ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 18 minutes ago

ETV Bharat / state

‘ମନ କି ବାତ’ରେ ମୟୂରଭଞ୍ଜ ଯୁବକ, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ - PM MANN KI BAAT

PM Modi praised Mayurbhanj youth: ‘ମନ୍‌ କି ବାତ୍‌’ରେ ମୟୂରଭଞ୍ଜର ଆଦିବାସୀ ଯୁବକ ରାମଜିତ୍ ଟୁଡୁଙ୍କୁ ପ୍ରଶଂସାରେ ପୋତିଲେ ମୋଦି । ଡିଜିଟାଲାଇଜେସନ୍ ମାଧ୍ୟରେ ସେ ସାନ୍ତାଳୀ ଭାଷାକୁ ଲୋକଙ୍କ ନିକଟରେ ପହଞ୍ଚାଇ ପାରିଛନ୍ତି । ଅଧିକ ପଢନ୍ତୁ

Eମନ୍‌ କି ବାତ୍‌ରେ ମୟୂରଭଞ୍ଜର ଯୁବକଙ୍କୁ ପ୍ରଶଂସାରେ ପୋତିଲେ ମୋଦି, ସାନ୍ତାଳି ଭାଷାକୁ ଦେଇଛନ୍ତି ନୂଆ ପରିଚୟ
ମନ୍‌ କି ବାତ୍‌ରେ ମୟୂରଭଞ୍ଜର ଯୁବକଙ୍କୁ ପ୍ରଶଂସାରେ ପୋତିଲେ ମୋଦି, ସାନ୍ତାଳି ଭାଷାକୁ ଦେଇଛନ୍ତି ନୂଆ ପରିଚୟ (Etv Bharat odisha)

ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁଚର୍ଚ୍ଚିତ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର 114ତମ ସଂସ୍କରଣରେ ସ୍ଥାନ ପାଇଛି ଜଣେ ଓଡିଆ ଯୁବକଙ୍କ କଥା । କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଯୁବକ ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ନିଜ ମାତୃଭାଷା ପ୍ରତି ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସାନ୍ତାଳୀ ଭାଷାକୁ ରାମଜିତ ଡିଜିଟାଲାଇଜେସନ୍ କରି ପାରିଛନ୍ତି । ଯାହା ଦ୍ବାରା ଏହି ଭାଷା ଏବେ ସହଜରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି । ଟୁଡୁଙ୍କ ଦ୍ବାରା ବିକଶିତ ଏକ ଡିଜିଟାଲ୍ ପ୍ଲାଟଫର୍ମ ଦ୍ବାରା ସାନ୍ତାଳି ଭାଷାକୁ ପଢାଯିବା ସହ ଓ ଏବେ ଡିଜିଟାଲ ଭାବେ ଲେଖା ଯାଇପାରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମନ୍‌ କି ବାତ୍‌ରେ ସମ୍ବଲପୁର ଶାଢୀର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଧନ୍ୟବାଦ ଜଣାଇଲେ ମୋହନ - PM Modi Mann Ki Baat

  • ସାନ୍ତାଳୀ ଭାଷା ଡିଜିଟାଲ ପରିଚୟ ଦେଇଛନ୍ତି ରାମଜିତ:

ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ଆମର ଏକ ଭାଷା ଅଛି ‘ସାନ୍ତାଳୀ ଭାଷା’ । ଏହାକୁ ଡିଜିଟାଲ ଇନୋଭେସନ ମାଧ୍ୟମରେ ନୂଆ ପରିଚୟ ଦେବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଆମ ଦେଶର ଅନେକ ରାଜ୍ୟରେ ରହୁଥିବା ସାନ୍ତାଳି ଜନଜାତି ଲୋକେ ସାନ୍ତାଳି ଭାଷାରେ କଥା ହୁଅନ୍ତି । ଭାରତ ବ୍ୟତୀତ ବାଂଲାଦେଶ, ନେପାଳ ଓ ଭୁଟାନରେ ମଧ୍ୟ ସାନ୍ତାଳି ଭାଷା ବ୍ୟବହାର କରୁଥିବା ଲୋକେ ବସବାସ କରୁଛନ୍ତି । ଏହି ଭାଷାକୁ ଅନ-ଲାଇନ ମାଧ୍ୟମରେ ପରିଚୟ ଦେବା ପାଇଁ ଓଡ଼ିଶାର ମୟୂରଭଞ୍ଜର ଯୁବକ ରାମଜିତ ଟୁଡୁ ଏକ ଅଭିଯାନ ଚଳାଇଛନ୍ତି । ସେ ଏପରି ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି, ଯାହା ଦ୍ବାରା ସାନ୍ତାଳି ଭାଷା ସହ ଜଡିତ ସାହିତ୍ୟକୁ ପଢା ଓ ଲେଖା ମଧ୍ୟ ଯାଇପାରିବ । ''

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍‌' ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ - CM Mohan Listens Mann Ki Baat

  • ରାମଜିତଙ୍କ ପାଇଁ ସାନ୍ତାଳୀ ଭାଷା ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିଛି:

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ‘‘ କିଛି ବର୍ଷ ପୂର୍ବେ ରାମଜିତ ମୋବାଇଲ ଫୋନ ବ୍ୟବହାର କରିବା ଆରମ୍ଭ କରିଥିଲେ । ସେତେବେଳେ ସେ ଦୁଃଖିତ ହୋଇଥିଲେ ଯେ ସେ ନିଜ ମାତୃଭାଷାରେ ସନ୍ଦେଶ ଦେଇ ପାରୁ ନାହାନ୍ତି । ଏହାପରେ ସେ ସାନ୍ତାଳି ଭାଷାର ଲିପି ‘ଅଲ ଚିକି’ କୁ ଟାଇପ କରିବାର ସମ୍ଭାବନାକୁ ଖୋଜିବାରେ ଲାଗିଲେ । ନିଜ କିଛି ସାଥୀଙ୍କ ସହଯୋଗରେ ସେ ପୁରୁଣା ଚିକିରେ ଟାଇପ କରିବା ପାଇଁ ଏକ ଟେକନିକ ବିକଶିତ କରିପାରିଥିଲେ । ତାଙ୍କ ପାଇଁ ଆଜି ସାନ୍ତାଳି ଭାଷା ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 18 minutes ago

ABOUT THE AUTHOR

...view details