ଓଡିଶା

odisha

ETV Bharat / state

ଗ୍ଲୋରି ଫେଷ୍ଟ ପ୍ରତିଯୋଗିତାରେ ବଲାଙ୍ଗୀର ଝିଅଙ୍କ କମାଲ, ହେଲେ ଗ୍ଲୋରି କୁଇନ ରନର୍ସ-ଅପ - GLORY FEST 2025

ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କଲେ ବଲାଙ୍ଗୀରର ଗୀତାଞ୍ଜଳି ମେହେର ।

GLORY FEST 2025
GLORY FEST 2025 (ETV BHARAT ODISHA)

By ETV Bharat Odisha Team

Published : Feb 27, 2025, 10:10 AM IST

ବଲାଙ୍ଗୀର:ଜାତୀୟ ସ୍ତରୀୟ ଗ୍ଲୋରି ଫେଷ୍ଟ ପ୍ରତିଯୋଗିତାରେ ଚମକିଲେ ବଲାଙ୍ଗୀର ଝିଅ । ଦ୍ବିତୀୟ ସ୍ଥାନରେ ରହି ବିଜୟୀ ହେଲେ ଚାଷୀ ଘରର ଝିଅ ଗୀତାଞ୍ଜଳି ମେହେର । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଯୋଗୀଙ୍କୁ ସେ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ଉପାନ୍ତ ଅଞ୍ଚଳରୁ ମଡେଲିଂ ଦୁନିଆରେ ପାଦ ଥାପି ପ୍ରଥମ ପାହାଚରେ ସଫଳତା ପାଇଛନ୍ତି। ଆଗକୁ ଜଣେ ସୁପର ମଡେଲ ହେବା ସହ ସିନେମା ଜଗତରେ କାମ କରିବାର ଇଚ୍ଛା ରଖିଛନ୍ତି । ତାଙ୍କର ସଫଳାରେ ପରିବାର ଲୋକେ ମଧ୍ୟ ବେଶ ଖୁସି ।

ଚାଷୀ ଘରର ଝିଅ ଜାତୀୟ ସ୍ତରୀୟ ମଡେଲିଂରେ ରନର୍ସ-ଅପ :

ବଲାଙ୍ଗୀର ଜିଲ୍ଲା ଲାଠୋର ଗ୍ରାମର ପ୍ରେମାନନ୍ଦ ମେହେରଙ୍କ ଝିଅ ଗୀତାଞ୍ଜଳି ମେହେର। ଗୀତାଞ୍ଜଳି ମେହେରଙ୍କ ବାପା ଜଣେ ଚାଷୀ । ବର୍ତ୍ତମାନ ଗୀତାଞ୍ଜଳ ରାଜେନ୍ଦ୍ର ୟୁନିଭରସିଟିରେ କମ୍ପୁଟର ସାଇନ୍ସ ବିଏସସି ପାଠ ପଢୁଛନ୍ତି। ଭଲ ପାଠ ପଢା ସାଙ୍ଗକୁ ତାଙ୍କର ମଡେଲିଂ ପ୍ରତି ରୁଚି ରହିଛି। ଏଥି ପାଇଁ ସେ ପରିଶ୍ରମ ମଧ୍ୟ କରିଛନ୍ତି । ଗତ 14 ଫେବୃଆରୀ ପୁରୀରେ ଯୁବ ସମନ୍ୱୟ କେନ୍ଦ୍ର ଦ୍ୱାରା ଜାତୀୟସ୍ତରୀୟ ଆନ୍ତଃମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ନେଇ ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଯାହାର ନାମ ଗ୍ଲୋରି ଫେଷ୍ଟ । ଏଥିରେ ବିଭିନ୍ନ ରାଜ୍ୟର ପ୍ରତିଯୋଗୀଙ୍କୁ ଗୀତାଞ୍ଜଳି ପଛରେ ପକାଇ ଦ୍ଵିତୀୟ ସ୍ଥାନରେ ବିଜୟୀ ହୋଇ ଗ୍ଲୋରି କୁଇନ ରନର୍ସ-ଅପ ଟାଇଟଲ ହାସଲ କରିଛନ୍ତି।

