ଓଡିଶା

odisha

By ETV Bharat Odisha Team

Published : Mar 19, 2024, 1:50 PM IST

ETV Bharat / state

ଖୁବଶୀଘ୍ର ଘୋଷଣା ହେବ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା: ପଞ୍ଚାନନ କାନୁନଗୋ

Odisha Assembly Election: ଇସ୍ତାହାର ଘୋଷଣା ପରେ ବି କଂଗ୍ରେସର ପ୍ରାର୍ଥୀ ଘୋଷଣାରେ ହେଉଛି ବିଳମ୍ବ । ଆସନ୍ତା ତିନି ଚାରି ଦିନ ମଧ୍ୟରେ ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କହିଲେ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ,

Odisha Assembly Election
Odisha Assembly Election

ଖୁବଶୀଘ୍ର ଘୋଷଣା ହେବ କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା: ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: 2024 ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ତତ୍ପର ଓଡ଼ିଶାର ସବୁ ରାଜନୈତିକ ଦଳ । ବର୍ତ୍ତମାନ ସୁଦ୍ଧା କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଲଢେଇ ପାଇଁ ସଜବାଜ ହେଲେଣି ପ୍ରମୁଖ ରାଜନୈତିକ ଦଳ । ଲୋକସଭା ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପ୍ରଥମ- ଦ୍ବିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କିନ୍ତୁ ଓଡିଶା ପ୍ରାର୍ଥୀଙ୍କ ନାମ ବର୍ତ୍ତମାନ ସୁଦ୍ଧା ଘୋଷଣା ହେଉନାହିଁ । ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହି କାରଣରୁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । କିନ୍ତୁ ରାଜ୍ୟ କଂଗ୍ରେସ ଇସ୍ତାହାର ଘୋଷଣା କରିଥିଲେ ମଧ୍ୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଦୁଇ ଦୁଇ ଥର ସ୍କ୍ରିନିଂ କମିଟି ବୈଠକ ପରେ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇନଥିବାରୁ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ଆସନ୍ତା ତିନିରୁ ଚାରିଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି କହିଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ ।

ଏନେଇ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ କହିଛନ୍ତି, ''ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇ ସାରିଛି । ଅତିକମରେ ଓଡିଶାର 32 ବିଧାନସଭା ଏବଂ 10 ଲୋକସଭା ପାର୍ଥୀଙ୍କ ନାମ ସିଇସିଙ୍କ ପାଖକୁ ପଠାଇଛି କଂଗ୍ରେସ । ସ୍କ୍ରିନିଂ କମିଟି ବୈଠକ ଆଜି ଥିଲା ତାହା କ୍ୟାନସେନ ହୋଇଛି । ଆସନ୍ତା 3ରୁ 4 ଦିନ ମଧ୍ୟରେ ଘୋଷଣା ହୋଇଯିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବହୁ ବିଜେଡି ଏବଂ ବିଜେପି ନେତା ଆମ ସହ ଯୋଗଯୋଗରେ ଅଛନ୍ତି ସେମାନେ ମଧ୍ୟ କଂଗ୍ରେସ ଦଳକୁ ଆସିବେ । ''

ଏହା ମଧ୍ୟ ପଢନ୍ତୁ-ବିଜେପି- ବିଜେଡି ସରକାର ଶ୍ରମିକ ଓ କର୍ମଚାରୀ ବିରୋଧୀ: କଂଗ୍ରେସ

9 ରୁ 90 ସଂକଳ୍ପ ନେଇ ଆଗକୁ ବଢୁଛି ଓଡ଼ିଶା ପ୍ରଦେଶ କଂଗ୍ରେସ । ଏହାରି ଭିତରେ ସାଧାରଣ ନିର୍ବାଚନ ନେଇ ଇସ୍ତାହାର ଘୋଷଣା କରି ସାରିଛି ଦଳ । 9 ଗ୍ୟାରେଣ୍ଟି ଏବଂ 90 ସଂକଳ୍ପକୁ ଘୋଷଣା ହୋଇଛି । ବର୍ତ୍ତମାନ ପ୍ରାର୍ଥୀ ଘୋଷଣା ନେଇ ଅପେକ୍ଷାରେ ରହିଛନ୍ତି ଆଶାୟୀ ପ୍ରାର୍ଥୀ । 2014ରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଚାଷୀଙ୍କୁ ବୋନସ୍‌ ସହ ଧାନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି 3000 ଟଙ୍କା ବୃଦ୍ଧି, ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ 200 ୟୁନିଟ୍‌ ବିଦ୍ୟୁତ୍‌ ଦେୟ ଛାଡ଼, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ ଓ ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦେବାକୁ ଦଳ ଘୋଷଣା କରିଛି ।

ରାଜ୍ୟରେ ଯଦି ବିଜେପି ବିଜେଡି ମେଣ୍ଟ ହୁଏ ତାହେଲେ ମେଣ୍ଟ ଆଧାରରେ କେଉଁ ସିଟ କାହା ଭାଗକୁ ଯିବ । ସେଥିପାଇଁ ଅନେକ ବଡ଼ ନେତା ମଧ୍ୟ ଅପେକ୍ଷା କରିଛନ୍ତି । ଯଦି ଉଭୟ ଦଳରୁ ଆଶାୟୀ ପ୍ରାର୍ଥୀ ଟିକେଟ ନପାଇବେ ତାହେଲେ କଂଗ୍ରେସ ଦଳ ପରିବର୍ତ୍ତନ କରିବେ ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରାର୍ଥୀ ତାଲିକା ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details