ଓଡିଶା

odisha

ETV Bharat / sports

ପର୍ଥରେ 'ବୁମରା' ଝଡ, ପ୍ରଥମ ଦିନରେ ଡ୍ରାଇଭିଂ ସିଟରେ ଭାରତ, 83ରନ ପଛରେ ଅଷ୍ଟ୍ରେଲିଆ

ଗର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ବୋଲରଙ୍କ କମାଲ । ଘରୋଇ ପିଚରେ ଘରୋଇ ଦଳ ଅଷ୍ଟ୍ରେଲିଆ ବ୍ୟାକଫୁଟରେ । ଭାରତୀୟ ଅଧିନାୟକ ବୁମାରଙ୍କ ଅଗ୍ନିବର୍ଷା ବୋଲିଂ ।

India's players celebrate the wicket of Australia's captain Pat Cummins, right, foreground, as he leaves the field after losing his wicket
India's players celebrate the wicket of Australia's captain Pat Cummins, right, foreground, as he leaves the field after losing his wicket ((AP))

By ETV Bharat Odisha Team

Published : Nov 22, 2024, 7:32 PM IST

Updated : Nov 22, 2024, 7:45 PM IST

ପର୍ଥ (ଅଷ୍ଟ୍ରେଲିଆ): ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ଦିନରେ ବ୍ୟାକଫୁଟରେ । ଡ୍ରାଇଭିଂ ସିଟରେ ଅତିଥି ଦଳ ଭାରତ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ 83 ରନ ପଛରେ ପଡିଥିବା ବେଳେ 3ଟି ଓ୍ବିକେଟ ଅପେକ୍ଷାରେ ଭାରତ । ଶୁକ୍ରବାରଠୁ ସ୍ଥାନୀୟ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ 5 ଟିକିଆ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ ।

ଆଜି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ଯଶପ୍ରୀତ୍ ବୁମରା । ଭାରତ ପ୍ରଥମରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓ୍ବିକେଟ କିପର ରିଷଭ ପନ୍ତ ଏବଂ ପଦାର୍ପଣ କରିଥିବା ଅଲରାଉଣ୍ଡର ନିତୀଶ ରେଡ୍ଡୀଙ୍କ ସଂଘର୍ଷପୂର୍ଣ୍ଣ ଇନିଂସ ବଳରେ ଭାରତ 10 ଓ୍ବିକେଟ ବିନିମୟରେ 150 ରନ ସ୍କୋର କରିଥିଲା । ଭାରତ 49.4 ଓଭର ବ୍ୟାଟିଂ କରି ଅଲଆଉଟ ହୋଇଯାଇଥିଲା ।

ପରେ ଟି- ପରେ ବ୍ୟାଟିଂ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର 67 ରନ ସ୍କୋରରେ 7ଟି ଓ୍ବିକେଟ ହରାଇଛି । 27 ଓଭର ବ୍ୟାଟିଂ କରି 7ଟି ଓ୍ବିକେଟ ହରାଇ 83 ରନ ପଛରେ ପଡିଛି ଘରୋଇ ଦଳ । ଭାରତ ପକ୍ଷରୁ ଦମଦାର ବୋଲିଂ କରିଥିଲେ ଅଧିନାୟକ ଯଶପ୍ରୀତ ବୁମରା । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ଦର୍ଶନୀୟ ବୋଲିଂ କରିଥିଲେ ଜଶ ହେଜେଲଉଡ ।

ଏହା ବି ପଢନ୍ତୁ- ICC ଟେଷ୍ଟ ରାଙ୍କିଂରେ ଟପ୍ ଟ୍ବେଣ୍ଟିରୁ କୋହଲି ଆଉଟ, ୧୦ ବର୍ଷରେ ସବୁଠୁ ଖରାପ ପ୍ରଦର୍ଶନ

ଏହା ବି ପଢନ୍ତୁ-ଟେଷ୍ଟ କ୍ରିକେଟରୁ ଅବସର ନେବେ କି ରୋହିତ ? ଏମିତି କହିଲେ ପୂର୍ବତନ କ୍ରିକେଟର

ପ୍ରଥମ ଦିନ ଷ୍ଟମ୍ସ ଅପସାରଣ ବେଳକୁ ଆଲେକ୍ସ କେରି 19 ରନ କରି ଅପରାଜିତ ଥିବା ବେଳେ ମିଚେଲ ଷ୍ଟାର୍କ 6 ରନ କରି ବ୍ୟାଟିଂ କରୁଛନ୍ତି । ତେବେ ଆଜିର ପ୍ରଥମ ଦିନରେ 17ଟି ଓ୍ବିକେଟର ପତନ ହୋଇଛି ।

ଫେଲ ମାରିଲା ଅଷ୍ଟ୍ରେଲିଆ ଟପ୍-ଅର୍ଡର-

2016 ମସିହାରେ ଅଷ୍ଟ୍ରେଲିଆ 17 ରନରେ 5ଟି ଓ୍ବିକେଟ ହରାଇଥିଲା । ତେବେ ଏହା ପୂର୍ବରୁ 1980 ମସିହାରେ ଅଷ୍ଟ୍ରେଲିଆ 40 ରନରେ ଘରୋଇ ପିଚରେ 5 ଓ୍ବିକେଟ ହରାଇଥିଲା ।

ଅଷ୍ଟ୍ରେଲିଆରେ ପ୍ରଥମ ଦିନରେ ସର୍ବାଧିକ ଓ୍ବିକେଟ-

1952 ମସିହା ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚରେ ପ୍ରଥମ ଦିନରେ 17ଟି ଓ୍ବିକେଟର ପତନ ଘଟିଛି ।

ବୁମରାଙ୍କ ରେକର୍ଡ-

ରେକର୍ଡ ବୁକରେ ନାମ ଲେଖିଲେ ଯଶପ୍ରୀତ ବୁମରା । ଦ୍ବିତୀୟ ବୋଲର ଭାବେ ଷ୍ଟିଭ୍ ସ୍ମିଥଙ୍କୁ ଶୂନରେ ରନରେ ଆଉଟ କରିଛନ୍ତି ବୁମରା । 2014ରେ ଡେଲ ଷ୍ଟେନ୍ ସ୍ମିଥଙ୍କୁ ଶୂନରେ ଆଉଟ କରିଥିଲେ ।

Last Updated : Nov 22, 2024, 7:45 PM IST

ABOUT THE AUTHOR

...view details