ଓଡିଶା

odisha

ETV Bharat / state

ନେତାଜୀଙ୍କୁ 'ରାଷ୍ଟ୍ର ପୁତ୍ର' ଘୋଷଣା ଦାବିରେ ହାଇକୋର୍ଟରେ ପିଟିସନ, କେନ୍ଦ୍ର ଓ ରାଜ୍ୟକୁ ଜବାବ ତଲବ - NETAJI AS NATIONAL HERO

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ 'ରାଷ୍ଟ୍ର ପୁତ୍ର' ଏବଂ ଆଜାଦ ହିନ୍ଦ ଗଠନ ଦିବସକୁ ‘ଜାତୀୟ ଦିବସ’ ଘୋଷଣା ଦାବିରେ ହାଇକୋର୍ଟରେ ସମାଜସେବୀଙ୍କ ଆବେଦନ ।

Netaji As National Hero   Petition In Orissa High Court To Declare Netaji As National Hero On Subhas Chandra Bose Jayanti
Netaji As National Hero Petition In Orissa High Court To Declare Netaji As National Hero On Subhas Chandra Bose Jayanti (ETV Bharat Odisha)

By ETV Bharat Odisha Team

Published : Jan 23, 2025, 9:29 AM IST

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ । ସାରା ଦେଶ ଏହି ମହାନ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତେବେ ନେତାଜୀଙ୍କୁ ‘ରାଷ୍ଟ୍ର ପୁତ୍ର’ ଏବଂ ଆଜାଦ୍ ହିନ୍ଦ୍ ଗଠନ ଦିବସକୁ ‘ଜାତୀୟ ଦିବସ’ ଭାବେ ଘୋଷଣା ପାଇଁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଛି । କଟକର ଜଣେ ସମାଜସେବୀ ପି ନାକପାଣି ମହାନ୍ତିଙ୍କ ପକ୍ଷରୁ ଦାୟର ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫେବୃଆରୀ ୧୨ରେ ପରବର୍ତ୍ତୀ ଶୁଣାଣି:

ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ନେତାଜୀଙ୍କୁ ମିଳୁ ରାଷ୍ଟ୍ରପୁତ୍ର ଆଖ୍ୟା:
ଆବେଦନକାରୀ ଆବେଦନରେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି, ‘ଭାରତ ପ୍ରତି ନେତାଜୀଙ୍କର ଯେଉଁଭଳି ଅବଦାନ ରହିଛି, ଦେଶ ପାଇଁ ସେ ଯେଉଁଭଳି ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାକୁ ସମ୍ମାନ ଜଣାଇ ସରକାର ନେତାଜୀଙ୍କୁ ଭାରତର ‘ରାଷ୍ଟ୍ର ପୁତ୍ର ଭାବେ ଘୋଷଣା କରିବା ଆବଶ୍ୟକ । ସେହିପରି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠା ଦିବସ ୧୯୪୩ ମସିହା ଅକ୍ଟୋବର ୨୧ ତାରିଖକୁ ‘ଜାତୀୟ ଦିବସ’ ଭାବେ ମଧ୍ୟ ଘୋଷଣା କରିବାକୁ ଆବେଦନକାରୀ ପିଟିସନରେ ପ୍ରାର୍ଥନା କରିଛନ୍ତି । ସେହିପରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ୭୮ବର୍ଷ ପରେ ବି ତାଙ୍କୁ ଏ ଦେଶ ଉଚିତ ସମ୍ମାନ ଦେଇପାରିନାହିଁ । ଦେଶକୁ ସ୍ବାଧୀନତା କରିବାରେ ନେତାଜୀ ଏବଂ ତାଙ୍କ ଦ୍ବାରା ଗଠିତ ଆଜାଦ୍ ହିନ୍ଦ୍ ଫୌଜର ବହୁତ ବଡ଼ ଭୂମିକା ରହିଛି ।’

