ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ, ପୋଲିସର ତଦନ୍ତ ଆରମ୍ଭ

Murder in Malkangiri: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ । ଜମିକୁ ଯିବା ରାସ୍ତାରେ ମିଳିଲା ମୃତଦେହ । ଏନେଇ ପୋଲିସର ତଦନ୍ତ ଜାରି ରହିଛି । ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

By ETV Bharat Odisha Team

Published : Feb 4, 2024, 7:36 PM IST

ମାଲକାନଗିରି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ । ଜମିକୁ ଯିବା ରାସ୍ତାରେ ମିଳିଲା ମୃତଦେହ । ମୃତକ ଜଣକ ହେଲେ 62 ବର୍ଷୀୟ ସାବଲାମ ଦେବା । ତାଙ୍କର ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଦଳ ଆସି ମୃତଦେହ ଜବତ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।

ଘଟଣାଟି ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ପାଲା ଗୁଡାର । ମିଳିଥିବା ସୂଚନା ଅନୁଯାୟୀ, ମୃତ ସାବଲାମ ଦେବା ଗତକାଲି ରାତିରେ ଘରକୁ ଆସି ନଥିଲେ । ପରେ ପରିବାର ଲୋକ ଅନେକ ଖୋଜାଖୋଜି କରିଥିଲେ । ତଥାପି କୌଣସି ସନ୍ଧାନ ପାଇ ନଥିଲେ । ଆଜି ସକାଳେ ମୃତ ବ୍ୟକ୍ତିଙ୍କ ପୁତ୍ରବଧୂ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । ତାଙ୍କ ଜମିକୁ ଯିବା ରାସ୍ତାରେ ତାଙ୍କ ଶ୍ୱଶୁରଙ୍କ ମୃତଦେହ ପଡିଥିବା ଦେଖି ଆସି ପରିବାର ବର୍ଗଙ୍କୁ ଜଣାଇଥିଲେ । ତାପରେ ତାଙ୍କ ପୁଅ ଈଶ୍ୱର ଚନ୍ଦ୍ର ସାବଲାମ ପଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଗତକାଲିଠାରୁ ହତ୍ୟା ହୋଇଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଆସୁଛନ୍ତି । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସାଇଣ୍ଟିଫିକ ଦଳ ଆସି ମୃତଦେହ ଜବତ କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ତେବେ ପୂର୍ବ ଶତ୍ରୁତାକୁ ଆଧାର କରି ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ ଅନୁମାନ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ....ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା କଲେ ଢ଼ାବା ମାଲିକ !

ସୂଚନା ଅନୁଯାୟୀ, କିଛି ଦିନ ତଳେ ଜମିଜମା ବିବାଦକୁ ନେଇ ମୃତ ସାବଲାମ ଦେବା ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାଙ୍କ ଗଳାରେ ଥିବା କ୍ଷତକୁ ଦେଖି ତାଙ୍କ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ପୂର୍ବ ଝଗଡ଼ା ହତ୍ୟାକାଣ୍ଡର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶୀ ଗ୍ରାମରେ ଏଭଳି ଘଟଣା ଘଟିଥିଲା । ଜଣେ ୧୮ ବର୍ଷୀୟ ଯୁବକକୁ ଛୁରୀରେ ଭୁସି ହତ୍ୟା କରାଯାଇଥିଲା । ତାଙ୍କ ମାଆଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିବା ବେଳେ ତାଙ୍କ ଉପରେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏନେଇ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details