ନିମାପଡ଼ା: ଆଜି ହେଉଛି ଉତ୍କଳ ଦିବସ । ପ୍ରତିଟି ଓଡ଼ିଆ ଏହି ଦିନ ଉତ୍କଳର ସନ୍ତାନ ଭାବେ ଗର୍ବ କରେ । 1936 ମସିହା ଏପ୍ରିଲ ମାସ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷମାନଙ୍କୁ ରାଜ୍ୟ ମନେ ପକାଇଥାଏ । ତେବେ ଏହି ଅବସରରେ ଗୋପ ବନ୍ଧୁଙ୍କ ଜନ୍ମ ପୀଠରେ ଭି କେ ପଣ୍ଡିଆନଙ୍କ ସମେତ ବିଭିନ୍ନ ରାଜ ନେତା । ସତ୍ୟବାଦୀ ସୁଆଣ୍ଡୋରେ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ । ଉତ୍କଳ ଦିବସରେ ସୁଆଣ୍ଡୋରେ ପହଞ୍ଚି ଉତ୍କଳମଣୀ ଗୋପବନ୍ଧୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି । ଆଜି ସନ୍ଧ୍ୟା ସମୟରେ ସୁଆଣ୍ଡୋରେ ପହଞ୍ଚି ଥିଲେ ଭିକେ ପାଣ୍ଡିଆନ ।
ଗୋପବନ୍ଧୁଙ୍କ ଷଠି ଘର ଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ସଂଗ୍ରହାଳୟ ମଧ୍ୟରେ ଥିବା ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପବନ୍ଧୁ ଦାସଙ୍କ ସ୍ମାରକୀ ସଂଗ୍ରହାଳୟ ବୁଲି ଦେଖିଥିଲେ ଭିକେ ପାଣ୍ଡିଆନ । ଏହାଛଡା ଉତ୍କଳମଣୀ ଗୋପବନ୍ଧୁଙ୍କ ଅଣନାତି ଧୀରେନ୍ଦ୍ର ନାଥଙ୍କ ଘରକୁ ଯାଇ କିଛି ସମୟ ତାଙ୍କ ପରିବାରକୁ ଭେଟିଥିଲେ । ଏହାଛଡା ଉତ୍କଳମଣୀ ସଂଗ୍ରହାଳୟ ଭିତରେ ଥିବା ପାର୍କରେ ଖେଳୁଥିବା କୁନି ପିଲା ଓ ସେମାନଙ୍କ ଅଭିଭାବକ ମାନଙ୍କ ସହିତ ପାର୍କର ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ସଂଗ୍ରହାଳୟ ବାହାରେ ବସି ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଭଲ ମନ୍ଦ ବୁଝି ଥିଲେ । ପାଣ୍ଡିଆନଙ୍କ ଏହି ଗ୍ରସ୍ତ ସମୟରେ ସତ୍ୟବାଦୀ ବିଜେଡି ବିଧାୟକ ପାର୍ଥି ସଞ୍ଜୟ ଦାସବର୍ମା ଓ ସତ୍ୟବାଦୀ ଅଞ୍ଚଳର ଶହ ଶହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ ।