ଓଡିଶା

odisha

ETV Bharat / state

ହୋଲିରେ ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ - Death In Holi

Two People Died In Holi: ପବିତ୍ର ହୋଲି ଉତ୍ସବରେ ଲିଭିଯାଇଛି ଜୀବନ ଦୀପ । କଳାହାଣ୍ଡି ଜିଲ୍ଲାରେ ଏକ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ରଙ୍ଗ କିଣି ଘରକୁ ଫେରିବା ସମୟରେ ଆଲିମା ଗାଁ ନିକଟ ବୁଲାଣୀ ଭାରସାମ୍ୟ ହରାଇ ବାଇକ୍ ଟି ଗଛରେ ପିଟି ହୋଇଯାଇଥିଲା । ଅଧିକ ପଢନ୍ତୁ

ହୋଲିରେ ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ
ହୋଲିରେ ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

By ETV Bharat Odisha Team

Published : Mar 26, 2024, 6:42 PM IST

ଭବାନୀପାଟଣା: ଆଜି ପବିତ୍ର ହୋଲି ଉତ୍ସବରେ ଥମୁନି ମୃତ୍ୟୁର ତାଣ୍ଡବ । ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଅବିର ଲଗାଇ ମିଠା ଖୁଆଇ ରଙ୍ଗର ପର୍ବକୁ ପାଳନ କରୁଛନ୍ତି ଲୋକେ । କିନ୍ତୁ ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ଏକ ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ସୂଚନା ଅନୁଯାୟୀ ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ ଆଲିମ ଗାଁର ଶୁଭମ୍ ଦୋରା ଓ ଦେବରାଜ ଭୋଇ ହୋଲି ଉତ୍ସବ ପାଳନ କରିବା ପାଇଁ ଏକ ବାଇକ୍ ଯୋଗେ ବେଶ୍ ଉତ୍ସାହର ସହ ପଲମ ଗାଁକୁ ଯାଇଥିଲେ । ପଲମ ରୁ ରଙ୍ଗ କିଣି ଘରକୁ ଫେରିବା ସମୟରେ ଆଲିମା ଗାଁ ନିକଟ ବୁଲାଣୀ ଭାରସାମ୍ୟ ହରାଇ ବାଇକ୍ ଟି ଗଛରେ ପିଟି ହୋଇଯାଇଥିଲା । ରାସ୍ତା ରେ ଯାଉଥିବା ଲୋକେ ଉଭୟଙ୍କୁ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ...ହୋଲି ଅଘଟଣ ଏଡାଇବାକୁ ପ୍ରସ୍ତୁତି, ଜଳାଶୟ-ନଦୀପଠା ଜଗିଛନ୍ତି ଅଗ୍ନିଶମ ବାହିନୀ - Fire Team Alert For Holi

ସେହିପରି ଗତକାଲି ଦୋଳ ପୂର୍ଣ୍ଣିମାରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗାଁର ପ୍ରବୀର ନାୟକ ରେଙ୍ଗାଲି କେନାଳକୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଅସାବଧାନତା ଯୋଗଁ ତାଙ୍କର ଗୋଡ଼ ଖସିଯାଇଥିଲା । ଫଳରେ ସେ କେନାଲରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିଲେ । ଯୁବକ ଜଣକ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ । କେନାଲ ପାଖକୁ ଯାଇ ପରିବାର ଲୋକେ ଓ ଗ୍ରାମବାସୀ ମିଶି ବହୁ ଖୋଜାଖୋଜି କରିବା ପରେ ଯୁବକଙ୍କୁ ମୃତଦେହକୁ ଉଦ୍ଧାର କରିଥିଲେ । ଏହାପରେ 108 ଆମ୍ବୁଲାନ୍ସରେ ଢେଙ୍କାନାଲ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ସେପଟେ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହି ଦୁଃଖଦ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଗତକାଲି କଟକ ଜିଲ୍ଲା ନିଆଳି ଥାନା ବିଳାଶୁଣୀ ପଞ୍ଚାୟତ ବାଲିକୁଦା ଗ୍ରାମ ନଦୀରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମୃତକ ଜଣକ ହେଲେ ସେହି ଗ୍ରାମର ରବିନ୍ଦ୍ର ବେହେରା (୫୨) । ସବୁଦିନ ପରି ଆଜି ବି ଗାଁ ନିକଟରେ ଥିବା କୁଣ୍ତିମୁହଁ କନ୍ଦଳ ନଦୀକୁ ଗାଧୋଇବାକୁ ଯାଇଥିଲେ ରବିନ୍ଦ୍ର । ବିଳମ୍ବିତ ସମୟ ଯାଏଁ ଘରକୁ ନ ଫେରିବାରୁ ଖୋଜା ଖୋଜି ଆରମ୍ଭ କରିଥିଲେ ପରିବାର ଲୋକେ । ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦହକୁ ଉଦ୍ଧାର କରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details