ଓଡିଶା

odisha

ETV Bharat / state

ହରେକୃଷ୍ଣ ମହତାବଙ୍କୁ ‘ଭାରତ ରତ୍ନ’ ଦିଅ: ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ବରରେ ପାଳିତ ହେଲା ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ । ଉତ୍କଳ କେଶରୀଙ୍କ ଅବଦାନକୁ ମନେ ପକାଇଲା, ସମ୍ମାନ ଦାବି କଲା ବିଜେପି ସରକାର ।

ହରେକୃଷ୍ଣ ମହତାବଙ୍କୁ ‘ଭାରତ ରତ୍ନ’ ଦିଅ: ବିଶ୍ବଭୂଷଣ ହରିଚନ୍ଦନ
ହରେକୃଷ୍ଣ ମହତାବଙ୍କୁ ‘ଭାରତ ରତ୍ନ’ ଦିଅ: ବିଶ୍ବଭୂଷଣ ହରିଚନ୍ଦନ (ETV Bharat Odisha)

By ETV Bharat Odisha Team

Published : 7 hours ago

ଭୁବନେଶ୍ବର: ଓଡ଼ିଆ ଜାତି ଓ ଓଡ଼ିଶା ଗଠନରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଅନେକ ଅନେକ ଅବଦାନ ରହିଛି । ସେଥିପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ ସମ୍ମାନ ମିଳିବା ଆବଶ୍ୟକ ବୋଲି କହିଛନ୍ତି ଭେଟେରାନ ବିଜେପି ନେତା ତଥା ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଭୁବନେଶ୍ବରରେ ଆୟୋଜିତ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବରେ ଅଂଶଗ୍ରହଣ କରି ବିଶ୍ବଭୂଷଣ ଏହି ଦାବି ଉଠାଇଛନ୍ତି ।

  • ହରେକୃଷ୍ଣ ମହତାବଙ୍କୁ ‘ଭାରତରତ୍ନ’ ଦାବି:-

ହରେକୃଷ୍ଣ ମହତାବଙ୍କୁ ‘ଭାରତରତ୍ନ’ ଦାବି କଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ସେ କହିଛନ୍ତି ଯେ, "ହରେକୃଷ୍ଣ ମହତାବଙ୍କ ଓଡିଶା ଗଠନ ଓ ଗଣତନ୍ତ୍ର ପାଇଁ ଅନେକ ଅବଦାନ ଅଛି, ଏହା ସମସ୍ତେ ଜାଣନ୍ତି । ତେଣୁ ସେ ଏଭଳି ଏକ ସମ୍ମାନର ଅଧିକାରୀ ହେବା ଆବଶ୍ୟକ । ତାଙ୍କୁ ଏଭଳି ସମ୍ମାନ ଦେବାର ଆବଶ୍ୟକତା ରହିଛି । ରାଜନୀତି, ଶାସନ ଓ ଓଡ଼ିଶା ଇତିହାସକୁ ତାଙ୍କର ଅନେକ ଅବଦାନ ରହିଛି । ତେଣୁ ତାଙ୍କୁ ‘ଭାରତରତ୍ନ’ ଦେବାକୁ ଚେଷ୍ଟା ଜାରି ରହିଛି ।’’

ହରେକୃଷ୍ଣ ମହତାବଙ୍କୁ ‘ଭାରତ ରତ୍ନ’ ଦିଅ: ବିଶ୍ବଭୂଷଣ ହରିଚନ୍ଦନ (ETV Bharat Odisha)
  • ନାଁ ନନେଇ ବିଜେଡିକୁ ଟାର୍ଗେଟ କଲେ ମନ୍ତ୍ରୀ ରବି ନାୟକ :-

ମନ୍ତ୍ରୀ ରବି ନାୟକ କହିଛନ୍ତି,‘‘ ଆଜି ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ କରୁଛନ୍ତି । ସେ ନଥିଲେ ଦେଶର ମାନଚିତ୍ରରେ ଓଡ଼ିଶା ରାଜ୍ୟ ହୋଇଥାନ୍ତା, କି ନାହିଁ ତାହା ଜଣା ନାହିଁ । ଦୀର୍ଘ ଦିନ ହେଲା ଓଡ଼ିଶାର ଗର୍ବ ହଜି ଯାଇଥିଲା । ଆଜି ୧୨୫ ବର୍ଷ ପରେ ମନେପଡିଛି । ଆଜି ଏହାକୁ ଉତ୍ସବ ଭାବରେ ଜାତୀୟ ସ୍ତରରେ ପାଳନ କରାଯାଉଛି । ଏଥିପାଇଁ କାହାର ଭୁଲ ଥିଲା ସମସ୍ତେ ଜଣାଇଛନ୍ତି । ଯିଏ ଓଡ଼ିଶାର ଅସ୍ମିତାକୁ ଭୁଲି ବାହାର ରାଜ୍ୟର ଅସ୍ମିତାକୁ ଆପଣାଇଥିଲେ ।’’

  • ହରେକୃଷ୍ଣ ମହତାବଙ୍କ ସମ୍ପର୍କରେ:-

ନବଉତ୍କଳର ନିର୍ମାତା ତଥା ଜଣେ ଜନନେତା ଭାବେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ବଳିଷ୍ଠ ପରିଚୟ ରହିଛି । କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଭାବରେ ନୁହେଁ ବରଂ ସେ ଜଣେ ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ଦକ୍ଷ ପ୍ରଶାସକ ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିତ୍ବ ଭାବେ ସେ ସର୍ବ-ଭାରତୀୟ ସ୍ତରରେ ସୁପରିଚିତ ଥିଲେ । ଜାତୀୟତାବାଦ ଓ ସ୍ୱାଧୀନତା ସଂଗ୍ରାମରେ ସେ ଜଣେ ଆଗଧାଡିର ବ୍ୟକ୍ତିତ୍ବ ଥିଲେ ଥିଲେ । ତାଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଗତକାଲି ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ପାଳିତ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details