ଓଡିଶା

odisha

ETV Bharat / state

ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ଯୋଡ଼ିହେଲା ରାଇରଙ୍ଗପୁର ରେଳ ଷ୍ଟେସନ - Mayurbhanj

Mayurbhanj Rairangpur Railway Station: ରାଇରଙ୍ଗପୁର ରେଳ ଷ୍ଟେସନର ନବୀକରଣର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର ରେଳ ଷ୍ଟେସନ
ରାଇରଙ୍ଗପୁର ରେଳ ଷ୍ଟେସନ

By ETV Bharat Odisha Team

Published : Feb 27, 2024, 11:35 AM IST

ଅମୃତ ଭାରତ ରେଳ ଷ୍ଟେସନ

ରାଇରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ରେଳ ଷ୍ଟେସନ ପୁନଃବିକାଶ ଯୋଜନା ଅଧିନରେ ଦେଶର 554ଟି ରେଳ ଷ୍ଟେସନର ନବିକରଣ ପାଇଁ ଶିଳାନ୍ୟାସ କରିଛନ୍ତି । ଓଡ଼ିଶା ସମେତ ଦେଶର 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ ଭିସି ଜରିଆରେ ଓଡ଼ିଶାରେ 21ଟି ଷ୍ଟେସନର ନବୀକରଣ ଓ 50ରୁ ଅଧିକ ଓଭର ବ୍ରିଜର ଶିଳାନ୍ୟାସ କରିଥିବା ବେଳେ ସେଥି ମଧ୍ୟରୁ ରାଇରଙ୍ଗପୁର ରେଳ ଷ୍ଟେସନର ମଧ୍ୟ ନବୀକରଣର ଶିଳାନ୍ୟାସ ହୋଇଛି ।

ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ସାମିଲ ହୋଇଛି ରାଇରଙ୍ଗପୁର ରେଳ ଷ୍ଟେସନ । ଏନେଇ ରାଇରଙ୍ଗପୁର ରେଳଷ୍ଟେସନ ପାର୍ଶ୍ବରେ ଏକ ସଭାର ଆୟୋଜନ କରା ଯାଇଥିଲା । ଏହି ଅବସରରେ ଅମୃତ ଭାରତ ରେଳ ସ୍ମିମରେ ଟାଟାନଗର-ବାଦାମପାହାଡ ରେଳ ଷ୍ଟେସନର ନିକଟରେ ଥ‌ିବା ରାଇରଙ୍ଗପୁର ଉପଖଣ୍ଡର କିଛି ସ୍କୁଲ ଗୁଡିକରେ ରେଳବାଇ ପକ୍ଷରୁ ହୋଇଥ‌ିବା ରଚନା, ଡିବେଟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ରେଳବାଇ ତରଫରୁ ସାର୍ଟିଫିକେଟ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଏଥି ସହିତ ତିନୋଟି ସ୍କୁଲକୁ ରେଳବାଇ ତରଫରୁ ଗୀତାର୍ ପ୍ରଦାନ କରାଯାଇଥିଲା । ଉକ୍ତ କର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମସ୍ତ ଦାୟିତ୍ଵ ରେଳବାଇ ଅଫିସିଆଲ୍ ଇନଚାର୍ଜ ମିଥିଲେଶ କୁମାର, କେ. ଘଣ୍ଡେଶ୍ବରୀ ଓ ଡି.ନାୟକ ବହନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ 21 ଷ୍ଟେସନର ନବୀକରଣ, 50ରୁ ଅଧିକ ରେଲୱେ ଓଭରବ୍ରିଜ୍ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସେପଟେ ରାଇରଙ୍ଗପୁର ରେଳ ଷ୍ଟେସନକୁ ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ମୋଦି ସରକାର ସାମିଲ କରିଥିବାରୁ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ । ଏନେଇ ନବଚରଣ କହିଛନ୍ତି, " ସ୍ବାଧୀନତା ପରେ ରାଇରଙ୍ଗପୁର ଉପଖଣ୍ଡରୁ ମାତ୍ର ଗୋଟିଏ ଟ୍ରେନ ଚଳାଚଳ କରୁଥିଲା । କିନ୍ତୁ ଏବେ ମୋଦିଙ୍କ ନେତୃତ୍ୱରେ ବାଦାମପାହାଡରୁ ୪ରୁ ୫ଟି ଟ୍ରେନ ଚଳାଚଳ କରୁଛି । ଏଠାରୁ ରାତିରେ ଟ୍ରେନ ଯିବାର ବ୍ୟବସ୍ଥା ମଧ୍ୟ କରାଯାଉଛି । ପିଇବା ପାଣି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମୌଳିକ ସୁବିଧା ବ୍ୟବସ୍ଥା କରାଯାଉଛି । ରାଇରଙ୍ଗପୁରକୁ ଷ୍ଟେସନର ମାନ୍ୟତା ମିଳିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରେଳମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।"

ଏହି ସଭାରେ ଚକ୍ରଧରପୁର ରେଳବାଇ ଡିଭିଜନ ସିନିୟର୍ ଡିଏମଏମ ଓ ଅନ୍ୟ ବରିଷ୍ଠ ରେଳବାଇ ଅଧିକାରୀଙ୍କ ସହ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ନବୀନ ରାମ, ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ସମେତ ବିଜେପିର ନେତା ଓ ରାଇରଙ୍ଗପୁର ବାସିନ୍ଦା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details