ଓଡିଶା

odisha

ETV Bharat / state

ସୁସ୍ଥ ଲୋକକୁ ରୋଗୀ ବନାଇ ମିଛ ପ୍ରଚାର କଲେ, ରୋଗୀକୁ ମିଳୁନି ସୁବିଧା - ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେରଫେର

Irregularity in BSKY Scheme: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ତାହା ପୁଣି ରାଜ୍ୟ ଆଇନ ତଥା ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀରେ । ଅଧିକ ପଢ଼ନ୍ତୁ

ସୁସ୍ଥ ଲୋକକୁ ରୋଗୀ ବନାଇ ମିଛ ପ୍ରଚାର କଲେ
ସୁସ୍ଥ ଲୋକକୁ ରୋଗୀ ବନାଇ ମିଛ ପ୍ରଚାର କଲେ

By ETV Bharat Odisha Team

Published : Feb 5, 2024, 9:12 PM IST

ସୁସ୍ଥ ଲୋକକୁ ରୋଗୀ ବନାଇ ମିଛ ପ୍ରଚାର କଲେ

ରାୟଗଡ଼ା: ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କିଡନୀ ରୋଗୀ ଦର୍ଶାଇ ବିଜ୍ଞାପନ ମାଧ୍ୟମରେ ରାଜ୍ୟ ସରକାର ବାଃ ବାଃ ନେବା ଘଟଣା ଏବେ ହାଟରେ ପଡି ବାଟରେ ଗଡୁଛି । ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଜଣେ ସ୍ୱାସ୍ଥ୍ୟବାନ ବ୍ୟକ୍ତିଙ୍କ ନାମରେ ଅପପ୍ରଚାର ହୋଇଥିବା ଚର୍ଚ୍ଚା ଜୋର ଧରିଛି ସାରା ରାଜ୍ୟରେ । ସେପଟେ ସେହି ଗାଁର ଜଣେ ୨୨ ବର୍ଷରୁ ଊର୍ଦ୍ଧ୍ୱ ଗରିବ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନଥିବା ଘଟଣା ବର୍ତ୍ତମାନ ସମଗ୍ର ରାୟଗଡା ଜିଲ୍ଲାରେ ଏକ ବିସ୍ମୟ ସୃଷ୍ଟି କରିଛି । ଏହିଭଳି ଏକ ଘଟଣା ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ମହନ ପାତ୍ରଗୁଡା ଗ୍ରାମରେ ଦେଖିବାକୁ ମିଳିଛି ।

ଏହି ଗ୍ରାମର ସହଦେବ ପ୍ରାସାକା(53)ଙ୍କର ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲଠାରେ ତାଙ୍କ କିଡ୍‌ନୀର ସଫଳ ଅସ୍ତ୍ରୋପଚାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନା ମାଧ୍ୟମରେ ହୋଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାର ପ୍ରଚାର କରାଯାଉଛି । ଏହାକୁ ସରକାରଙ୍କ ଉପଲବ୍ଧି ଦର୍ଶାଇ ସହଦେବଙ୍କ ଫୋଟକୁ ବିଜ୍ଞାପନ ମାଧ୍ୟମରେ ପ୍ରଥମେ ମୁନିଗୁଡା ବ୍ଲକରେ ଘରେ ଘରେ ପ୍ରଚାର କରାଯାଇଛି । ହେଲେ ସବୁଠାରୁ ବଡ଼କଥା ହେଲା, ସହଦେବ ଜୀବନରେ କେବେ ମଧ୍ୟ ଭୁବନେଶ୍ବର ଯାଇନାହାନ୍ତି କିମ୍ବା ସମ୍‌ ହସ୍ପିଟାଲ କେବେ ଦେଖିନାହାନ୍ତି । ସମ୍‌ ହସ୍ପିଟାଲ ବିଷୟରେ ସହଦେବ ସମ୍ପୂର୍ଣ୍ଣ ଅଜ୍ଞ । କିନ୍ତୁ ସରକାର ବିଭିନ୍ନ ଖବର କାଗଜ ଓ ଗଣମାଧ୍ୟମରେ ସହଦେବଙ୍କୁ ଜଣେ କିଡ୍‌ନୀ ରୋଗୀ ଦର୍ଶାଇ ବିଜୁ କଲ୍ୟାଣ ଯୋଜନାର ବିଜ୍ଞାପନ କରିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସହଦେବ କିମ୍ବା ତାଙ୍କ ପରିବାର । ଏପରିକି ଏହି ଘଟଣାକୁ ସହଦେବ ଓ ତାଙ୍କ ଗ୍ରାମବାସୀ ଜାଣିବା ପରେ ତାଙ୍କ ନାମରେ ଅପପ୍ରଚାର କରାଯାଇଛି ଏବଂ ହୁଏତ ଅନ୍ୟ କେହି ତାଙ୍କ ନାଁରେ ଆସିଥିବା ବୀମା ଅର୍ଥକୁ ହଡପ କରିଛି ବୋଲି ସନ୍ଦେହ କରୁଛନ୍ତି । ଯେଉଁଥିପାଇଁ ସେ ମାନସିକ ଅପଦସ୍ତ ହେଉଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କାହା ପାଇଁ ଆବାସ ଯୋଜନା ? ନଜର ଆଢୁଆଳରେ ପ୍ରକୃତ ହିତାଧିକାରୀ

ସେପଟେ ଏହି ଗ୍ରାମରେ ଉମେଶ କୁଲେସିକା ନାମକ ଜଣେ ରୋଗୀ ପ୍ରାୟ 22 ବର୍ଷ ହେବ ରୋଗରେ ଆକ୍ରାନ୍ତ ହୋଇ ସରକାରୀ ସହାୟତା ପାଇଁ ପଞ୍ଚୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟ।ଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି । ହେଲେ ତାଙ୍କୁ ଏହି ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ କିମ୍ବା ସରକାରୀ ସହାୟତାର ସୁଯୋଗ ଦିଆଯାଇନାହିଁ । ଏଭଳି ଘଟଣା ସମଗ୍ର ଜିଲ୍ଲାରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁଠାରୁ ବଡ଼କଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୀମା ଯୋଜନା ରାଜ୍ୟ ଆଇନ ତଥା ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜସ୍ବ ନିର୍ବାଚନ ମଣ୍ଡଳୀରେ ବାଟ ହୁଡ଼ିଛି । ଏପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀର ବାସିନ୍ଦା । ଏହା ଉଭୟଙ୍କ ରାଜନୈତିକ ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଭଳି ସ୍ଥଳେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା କେତେ ସଫଳ, ଏହା ସ୍ପଷ୍ଟ ଅନୁମେୟ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details