ଓଡିଶା

odisha

ETV Bharat / state

ଗାଡି କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ମାରିଲା ସ୍ୱାମୀ ! କୁନିପୁଅ ବଖାଣିଲା ସତ - Nayagarh Murder

Nayagarh Murder: ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତିପୁର ଗାଁରେ ମହିଳାଙ୍କୁ ହତ୍ୟା ଅଭିଯୋଗ । ଟଙ୍କା ପାଇଁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

Nayagarh Murder
Nayagarh Murder (Etv Bharat)

By ETV Bharat Odisha Team

Published : May 31, 2024, 3:37 PM IST

ନୟାଗଡ:୮୦ ଲକ୍ଷ ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ! ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତିପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଟଙ୍କା ପାଇଁ ଝିଅକୁ ସ୍ୱାମୀ ଓ ଶ୍ୱଶୂର ଘର ଲୋକେ ମିଶି ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ବାପଘର ଲୋକେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛନ୍ତି ।

Nayagarh Murder (ETV Bharat Odisha)

ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲାର ଚମ୍ପତିପୁର ଗାଁର ତପନ ସ୍ୱାଇଁ ଓଡଗାଁ ଥାନା ଗୋଡିପାଟଣା ଗାଁର ପଦ୍ମିନୀ ପ୍ରଧାନଙ୍କୁ 8 ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ l ୩ ବର୍ଷ ତଳୁ ପଦ୍ମିନୀ ଓଡଗାଁ ଆଦର୍ଶ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ଆସୁଥିଲେ l ସାବିତ୍ରୀ ଥିବାରୁ ପଦ୍ମିନୀ ତାଙ୍କ ସ୍ୱାମୀଙ୍କ ଘରକୁ ଆସିଥିଲେ l ଅଭିଯୋଗ ମୁତାବକ, ସ୍ୱାମୀ ତପନ ଏକ ଗାଡି ଆଣିବା ପାଇଁ ସ୍ତ୍ରୀକୁ 80 ଲକ୍ଷ ଟଙ୍କା ମାଗୁଥିଲେ l ଗତକାଲି (ଗୁରୁବାର) ରାତିରେ ଟଙ୍କାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ୍ୟରେ ଝଗଡା ଲାଗିଥିଲା l ସ୍ୱାମୀ ତପନ, ଦିଅର ବିଷ୍ଣୁପ୍ରସାଦ ସ୍ୱାଇଁ ଓ ଶ୍ୱଶୂର ନାରାୟଣ ସ୍ୱାଇଁ ମିଶି ବୋହୁକୁ ମାଡ଼ ମାରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ତାକୁ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକେ l ତେବେ ଝିଅର ଶ୍ୱଶୂର ଓ ଦିଅର ଫେରାର ଥିବା ନେଇ କହିଛନ୍ତି ମୃତକଙ୍କ ମାଆ ।

ଏହାମଧ୍ୟ ପଢନ୍ତୁ.. ଉଗ୍ରରୂପ ନେଲା ପାରିବାରିକ କଳହ, ଖୁଡିକୁ ପଥରରେ ଛେଚି ହତ୍ୟା କଲା ପୁତୁରା - Nephew Killed Aunty

ଏହାମଧ୍ୟ ପଢନ୍ତୁ.. ସ୍ବାମୀ ସାଜିଲା ସଇତାନ, କୂଅକୁ ଠେଲି ସ୍ତ୍ରୀକୁ କଲା ହତ୍ୟା - Husband Killed Wife

ଏନେଇ ପରିବାର ପକ୍ଷରୁ ଇଟାମାଟି ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଅନ୍ୟପଟେ ନୟାଗଡ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ କହିଛନ୍ତି, ଜ୍ୱାଇଁ ଝିଅକୁ ପିଟିପିଟି ହତ୍ୟା କରିଥିବା ନେଇ ରାଜୀବ ପ୍ରଧାନ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ସ୍ୱାମୀକୁ ଅଟକ ରଖାଯାଇଛି । ପୋଲିସ ତାଙ୍କର ଏକ ୪ ବର୍ଷର ପିଲାଙ୍କୁ ମଧ୍ୟ ଏନେଇ ପଚରାଉଚରା କରିବ । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details