ଓଡିଶା

odisha

ETV Bharat / politics

ବିଜେପି ନେତାଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ; SCB ମନସ୍ତାତ୍ତ୍ବିକ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖିଲା ବିଜେଡି - Psychiatric Treatment to BJP leader

BJP leaders needs Psychiatric Treatment: ରାଜ୍ୟରେ ନିର୍ବାଚନ ମଧ୍ୟରେ ଏବେ ଜୋର ଧରିଛି ଚିଠି ଲେଖା ରାଜନୀତି । ପ୍ରଥମେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକ୍ତ କରିବା ପାଇଁ ଡିଜିପିଙ୍କୁ ଚିଠି ଲେଖିଲା ବିଜେପି । ଏହାପରେ ବିଜେପି ନେତାଙ୍କୁ ମାନସିକ ଚିକିତ୍ସା ଆବଶ୍ୟକ ଥିବା ନେଇ SCB ମନସ୍ତାତ୍ତ୍ବିକ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖିଛି ବିଜେଡି । ଅଧିକ ପଢ଼ନ୍ତୁ

BJP leaders needs Psychiatric Treatment
BJP leaders needs Psychiatric Treatment (ETV Bharat Odisha)

By ETV Bharat Odisha Team

Published : May 24, 2024, 8:39 PM IST

ଭୁବନେଶ୍ବର: କଟକ ଏସ୍‌ସିବି ମେଡିକାଲ କଲେଜର ମନସ୍ତାତ୍ତ୍ବିକ ବିଭାଗ ମୁଖ୍ୟଙ୍କୁ ବିଜେଡିର ଚିଠି । ଖୋଲା ଚିଠି ଲେଖିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ । ଓଡିଶା ବିଜେପି ନେତାଙ୍କୁ ତୁରନ୍ତ ମାନସିକ ରୋଗ ପାଇଁ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଅମର । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ଏହାକୁ କାଉଣ୍ଟର କରି ଅମର ବଡ଼ ମେଡିକାଲ ମନସ୍ତାତ୍ତ୍ବିକ ବିଭାଗ ମୁଖ୍ୟଙ୍କୁ ଏହି ଚିଠି ଲେଖିଥିବା କୁହାଯାଉଛି । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

BJP leaders needs Psychiatric Treatment (ETV Bharat Odisha)

ଅମର ଚିଠିରେ ଦର୍ଶାଇଛନ୍ତି, 'ଏକ ଦାୟିତ୍ବ ସମ୍ପନ୍ନ ରାଜନୈତିକ ଦଳ ଭାବେ ଆମ ପ୍ରତିପକ୍ଷ ଓଡିଶା ବିଜେପିର କିଛି ନେତାଙ୍କ ମାନସିକ ସ୍ଥିତି ଦେଖି ଆମେ ଗଭୀର ଭାବେ ଚିନ୍ତିତ । ଆମକୁ ଭାରି ଦୟା ଲାଗୁଛି । ୨୦୨୪ ନିର୍ବାଚନରେ ସେମାନେ ବହୁତ ଖରାପ ଭାବେ ହାରିବାକୁ ଯାଉଛନ୍ତି । ତେଣୁ ସେମାନେ ନିଜ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଫଳରେ ସେମାନେ ପ୍ରତିଦିନ ବାଚଳାମି କରୁଛନ୍ତି । ଏସବୁ ଦେଖିବା ଭାରି କଷ୍ଟଦାୟକ । ଏହି ନେତା ମାନେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ବୈଜୟନ୍ତ ପଣ୍ଡା, ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ, ବିଜେପି ନେତା ସମୀର ମହାନ୍ତି ।'

ଏହା ମଧ୍ୟ ପଢ଼ନ୍ତୁ...'ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧନ କରି ରଖିଛନ୍ତି ପାଣ୍ଡିଆନ'; ମୁକ୍ତ କରିବାକୁ ପୋଲିସ ଡିଜିଙ୍କୁ ବିଜେପିର ଚିଠି - free Naveen Patnaik from Pandian

ଅମର ଚିଠିରେ ଅନୁରୋଧ କରିଛନ୍ତି, 'ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ମେଡିକାଲ ବୋର୍ଡ ଗଠନ କରାଯାଉ । ଏହି ନେତା ମାନଙ୍କର ଆବଶ୍ୟକୀୟ ମାନସିକ ରୋଗ ଚିକିତ୍ସା ବ୍ୟବସ୍ଥା କରାଯାଉ । ଯଦି ସେମାନେ ଏଥିରେ ରାଜି ନ’ହୁଅନ୍ତି, ତେବେ ସେମାନଙ୍କୁ ବୁଝାସୁଝା କରି ହସ୍ପିଟାଲ ଆଣିବାର ଦାୟିତ୍ଵ ଏକ କାଉନସେଲିଂ ଟିମକୁ ପ୍ରଦାନ କରାଯାଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ, ଓଡିଶା ବିଜେପି ନେତାଙ୍କୁ ମାନସିକ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୁଅନ୍ତୁ ।'

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details