ଓଡିଶା

odisha

ETV Bharat / politics

ଜେରା ଆଳରେ ନିର୍ଯାତନା ! ED ବିରୋଧରେ ଏତଲା ଦେଲେ ହେମନ୍ତ

Hemant Soren files complaint against ED officials: ED ବିରୋଧରେ ଏତଲା ଦେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ତଦନ୍ତ ଓ ଜେରା ଆଳରେ ଦିଆଯାଉଛି ନିର୍ଯାତନା । ସେ ତାଙ୍କ ସମ୍ପ୍ରଦାୟକୁ ବଦନାମ କରିବାକୁ ପ୍ରୟାସ ଅଭିଯୋଗ । ଅଧିକ ପଢନ୍ତୁ

ଜେରା ଆଳରେ ନିର୍ଯାତନା ! ED ବିରୋଧରେ ଅଭିଯୋଗ ଆଣିଲେ ହେମନ୍ତ
ଜେରା ଆଳରେ ନିର୍ଯାତନା ! ED ବିରୋଧରେ ଅଭିଯୋଗ ଆଣିଲେ ହେମନ୍ତ

By ETV Bharat Odisha Team

Published : Jan 31, 2024, 7:02 PM IST

ନୂଆଦିଲ୍ଲୀ/ରାଞ୍ଚି: ଜମି ଘୋଟାଲା ମାମଲାରେ ବାରମ୍ବାର ସମନ ପାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଆଜି ଜେରା ହୋଇଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତଦନ୍ତକାରୀ ସଂସ୍ଥା ବିରୋଧରେ ଅଭିଯୋଗ ଆଣିଛନ୍ତି । ତାଙ୍କୁ ତଦନ୍ତ ଓ ଜେରା ଆଳରେ ନିର୍ଯାତନା ଦିଆଯାଉଛି । ତାଙ୍କ ସାମାଜିକ ଭାବମୂର୍ତ୍ତିକୁ ମଧ୍ୟ ମଳିନ କରିବାକୁ ପ୍ରୟାସ କରାଯାଉଥିବା ଅଭିଯୋଗରେ ସେ ରାଞ୍ଚି ପୋଲିସରେ ଏକ ଏତଲା ଦେଇଛନ୍ତି । ଏହି ଏତଲାରେ ସେ ତାଙ୍କ ବିରୋଧରେ ତଦନ୍ତ କରୁଥିବା କେନ୍ଦ୍ରୀୟ ଟିମର ଅଧିକାରୀଙ୍କ ନାମ ମଧ୍ୟ ଉଲ୍ଲେକ କରିଛନ୍ତି । ତାଙ୍କ ବିରୋଧରେ ତଦନ୍ତ ଜାରି ରଖିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରାଞ୍ଚି ଜୋନାଲ ଅଫିସର ଅଧିକାରୀ କପିଲ ରାଜ, ଅନୁପମ କୁମାର, ଦେଓବ୍ରତ ଝା, ଅମନ ପଟେଲ ଓ ଅନ୍ୟ କିଛି ସହଯୋଗୀ ଅଧିକାରୀଙ୍କ ନାମ ଉଲ୍ଲେଖ କରିଛନ୍ତି ।

ସେ ଏତଲାରେ ଉଲ୍ଲେଖ କରିଛନ୍ତି, 27 ଓ 28 ରେ ସେ ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ ସେ ଶାନ୍ତି ନିକେତନରେ ରହିଥିଲେ । ଏହି ବିଲ୍ଡିଂଟି ଝାଡଖଣ୍ଡ ସରକାରଙ୍କ ଦ୍ବାରା ଲିଜରେ ନିଆଯାଇଛି । 29 ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ଅଧିକାରୀଙ୍କ ଏକ ଟିମ ଏହି ବିଲ୍ଡିଂ ସମେତ ଝାଡଖଣ୍ଡ ଭବନରେ ଚଢାଉ କରିଥିଲା । ହେଲେ ଏହା ପୂର୍ବରୁ ତାଙ୍କୁ କୌଣସି ନୋଟିସ ଜାରି କରାଯାଇନଥିଲା । 30 ରେ ସେ ରାଞ୍ଚି ଫେରିବା ପରେ ତାଙ୍କ ଦିଲ୍ଲୀ ବାସଭବନରେ ଚଢାଉ ହୋଇଥିବା ସେ ଗଣମାଧ୍ୟରୁ ଜାଣିବାକୁ ପାଇଲେ । ଏପରି କରି ତାଙ୍କ ଭାବମୂର୍ତ୍ତି ସହ ତାଙ୍କ ସମଗ୍ର ସମ୍ପ୍ରଦାୟକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । ଏତଲା ଦିଆଯାଇଥିବା ବେଳେ ମାମଲା ରୁଜୁ ହୋଇନଥିବା ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ କାରକୁ ପଥର ମାଡ, ଟିଏମସିକୁ ଘେରିଲା କଂଗ୍ରେସ

ତେବେ ପୂର୍ବରୁ ଏକାଧିକ ଥର ସମନ ପାଇସାରିଥିବା ମୁଖ୍ୟମନ୍ତ୍ରୀ ସୋରେନ ଏହା ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ହାଜର ହୋଇଥିଲେ । ତେବେ 29 ତାରିଖରେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଉ ପରେ ସେ 31ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇ ଜେରାରେ ସହଯୋଗ କରିବେ ବୋଲି ସ୍ପଷ୍ଟ କରିଥିଲେ । ଆଜି ତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା ଜାରି ରଖିଛି । ଅନ୍ୟପଟେ ତାଙ୍କ ଗିରଫଦାରୀ ଆଶଙ୍କା ଥିବାରୁ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଦଳ ମଧ୍ୟରେ ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details