ଜଷ୍ଟିସ ମୁଖାର୍ଜୀ କମିସନଙ୍କ ତଦନ୍ତ ରିପୋର୍ଟ ହେଉ ସାର୍ବଜନୀନ:
ନେତାଜୀ ନିଖୋଜ ରହସ୍ୟ ଉନ୍ମୋଚନ ପାଇଁ ଗଠିତ ଜଷ୍ଟିସ ମୁଖାର୍ଜୀ କମିସନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ଆବଶ୍ୟକ ବୋଲି ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି । ନେତାଜୀଙ୍କ ଦେହାନ୍ତ ସଂପର୍କରେ ବିଷ୍ଣୁ ସହାଇ କମିସନ ଯେଉଁ ରିପୋର୍ଟ ଦେଇଛନ୍ତି ତାହାକୁ ରଦ୍ଦ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ । ଏହି ପିଟିସନ୍‌ରେ ଆବେଦନକାରୀ ନେତାଜୀଙ୍କ ସମ୍ପର୍କରେ ଅନେକ ତଥ୍ୟ ମଧ୍ୟ ଅଦାଲତରେ ଉପସ୍ଥାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି ସ୍ମାରକ ପତ୍ର:

ଆବେଦନକାରୀ ଏହି ସବୁ ଦାବିକୁ ଆଧାର ଧାର କରି ପ୍ରଧାନମନ୍ତ୍ରୀଙ୍କ ନିକଟଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ମଧ୍ୟ ସ୍ମାରକପତ୍ର ଦେଇଥିଲେ । କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବା କାରଣରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ପିଟିସନରେ ଦର୍ଶାଇଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ:

ତେବେ ଗତକାଲି (ବୁଧବାର) ମାମଲାର ପ୍ରାଥମିକ ଶୁଣାଣି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ 12ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ:

ସ୍ବତନ୍ତ୍ରତା ସଂଗ୍ରାମର ଜନନାୟକ ନେତାଜୀ: 'ପରାକ୍ରମ ଦିବସ' ପାଳୁଛି ଜନ୍ମମାଟି

ନେତାଜୀଙ୍କ ପୂଣ୍ୟତିଥି; ଜାପାନର ଏହି ମନ୍ଦିରରେ ଅଛି ଅବଶେଷ, ଫେରାଇ ଆଣିବାକୁ ମୋଦିଙ୍କୁ ଅପିଲ୍ କଲେ ଅଣନାତି - Bring Netaji remains back to India

ବଦଳୁଛି ନେତାଜୀଙ୍କ ଜନ୍ମ ପୀଠ ଚିତ୍ର

ଆଜି ନେତାଜୀଙ୍କ 128ତମ ଜୟନ୍ତୀ:

ଆଜି ଭାରତ ମାତାରୁ ବୀର ପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128 ତମ ଜନ୍ମ ଜୟନ୍ତୀ । ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ... ନେତାଜୀଙ୍କ ଏହି ଆହ୍ବାନ ଆଜି ବି ଗୁଞ୍ଜରିତ ହୁଏ । ନେତାଜୀଙ୍କ ଜୟନ୍ତୀକୁ ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି । ଚଳିତ ବର୍ଷ ନେତାଜୀଙ୍କ ଜନ୍ମସ୍ଥାନ କଟକ ଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାକ୍ରମ ଦିବସ ପାଳନ କରାଯାଉଛି ।

ନେତାଜୀଙ୍କ ଜନ୍ମସ୍ଥାନ କଟକରେ ପରାକ୍ରମ ଦିବସ :

2021 ମସିହାରୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ନେତାଜୀଙ୍କ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷ କଟକରେ 3 ଦିନ ଧରି ଏହି ଦିବସ ପାଳନ କରାଯିବ । ଏଥିପାଇଁ କଟକରେ ଥିବା ସତ୍ୟବ୍ରତ ଷ୍ଟାଡିୟମ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି (ଜାନୁଆରୀ 23) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାକ୍ରମ ଦିବସର ଉଦଘାଟନ କରିବେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details