ଓଡିଶା

odisha

ETV Bharat / state

ଅସୁରଗଡ ଲୋକ ମହୋତ୍ସବ, ଲୋକକଳା ପୁନରୁଦ୍ଧାର ପାଇଁ ନିଆରା ପ୍ରୟାସ - ASURGARH LOKA MAHOTSAV

ଅସୁରଗଡ ଲୋକ ମହୋତ୍ସବ ଉଦଘାଟିତ । ନାଚଗୀତରେ ଦୁଲୁକୁଛି ବୌଦ୍ଧ । ଲୋକକଳା ତଥା ଲୋକ ସଂସ୍କୃତିର ପୁନରୁଦ୍ଧାର ପାଇଁ ପ୍ରୟାସ ।

Asurgarh Loka Mahotsav
Asurgarh Loka Mahotsav (ETV Bharat Odisha)

By ETV Bharat Odisha Team

Published : Jan 27, 2025, 2:16 PM IST

ବୌଦ୍ଧ: ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକୁଛି ବୌଦ୍ଧ । ଉଦଘାଟିତ ହେଲା ଅସୁରଗଡ ଲୋକ ମହୋତ୍ସବ । 5 ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବରେ ମିନାବଜାର ମଧ୍ୟ ପଡିଛି । ବିଭିନ୍ନ ହାତ ତିଆରି ସାମଗ୍ରୀ ତଥା ଚଟପଟା ଖାଦ୍ୟ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଅସୁରଗଡ ଲୋକ ମହୋତ୍ସବ:

ପ୍ରାଚୀନ ନୌବାଣିଜ୍ୟର ପେଣ୍ଠସ୍ଥଳ ମନମୁଣ୍ଡାଠାରେ ଉଦଘାଟିତ ହୋଇଛି ଅସୁରଗଡ ଲୋକ ମହୋତ୍ସବ । ପାରମ୍ପରିକ ଲୋକ ବାଦ୍ୟ ଓ ଲୋକନୃତ୍ୟ ମଧ୍ୟରେ ଉଦଘାଟିତ ହେଲା ଏହି ମହୋତ୍ସବ । ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏକ ଐତିହାସିକ ଅଞ୍ଚଳର ଲୋକକଳା ତଥା ଲୋକ ସଂସ୍କୃତିର ପୁନଃରୁଦ୍ଧାର ପାଇଁ ଆୟୋଜିତ ହେଉଛି ଏହି ଅସୁରଗଡ ଲୋକ ମହୋତ୍ସବ । 5 ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବ ସହିତ ମୀନାବଜାର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ବୌଦ୍ଧ ଜିଲ୍ଲାର ମହାନଦୀ ଓ ତେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ମନମୁଣ୍ଡା ଜିଲ୍ଲାର ଅନ୍ୟତମ ଐତିହାସିକ ସ୍ଥାନ । ଏଠାରେ ଅସୁରଗଡ଼ ସଭ୍ୟତାର ପ୍ରାଚୀନ କୀର୍ତ୍ତିରାଜି ଆଜି ମଧ୍ୟ ଦେଖିବାକୁ ମିଳିଥାଏ। ଗୋସିଂହଦତ୍ୟର ରାଜଧାନୀ ଅସୁରଗଡର ଧ୍ୱଂସବଶେଷ ଆଜି ମଧ୍ୟ ଦେଖିବାକୁ ମିଳିଥାଏ ।

Asurgarh Loka Mahotsav (ETV Bharat Odisha)

ଏହା ବି ପଢନ୍ତୁ...ପ୍ରସିଦ୍ଧ ସୁଲିଆ ପୀଠରେ ଆରମ୍ଭ ହେଲା ଆଦିବାସୀ ମହୋତ୍ସବ

ଏହା ବି ପଢନ୍ତୁ...ବଡ଼ବିଲ ‘ମିନି ଭାରତ’, ଭାଇଚାରା ସଂସ୍କୃତି ଓ ପରମ୍ପରା ଅନନ୍ୟ: ମୁଖ୍ୟମନ୍ତ୍ରୀ

ଲୋକକଳା ଓ ସଂସ୍କୃତିକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ:

ଶହ ଶହ ବର୍ଷର ଇତିହାସକୁ ନିଜ ବକ୍ଷରେ ସାଉଁଟି ଥିବା ମନମୁଣ୍ଡା ଅଞ୍ଚଳର ଐତିହ୍ୟ, ସଂସ୍କୃତି, ପରମ୍ପରା ବେଶ ସମୃଦ୍ଧ । ଏହି ଅଞ୍ଚଳର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆୟୋଜିତ ହେଉଛି ଏହି ଲୋକ ମହୋତ୍ସବ । 25 ତାରିଖ ଠାରୁ 30 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦଘାଟନ ହୋଇଛି । ଏହାକୁ କଣ୍ଟାମାଳ ବିଧାୟକ କହେଁଇ ଚରଣ ଡାଙ୍ଗ ଅତିଥିଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ବିଶେଷ ଭାବରେ ବୌଦ୍ଧ ଅଞ୍ଚଳର ପ୍ରାଚୀନ ଲୋକ ନୃତ୍ୟ ଝାଲିଆ ଶବର, ପତର ସଉରା, ଘୁବୁକୁଡୁ, ନାଚନିଆ, ବଜନିଆ ଭଳି ବିଭିନ୍ନ ଲୋକକଳା ପ୍ରଦର୍ଶନ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details