GLORY FEST 2025 (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଏକାଧିକ ପ୍ରତିଭାର ଅଧିକାରୀ ଅସ୍ମୀ, 9 ବର୍ଷରୁ ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ - ଗିନିଜ ବୁକ ଅଫ୍ ରେକର୍ଡ ଅଧିକାରୀ ବଲାଙ୍ଗୀର ଝିଅ ଅସ୍ମୀ

ଏହା ମଧ୍ୟ ପଢନ୍ତୁ-ରେପ୍ଲିକା ମାଗାଜିନରେ ସ୍ଥାନ ପାଇଲା ଓଡିଆ ଝିଅଙ୍କ ଫଟୋ-ଫିଚର - mimansa priyadarshin

'ଫିଲ୍ମରେ କାମ କରିବାକୁ ଇଚ୍ଛା':

ଗୀତାଞ୍ଜଳି ମେହେର କହିଛନ୍ତି " ପୁରୀରେ ଏହି ଗ୍ଲୋରି ଫେଷ୍ଟ ଆୟୋଜିତ ହୋଇଥିଲା। ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ଥିଲେ। ମୁଁ ସେଠି ସଫଳ ହୋଇଛି। ଗ୍ଲୋରି କୁଇନ ରନର୍ସ ଅପ ଟାଇଟଲ ହାସଲ କରିଛି। ମୁଁ ମୋ ଅଞ୍ଚଳରୁ ପ୍ରଥମ କରି ମଡେଲିଂ ପ୍ରତି ଆକୃଷ୍ଟ ହୋଇ ଏହି ସଫଳତା ପାଇଛି। ଛୋଟ ଦିନରୁ ମୋର ମଡେଲିଂ ପ୍ରତି ରୁଚି ଥିଲା। ଏହା ମୋର ପ୍ରଥମ ପ୍ରତିଯୋଗିତା ଥିଲା ଓ ମୁ ସଫଳ ହୋଇଛି। ଆଗକୁ ମୁଁ ଏଥିରେ ଆହୁରି ଆଗକୁ ଯିବା ପାଇଁ ପ୍ରଚେଷ୍ଟା ଜାରି ରଖିବି। ଆଗକୁ ମୁଁ ମଡେଲିଂ ସହ ସିନେମା ଲାଇନକୁ ଯିବାକୁ ମଧ୍ୟ ଆଶା ରଖିଛି। ''

ଗୀତାଞ୍ଜଳି ସଫଳତାରେ ଆମେ ଖୁସି:

ସେପଟେ ଗୀତାଞ୍ଜଳିଙ୍କ ସଫଳତାରେ ବଲାଙ୍ଗୀରବାସୀ ବେଶ ଖୁସି ଅଛନ୍ତି । ବଲାଙ୍ଗୀରର ନୃତ୍ୟ ଗୁରୁ ତଥା କଳାକାର ସୁବଳ ମହାକୁଡ଼ ଗୀତାଞ୍ଜଳିଙ୍କୁ ଶୁଭ କାମନା ଜଣାଇଛନ୍ତି। ସେ କହିଛନ୍ତି " ବଲାଙ୍ଗୀର ଜିଲ୍ଲାର ଉପାନ୍ତ ଅଞ୍ଚଳ ଲାଠୋରର ଜଣେ ଝିଅ ମଡେଲିଂ ରେ ପାଦ ଦେଇ ସଫଳ ହୋଇଛନ୍ତି। ଆମକୁ ଏହା ଯେତେ ଖୁସି ଦେଇଛି ସେତେ ଗର୍ବିତ ମଧ୍ୟ କରିଛି। ତେବେ ଗୀତାଞ୍ଜଳି ମେହେର ଆମର ଏକତା ଟିମ ସହ ଜଡିତ ରହି ଆସିଛନ୍ତି। ତେଣୁ ତାଙ୍କ ସଫଳତାରେ ଆମେ ସମସ୍ତେ ବେଶ ଖୁସି ଅଛୁ ଏବଂ ସେ ଆଗକୁ ଏହି ଭଳି ସଫଳତା ପାଆନ୍ତୁ ବୋଲି ଆମର ଆଶା । ''

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details