିଛି ପଚାରି ପାରିବେ । ଏହା ଆପଣଙ୍କୁ ଅନେକ ପ୍ରଶ୍ନର ଉତ୍ତର ସହିତ ବିଭିନ୍ନ କ୍ଷେତ୍ରରେ ଆଇଡିଆ ମଧ୍ୟ ପ୍ରଦାନ କରିଥାଏ । କିଛି ସେକେଣ୍ଡରେ ଏହା ଆପଣଙ୍କ ପ୍ରଶ୍ନର ଉତ୍ତର ଦିଏ । ଏବେ ଏହି AI ଟୁଲ୍କୁ ୟୁଜର ହ୍ବାଟ୍ସଆପ୍ରେ ମଧ୍ୟ ବ୍ୟବହାର କରିପାରିବେ । ChatGPT ସହ କଥାବାର୍ତ୍ତା କରିବାକୁ ହେଲେ ୟୁଜରଙ୍କୁ 1-800-242-8478 ନମ୍ବରରେ ମେସେଜ କରିବାକୁ ପଡ଼ିବ । ବର୍ତ୍ତମାନ ଏହା ପରୀକ୍ଷଣ ଅବସ୍ଥାରେ ରହିଛି । ଏହାକୁ ଆନୁଷ୍ଠାନିକ ଭାବେ ରୋଲ୍ ଆଉଟ୍ କରିବା ପରେ ହିଁ ସମସ୍ତ ୟୁଜର ଏହାକୁ ବ୍ୟବହାର କରିପାରିବେ । ବର୍ତ୍ତମାନ ହ୍ବାଟ୍ସଆପ୍ ୟୁଜର ମେଟାର ନିଜସ୍ବ ଏଆଇ ଟୁଲ୍ 'Meta AI'ର ବ୍ୟବହାର କରି ଚାଟ୍ଜିପିଟି ପରି ସୁବିଧା ପାଇପାରିବେ ।
ଏହା ବି ପଢନ୍ତୁ |