ଓଡିଶା

odisha

ETV Bharat / state

ମହାବାହୁ ପିନ୍ଧିବେ ପାଟବସ୍ତ୍ର; ବସ୍ତ୍ର ପ୍ରସ୍ତୁତିରେ ସମର୍ପିତ ରାଉତପଡ଼ାର ବୁଣାକାର, ସେବା ଆଗରେ ହାର ମାନିଛି ବୟସ - Pata Bastra Of Lord Jagannath

Pata Vastra Of Lord Jagannath: ମହାପ୍ରଭୁ ପିନ୍ଧିବେ ପାଟବସ୍ତ୍ର । ଆଉ ବଡଠାକୁରଙ୍କ ଏହି ପାଟବସ୍ତ୍ର ପ୍ରସ୍ତୁତିର ଦ୍ବାୟିତ୍ବ ମିଳିଛି ଖୋର୍ଦ୍ଧା ରାଉତପଡାର 24 ବୁଣାକାର ପରିବାରକୁ । ଏହାରି ଭିତରେ ବଡଦିଅଁଙ୍କ ସେବା ଆଗରେ ହାରିଯାଇଛି ବୟସ । 96 ବର୍ଷ ବୟସରେ କାଳିଆ ସେବାରେ ନିମଗ୍ନ ବୃଦ୍ଧା । ଅଧିକ ପଢ଼ନ୍ତୁ

Ratha Yatra 2024
Ratha Yatra 2024 (ETV Bharat Odisha)

By ETV Bharat Odisha Team

Published : Jul 6, 2024, 8:35 PM IST

ଖୋର୍ଦ୍ଧା: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ପବିତ୍ର ଅକ୍ଷୟ ତୃତୀୟା ଦିନ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ସକାଶେ ରଥ କାର୍ଯ୍ୟ ଶୁଭାରମ୍ଭ ହୁଏ । ଅନୁରୂପ ଭାବେ ଖୋର୍ଦ୍ଧା ରାଉତପଡା ଗ୍ରାମର ବୁଣାକାରମାନେ ରଥଯାତ୍ରାରେ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ଅଙ୍ଗବସ୍ତ୍ର ପ୍ରସ୍ତୁତି ମଧ୍ୟ ଏହି ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରିଛନ୍ତି । କେବଳ ରଥଯାତ୍ରା ପାଇଁ ନୁହେଁ ବରଂ ବର୍ଷ ତମାମ ସାତ ବାରରେ ମହାପ୍ରଭୁ ପିନ୍ଧୁଥିବା ପାଟବସ୍ତ୍ର ପ୍ରସ୍ତୁତ କରିଥାନ୍ତି ରାଉତପଡାର 20ରୁ ଊର୍ଦ୍ଧ୍ବ ବୁଣାକାର ପରିବାର । ମହାପ୍ରଭୁଙ୍କ ଠାରେ ନିଜକୁ ସମର୍ପଣ କରି ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ପ୍ରସ୍ତୁତିରେ ଲାଗି ପଡନ୍ତି ପରିବାରର ସମସ୍ତେ ।

