ଓଡିଶା

odisha

ETV Bharat / politics

ପିପିଲିରେ ବିଜେପିର ଶକ୍ତି ପ୍ରଦର୍ଶନ, ପଦ୍ମ ଫୁଟିବାର ଦମ୍ଭୋକ୍ତି ଦେଖାଇଲା ଦଳ - BJP Meeting In Pipili

BJP Power Show: ପିପିଲିରେ ବିଜେପିର ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ । ନିର୍ବାଚନ ପୂର୍ବରୁ ପିପିଲି ରାଜନୀତି ଉଷ୍ମ । ଅଧିକ ପଢନ୍ତୁ

BJP Power Show
BJP Power Show

By ETV Bharat Odisha Team

Published : Mar 18, 2024, 7:33 PM IST

BJP Power Show

ପୁରୀ: ପିପିଲିରେ ଶକ୍ତି ପ୍ରଦର୍ଶନ କଲା ବିଜେପି । ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ କରି ପିପିଲିରେ ଏକାଠି ହୋଇଛନ୍ତି ବିଜେପିର ହଜାର ହଜାର କର୍ମକର୍ତ୍ତା । ୨୦୨୪ ସାଧାରଣ ନିର୍ବାଚନରେ ପିପିଲିରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ଦେଖାଇଛି ଦଳ । ଏଥିପାଇଁ ଏକାଠି ହୋଇ ନିର୍ବାଚନ ଲଢ଼ିବା ପାଇଁ ଶପଥ ନେଇଛନ୍ତି ବିଜେପି କର୍ମୀ । ମେଣ୍ଟ ଚର୍ଚ୍ଚା ଭିତରେ ପିପିଲି ରାଜନୀତିରେ ପୁଣିଥରେ ଉଷ୍ମତା ଭରିଛି । ପିପିଲି ହାଟସାହି ମହାବୀର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।

ବିଜେପିର କାର୍ଯ୍ୟକର୍ତ୍ତା ସମାବେଶରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ଜିଲ୍ଲା ବିଜେପି ଅଧ୍ୟକ୍ଷ ଆଶ୍ରିତ ପଟ୍ଟନାୟକ, ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ବ୍ରହ୍ମଗିରି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲାରେ ବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ନିର୍ବାଚିତ କରାଇବା ପାଇଁ ଅହରହ କାମ କରିବା ପାଇଁ ସେମାନେ ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଡେଲାଙ୍ଗ ବେରବୋଇ ସରପଞ୍ଚ ଓ କୋଠବାଡ଼ର ବିଜେଡି ନେତ୍ରୀ ବିଜେପିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବିଜେପିରେ ମିଶିଲେ ରାଜଗାଙ୍ଗପୁର NACର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ରାଉତ

ଏହା ମଧ୍ୟ ପଢନ୍ତୁ...ଶଙ୍ଖ ଫୁଙ୍ଖିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା, ଶତାଧିକ କର୍ମୀ ବିଜେଡିରେ ସାମିଲ

ଏହା ମଧ୍ୟ ପଢନ୍ତୁ...ବିଜେଡିରେ ମିଶିଲେ ବିଏସପି ନେତା ଦ୍ରୋଣ କୁମ୍ଭାର


ରାଜ୍ୟ ରାଜନୀତିରେ ପିପିଲି ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । ପିପିଲି ନିର୍ବାଚନ ମଣ୍ଡଳୀରେ ରହିଛି 46ଟି ପଞ୍ଚାୟତ ସହିତ ପିପିଲି ଏନ୍‌ଏସି । ସେଥିମଧ୍ୟରୁ ପିପିଲି ବ୍ଲକ ଅଧୀନସ୍ଥ ସମସ୍ତ 25ଟି ପଞ୍ଚାୟତ ସହିତ ପିପିଲି ଏନ୍‌ଏସି ଏବଂ ଡେଲାଙ୍ଗ ବ୍ଲକରେ 21ଟି ପଞ୍ଚାୟତ ରହିଛି । 2024 ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ପିପିଲିରେ ବଢିଛି ରାଜନୈତିକ ଉଷ୍ମତା । ସମସ୍ତ ଦଳର କର୍ମୀ ସକ୍ରିୟ ହୋଇଉଠିଥିବାବେଳେ ବିଜେପି ମଧ୍ୟ କସରତ ଚଳାଇଛି । ବିଶାଳ କାର୍ଯ୍ୟକର୍ତ୍ତା ସମାବେଶରେ ଦଳ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ତେବେ ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକିଥିବାବେଳେ ଦଳ ଡିଆଁ ପର୍ବ ଜାରି ରହିଛି । ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି ନେତା ଓ କର୍ମୀ । ଆଜି ପୂର୍ବତନ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ରାଉତ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି । ସେ ପୂର୍ବରୁ ରାଜଗାଙ୍ଗପୁର ପୌର ପରିଷଦର ଅଧ୍ୟକ୍ଷ ଥିଲେ ।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details