ଓଡିଶା

odisha

ETV Bharat / sports

248ରେ ଅଟକିଲା ଇଂଲଣ୍ଡର ଇନିଂସ, ବୋଲିଂରେ କମାଲ କଲେ ଜାଡେଜା-ରାଣା - IND VS ENG 1ST ODI

ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଲେ ହେଲେ ଇଂଲିସ ବ୍ୟାଟରଙ୍କୁ ଚେକ୍ ଦେଲେ ଟିମ୍ଇଣ୍ଡିଆର ସ୍ପିନର ।

TEAM INDIA CRICKETER
TEAM INDIA CRICKETER (AP)

By ETV Bharat Odisha Team

Published : Feb 6, 2025, 6:03 PM IST

ହାଇଦ୍ରାବାଦ:ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ । ସିରିଜର ପ୍ରଥମ ମ୍ୟାଚ ନାଗପୁର ବିଦର୍ଭା ଷ୍ଟାଡିୟମରେ ଆଜି ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅତିଥି ଦଳ ଇଂଲଣ୍ଡ । ଅଧିନାୟକ ବଟଲରଙ୍କ ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ ହେବାକୁ ଦେଇନଥିଲେ ଇଂଲଣ୍ଡ ଓପନର । ଦଳୀୟ ଓପନର ବିସ୍ଫୋରକ ଏବଂ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । ମାତ୍ର 8.5 ଓଭରରେ 75ର ସ୍କୋର କରି ବିଶାଳ ରନର ଆଭାସ ଦେଇଥିଲେ ଦୁଇ ଓପନର । କିନ୍ତୁ ପ୍ରଥମ ଓ୍ବିକେଟ ପତନ ପରେ କମବ୍ୟାକ୍ କରିଥିଲେ ଭାରତୀୟ ବୋଲର ।

75 ରନରେ ପ୍ରଥମ ଓ୍ବିକେଟ ହରାଇଥିବା ଇଂଲଣ୍ଡ ପରେ ମାତ୍ର 2 ରନ ପାଇଁ 2 ଟି ଓ୍ବିକେଟ ହରାଇ 3 ଓ୍ବିକେଟ ବିନିମୟରେ 77 ରନ ସ୍କୋର କରି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ପରେ ଦଳୀୟ ସ୍କୋର 111 ରନ ଥିବା ବେଳେ ବ୍ୟକ୍ତିଗତ ମାତ୍ର 19 ରନ ସ୍କୋର କରି ଜାଡେଜାଙ୍କ ଶିକାର ହୋଇଥିଲେ ଜୋ ରୁଟ୍ । ପରେ ଅଧିନାୟକ ବଟଲର ଏବଂ ଜାକବ ବେଥହେଲଙ୍କ ମମଧ୍ୟରେ ଅର୍ଦ୍ଧଶତକୀୟ ଇନିଂସର ଭାଗିଦାରୀ ହୋଇଥିଲା । ଦଳୀୟ ସ୍କୋର 170 ରନ ଥିବା ବେଳେ ବ୍ୟକ୍ତିଗତ 52 ରନ ସ୍କୋର କରି ଆଉଟ ହୋଇଥିଲେ ବଟଲର ।

170 ରନରେ 5 ଓ୍ବିକେଟ ହରାଇ ସଙ୍କଟରେ ପଡିଥିଲା ଇଂଲିସ ଟିମ୍ । କ୍ରିଜରେ ଜାକବ ତିଷ୍ଠି ଥିଲେ ମଧ୍ୟ ଆଉ କୌଣସି ବ୍ୟାଟର ତାଙ୍କୁ ସାଥ ଦେବାରେ ସକ୍ଷମ ହୋଇନଥିଲେ । ଲିଭିଙ୍ଗ ଷ୍ଟୋନ୍ ମାତ୍ର 5 ରନ, ବ୍ରେଣ୍ଡନ କର୍ସ 10 ରନ, ଅଦିଲ ରସିଦ 8 ରନ ଏବଂ ଜୋର୍ଫା ଆର୍ଚର 21 ରନ ଉପଯୋଗୀ ଇନିଂସ ଖେଳିଥିଲେ । ତେବେ 47.4 ଓଭରରେ ଇଂଲଣ୍ଡ ସମ୍ମାନଜନକ ସ୍କୋର 248 ରନରେ ଅଲଆଉଟ ହୋଇଯାଇଛି ।

କମାଲ କଲେ ଭାରତୀୟ ବୋଲର-

ଇନିଂସ ପ୍ରାରମ୍ଭରୁ ମହଙ୍ଗା ସାବ୍ୟସ୍ତ ହୋଇଥିବା ଭାରତୀୟ ବୋଲର ପ୍ରାରମ୍ଭିକ ଓ୍ବିକେଟର ପତନ ପରେ କମବ୍ୟାକ୍ କରିଥିଲେ । କୌଣସି ବ୍ୟାଟରଙ୍କୁ କ୍ରିଜରେ ତିଷ୍ଠି ବାକୁ ଦେଇନଥିଲେ ସ୍ପିନର ଏବଂ ପେସର ଉଭୟ । ଡେବ୍ୟୁଟାଣ୍ଟ ହର୍ଷିତ ରାଣା 7 ଓଭର ବୋଲିଂ କରି ଗୋଟିଏ ମେଡେନ ଓଭର ସହିତ 53 ରନ ବ୍ୟୟ କରି 3ଟି ମୂଲ୍ୟବାନ ଓ୍ବିକେଟ ହାସଲ କରିଥିଲେ । ସେହିପରି ରବିନ୍ଦ୍ର ଜାଡେଜା 9 ଓଭର ବୋଲିଂ କରି ଗୋଟିଏ ମେଡେନ ଓଭର ସହିତ 26 ରନ ଦେଇ 3ଟି ଓ୍ବିକେଟ ହାସଲ କରିଛନ୍ତି । ଶାମି 8 ଓଭର ବୋଲିଂ କରି 38 ରନ ଦେଇ ଗୋଟିଏ ଓ୍ବିକେଟ, ଅକ୍ସର 7 ଓଭର ବୋଲିଂ କରି 38 ରନ ଦେଇ ଗୋଟିଏ ଓ୍ବିକେଟ, କୂଳଦୀପ ଯାଦବ 9.4 ଓଭର ବୋଲିଂ କରି 53 ରନ ଦେଇ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ଭାରତୀୟ ବୋଲିଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା 7 ଓଭର ବୋଲିଂ କରି 37 ଦେଇଥିବା ବେଳେ କୌଣସି ଓ୍ବିକେଟ ପାଇନଥିଲେ ।

ଭାରତୀୟ ପ୍ଲେଇଂ- ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟୱାଲ, ଶ୍ରେୟସ୍ ଆୟର, ଶୁଭମାନ ଗିଲ, କେ.ଏଲ୍ ରାହୁଲ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୂଲଦୀପ ଯାଦବ, ମହମ୍ମଦ ଶାମି।

ଇଂଲଣ୍ଡ ପ୍ଲେଇଂ - ଏକାଦଶ

ବେନ୍ ଡକେଟ୍, ଫିଲିପ୍ ସଲ୍ଟ (ଓ୍ବିକେଟ କିପର), ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜାକବ ବ୍ରେଥେଲ୍, ବ୍ରେଡନ୍ କାର୍ସେ, ଜୋଫ୍ରା ଆର୍ଚର, ଅଦିଲ ରସିଦ, ସାକିବ ମହମୁଦ

ABOUT THE AUTHOR

...view details