ପୁରୀ: ମହାପ୍ରଭୁଙ୍କ ମୂର୍ତ୍ତିକୁ ଅସମ୍ମାନ ଘଟଣା । ଭଦ୍ରକ ଜିଲ୍ଲାପାଳ ଓ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି । ଏନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ଜଗନ୍ନାଥ ସେନା ଆବାହକ ପ୍ରତିକ୍ରିୟା ରଖି କହିଛନ୍ତି, "ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମୂର୍ତ୍ତିକୁ ପୂଜା କରି ଉତ୍ସବ କଲେ ଭଦ୍ରକ ଜିଲ୍ଲା ପ୍ରଶାସନ। ହେଲେ ଉତ୍ସବ ଶେଷ ପରେ ଅଳିଆ ଗଦାରେ ମହାପ୍ରଭୁଙ୍କ ମୂର୍ତ୍ତି ଛାଡ଼ି ଦେଲା ପ୍ରଶାସନ। ଏହି ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି ।"
ସୂଚନା ଅନୁସାରେ, ଭଦ୍ରକ ନେହେରୁ ଷ୍ଟାଡିୟମରେ 'ଭଦ୍ରାୟଣୀ ଉତ୍ସବ' ଶେଷ ପରେ ଅଳିଆ ଗଦାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ପଡ଼ିରହିଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଜଗନ୍ନାଥଙ୍କ ମୂର୍ତ୍ତି ଏପରି ପରିତ୍ୟକ୍ତ ଭାବେ ପଡି ରହିବା ଘଟଣାକୁ ନେଇ ବିରୋଧ ବଢିବାରେ ଲାଗିଛି। ମହାପ୍ରଭୁଙ୍କୁ ଅପମାନ ଦେବା ଘଟଣାରେ ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା । ଏନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ମଧ୍ୟ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ...'ଅର୍ପଣ ରଥରେ ନବୀନ ବାବୁ ଓ ଅନ୍ୟର ଫଟୋ ଲାଗିବା ଜଗନ୍ନାଥ ସଂସ୍କୃତିର ଅପମାନ'