Ratha Yatra 2024 (ETV Bharat Odisha)
ରଥଯାତ୍ରାରେ ମହାପ୍ରଭୁଙ୍କ ଲାଗି ଅଙ୍ଗବସ୍ତ୍ର ବୁଣା କାର୍ଯ୍ୟ ଖୋର୍ଦ୍ଧା ରାଉତପଡାରେ ହୋଇଥାଏ । ମହାପ୍ରଭୁଙ୍କ ଲାଗି ପାଟବସ୍ତ୍ର ପ୍ରସ୍ତୁତି ହୋଇସାରିଛି । ବୁଣାକାରମାନେ ସେମାନଙ୍କ କୁଶଳୀ ହାତରେ ଭଳି କି ଭଳି ପାଟବସ୍ତ୍ର ବୁଣିଛନ୍ତି । ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ହେଉଥିବା ଅଙ୍ଗବସ୍ତ୍ର ବୁଣିବା ପାଇଁ ଏମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । 1990 ମସିହାରୁ ଶ୍ରୀମନ୍ଦିରକୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଅଙ୍ଗବସ୍ତ୍ର ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଜିଲ୍ଲା ରାଉତପଡା ଗାଁର 20ରୁ ଊର୍ଦ୍ଧ୍ବ ପରିବାର । ସେହିପରି ମହାପ୍ରଭୁଙ୍କ ସେବା ଆଗରେ ବୟସ ହାର ମାନଛି । ବୟସର ଅପରାହ୍ନରେ ଥିବା 96 ବର୍ଷୀୟା ବୃଦ୍ଧା ଆସେଲୀ ଦାସଙ୍କ ହାତ ମଧ୍ୟ ମହାପ୍ରଭୁଙ୍କ ସେବାରୁ ବିରତ ହୋଇପାରିନି ।

ତେବେ ବଡ ଦେଉଳକୁ ଯାଉଥିବା ବସ୍ତ୍ର ଗୁଡିକ ହେଲା ବାରହାତି ଗଡ଼ା, ଷୋଳହାତି ଗଡ଼ା, ବୋଇରାଣୀ, ନେତଫୁଟା, ନେତଖଣ୍ଡୁଆ, ଗଦିପେଟା, ମଲମଲ, ଶ୍ରୀମୂଖଓତା,ଟଣାଠୋସା,ଅଧରଗାମୁଛା,ନିଉଛାଳି ଗାମୁଛା, ସୂତାଫୁଟା, ପତନି, ବାରହାତି ଗଦା ବୋଇରାଣୀ ଆଦି ଶ୍ରୀଅଙ୍ଗ ବସ୍ତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ରଥଯାତ୍ରା ନୀତି ନିର୍ଘଣ୍ଟ; ଆସିଲା ଆଜ୍ଞାମାଳ, କେଉଁଠି କେଉଁ ଗାଡି ପାଇଁ ପାର୍କିଂ ପଏଣ୍ଟ - Ratha Yatra 2024 scheduled

ସେପଟେ ଆସନ୍ତାକାଲି ବିଶ୍ୱ ନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । 9 ଦିନ ଜାତି ଧର୍ମ ବର୍ଣ୍ଣ ଭୁଲି ନିଜ ଭକ୍ତଙ୍କ ପାଇଁ ରତ୍ନ ସିଂହାସନ ଛାଡି ବଡ଼ ଦାଣ୍ଡକୁ ଆସିବେ । ବଡ ଦେଉଳର ବଡ ଦିଅଁ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ରବିବାର ଦିନ ନାଲି ରଙ୍ଗର ପାଟ ପିନ୍ଧନ୍ତି ଭାଇ-ଭଉଣୀ । ସୋମବାର ଦିନ ଧଳା, ମଙ୍ଗଳବାର ଦିନ ବାରପାଟିଆ, ବୁଧବାର ଦିନ ନୀଳ, ଗୁରୁବାର ହଳଦୀ, ଶୁକ୍ରବାର ଧଳସୁତା ଓ ଶନିବାର ଦିନ କଳା ପାଟ ପରିଧାନ କରିଥାନ୍ତି ମହାପ୍ରଭୁ । ଏସବୁ ଭିତରେ ପ୍ରତିଦିନ ବଡ଼ ସିଂହାର ବେଶରେ ମହାପ୍ରଭୁ ପରିଧାନ କରନ୍ତି ତାଙ୍କ ପ୍ରିୟ ବସ୍ତ୍ର ଗୀତଗୋବିନ୍ଦ ପାଟ । ଏହି ପାଟରେ ଗୀତଗୋବିନ୍ଦ ପଦ ଲେଖା ହୋଇଥାଏ । ଆଉ ଏହି ପାଟକୁ ବୁଣାକାରମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଥାନ୍ତି ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details