ଓଡିଶା

odisha

By ETV Bharat Odisha Team

Published : Feb 24, 2024, 9:48 PM IST

ETV Bharat / state

ବ୍ୟାଙ୍କରେ ଥିଲା ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା, ଉଠାଇବାକୁ ଗଲା ବେଳକୁ ଆକାଉଣ୍ଟ ଖାଲି

Bank ATM Card Fraud In Berhampur: ବ୍ୟାଙ୍କରେ ଜମା ଥିଲା ଲକ୍ଷାଧିକ ଟଙ୍କା । କିନ୍ତୁ ଅନ୍ୟ ଏକ ଏଟିଏମ କାର୍ଡ ଇସ୍ୟୁ କରି ୫ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ଚାଞ୍ଚଲ୍ୟ! ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ
ବ୍ରହ୍ମପୁରରେ ଚାଞ୍ଚଲ୍ୟ! ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ

ବ୍ରହ୍ମପୁରରେ ଚାଞ୍ଚଲ୍ୟ! ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ

ବ୍ରହ୍ମପୁର: ବ୍ୟାଙ୍କରେ ଜମା ଥିଲା ଲକ୍ଷାଧିକ ଟଙ୍କା । ମାତ୍ର ଏଟିଏମ କିମ୍ବା ୟୁପିଆଇ ଟ୍ରାନଜାକ୍ସନ ବେଳକୁ ଆକାଉଣ୍ଟ ହୋଇଯାଇଛି ଖାଲି । ଏଭଳି ସାଂଘାତିକ ଠକେଇର ଅଭିଯୋଗ ଆସିଛି ବ୍ରହ୍ମପୁର ସହରରେ । ବ୍ରହ୍ମପୁର ସହର ଉପକଣ୍ଠ ଭଞ୍ଜବିହାର ନିକଟସ୍ଥ ମାଣ୍ଡିଆପଲ୍ଲୀ ଜ୍ୟୋତିନଗର ଅଞ୍ଚଳରେ ରହୁଥିବା ହିମାଂଶୁ ଶେଖର ଭୋଇ ହୋଇଛନ୍ତି ଏଭଳି ଲୁଟର ଶିକାର । ହିମାଂଶୁଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ-ବ୍ରହ୍ମପୁରର ମୁଖ୍ୟ ବ୍ରାଞ୍ଚରେ ରହିଥିବା ଏଭଳି ଆକାଉଣ୍ଟରୁ ଟଙ୍କା ଉଠାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।

ହିମାଂଶୁଙ୍କ ବାପାଙ୍କୁ ମିଳିଥିବା ଗ୍ରାଚୁଇଟି ବାବଦ ଅର୍ଥକୁ ସେମାନେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଜମା ରହିଥିଲେ । ଏହି ଆକାଉଣ୍ଟରେ ପାସ୍ ବୁକ୍ ସହିତ ଏକ ଏଟିଏମ୍ କାର୍ଡ ମଧ୍ୟ ରହିଥିଲା । ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ଭାବରେ ରହିଛି ଭାବି ଆଶ୍ବସ୍ତ ଥିଲେ ପରିବାରବର୍ଗ । ତେବେ ଗତ ୨୦୨୩ ମସିହା ମାର୍ଚ୍ଚ ୨ ତାରିଖରେ ଏ.ଜି କାର୍ଯ୍ୟାଳୟରୁ ଆସିଥିବା ମୋଟ ୫ ଲକ୍ଷ ଏକ ହଜାର ୨୭୦ ଟଙ୍କା ଏହି ଆକାଉଣ୍ଟରେ ଜମା ହୋଇଥିଲା । ତେବେ ପରବର୍ତ୍ତୀ ସମୟରେ ବ୍ୟାଙ୍କକୁ ଯାଇ ପୂର୍ବରୁ ଦିଆଯାଇଥିବା ମୋବାଇଲ ନମ୍ବରକୁ ପରିବର୍ତ୍ତନ କରାଯିବା ସହିତ ନୂତନ ଭାବରେ ଅନ୍ୟ ଏକ ଆକାଉଣ୍ଟର ଏଟିଏମ୍ କାର୍ଡ କୁ ଇସ୍ୟୁ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ କ୍ରମେ ଇତି ମଧ୍ୟରେ ବ୍ରହ୍ମପୁର ସହରରେ ସପିଙ୍ଗ୍ କରିବା ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଟଙ୍କା ଉଠାଯାଇ ସଂପୂର୍ଣ୍ଣ ଭାବରେ ଆକାଉଣ୍ଟକୁ ଖାଲି କରି ଦିଆଯାଇଥିବା କହିଛନ୍ତି ପରିବାର ବର୍ଗ ।

ଏହା ମଧ୍ୟ ପଢନ୍ତୁ ...ସେୟାର ବଜାର ନିବେଶ ନାଁରେ 15 କୋଟି ଠକେଇ, ତାମିଲନାଡୁରୁ ଧରାପଡିଲା ଅଷ୍ଟମ ଅଭିଯୁକ୍ତ

ଗୋଟିଏ ପଟେ ନିଜର ବ୍ୟାଙ୍କ ଆକାଉଣ୍ଟରେ ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ରହିଥିବା ବେଳେ ହଠାତ୍ ଗତ ଫେବୃୟାରୀ ୭ ତାରିଖରେ ହିମାଂଶୁ ଙ୍କର ଧର୍ମପତ୍ନୀ ରଶ୍ମୀ ଖଟୁଆ ତିନି ହଜାର ଟଙ୍କା କାରବାର ୟୁପିଆଇ ମାଧ୍ୟମରେ କରିବାକୁ ଚେଷ୍ଟା କରିବାକୁ ହେଲେ ତାହା ହୋଇନଥିବା ବେଳେ ସେମାନେ ଏଭଳି ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । କିପରି ବ୍ୟାଙ୍କ କର୍ତ୍ତୁପକ୍ଷ ଆକାଉଣ୍ଟଧାରୀଙ୍କ ବିନା ଅନୁମତିରେ ବ୍ୟାଙ୍କରେ ନୂତନ ମୋବାଇଲ ନମ୍ବର ପରିବର୍ତ୍ତନ କଲେ ଏବଂ ନୂତନ ଭାବରେ ଗୋଟିଏ ଏଟିଏମ୍ କାର୍ଡର ଅବଧି ଥାଇ ମଧ୍ୟ ଅନ୍ୟ ଏକ ଏଟିଏମ୍ କାର୍ଡ ପ୍ରଦାନ କରାଗଲା ତାହାକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ଏକ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବାର । ତେବେ ଏ ନେଇ ହିମାଂଶୁ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ ହେଁ ବ୍ୟାଙ୍କ ପକ୍ଷରୁ ସେଭଳି କୌଣସି ସହଯୋଗ କରାଯାଉନଥିବା କୁହାଯାଇଛି । ହିମାଂଶୁ ଓ ତାଙ୍କ ପରିବାର ଏ ନେଇ ଆଇନର ଆଶ୍ରୟ ନେବା ସହିତ ଘଟଣାକୁ ବ୍ୟାଙ୍କ ଓ ପୋଲିସ କର୍ତ୍ତୃପକ୍ଷ ଗୁରୁତର ସହିତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details