ଓଡିଶା

odisha

ETV Bharat / state

ସମଲିଙ୍ଗୀ ସମ୍ପର୍କରୁ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ - Murder In Sambalpur - MURDER IN SAMBALPUR

Murder In Sambalpur: ଦୁଇଟି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ । ଦୁଇ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଗୋଟିଏ ହତ୍ୟାକାଣ୍ଡର କାରଣ ସମଲିଙ୍ଗୀ ସମ୍ପର୍କ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Murder In Sambalpur
Murder In Sambalpur

By ETV Bharat Odisha Team

Published : Apr 21, 2024, 9:27 PM IST

Murder In Sambalpur

ସମ୍ବଲପୁର: ଦୁଇଟି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ସମ୍ବଲପୁର ପୋଲିସ । ସହରରେ ଗତ ଦୁଇଦିନ ମଧ୍ୟରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ସମ୍ବଲପୁର ସଦର ଏସଡ଼ିପିଓ ତୋଫାନ ବାଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୋଲିସର ଅନୁସାରେ, ଗତ 20 ତାରିଖ ସକାଳ ସମୟରେ ଶାସନ କେନାଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ଯୁବକ ଜଣକ ସହରର ଶାନ୍ତିନଗର ମାତୃ ବିହାରର ରାଜା ବିଶି ହୋଇଥିବା ଜଣାପଡ଼ିଛି । ରାଜା ଗତ 19 ତାରିଖ ସନ୍ଧ୍ୟାରେ ଶାସନ କେନାଲକୁ ତାଙ୍କ ବନ୍ଧୁ ଆକାଶ ରଞ୍ଜନ ନାଗଙ୍କ ସହ ଯାଇଥିଲେ । ସେଠାରେ ରାଜା ଆକାଶଙ୍କୁ ସମଲିଙ୍ଗୀ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହୋଇଥିଲା ।

ଯାହାଫଳରେ ଆକାଶ ରାଜାଙ୍କୁ କେନାଲ ତଳକୁ ଠେଲି ଦେଇ ସାଙ୍ଗରେ ନେଇଥିବା ଏକ ବ୍ୟାଟରେ ରାଜାର ମୁଣ୍ଡକୁ ଆକ୍ରମଣ କରିଥିଲା ବୋଲି ପୋଲିସ ସୂଚନା ଦେଇଛି । ତେବେ ଘଟଣାସ୍ଥଳରେ ହିଁ ରାଜାର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । "ରାଜା ପୂର୍ବରୁ ଆକାଶ ସହ ସମଲିଙ୍ଗୀ ସମ୍ପର୍କ ରଖି ଆସୁଥିଲା । ଏପରିକି ରାଜା ଏହି ସମ୍ପର୍କକୁ ନେଇ ଆକାଶକୁ ବାରମ୍ବାର ଟଙ୍କା ମଧ୍ୟ ମାଗୁଥିଲା । ଆକାଶ ଲୋକଲଜ୍ଜା ଭୟରେ ପୂର୍ବରୁ 40 ହଜାରରୁ ଉର୍ଦ୍ଧ୍ବ ଟଙ୍କା ଦେଇଥିଲା । ଏହାପରେ ମଧ୍ୟ ରାଜା ଆହୁରି 28 ହଜାର ଟଙ୍କା ଆକାଶକୁ ମାଗୁଥିଲା । ଯେଉଁ କାରଣରୁ ହତ୍ୟା କରାଯାଇଥାଇପାରେ " ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଆଜି ଶାସନ ପୋଲିସ ଆକାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ବି ପଢନ୍ତୁ...ପ୍ରତିଶୋଧ ନେଲା ଦାଦା, ଅପହରଣ ପରେ ପୁତୁରାକୁ ହତ୍ୟା - Titlagarh Murder Case

ସେହିପରି ଗତ 20 ତାରିଖ ରାତି 10ଟା ସମୟରେ ଅଇଁଠାପାଲି ଥାନା ନିକଟସ୍ଥ ଦୁର୍ଗାମଣ୍ଡପ ପଛ ପଟେ ଜଣେ ପଲିଥିନ ଗୋଟାଳିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଆୟୁଷ ମୁଣ୍ଡା ନାମକ ଜଣେ ଯୁବକ ଏକ ପଥର ସାହାଯ୍ୟରେ ଆକ୍ରମଣ କରିଥିଲା ବୋଲି ପୋଲିସ ସୂଚନା ଦେଇଛି । ଯାହାଫଳରେ ଘଟଣାସ୍ଥଳରେ ପପୁଙ୍କର ମୃତ୍ୟୁ ହୋଇଥିଲା । ଆୟୁଷ ଏହି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲା । ପୋଲିସ ଗତ ରାତି 3 ଟାରେ ଆୟୁଷକୁ ଗିରଫ କରିଥିବାବେଳେ ଆଜି କୋର୍ଟ ଚାଲାଣ କରିଛି । ଏହି ଦୁଇ ହତ୍ୟାକାଣ୍ଡ ନେଇ ସଦର ଏସଡିପିଓ ତୋଫାନ ବାଗ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details