ଓଡିଶା

odisha

ETV Bharat / lifestyle

ଆଜିର ରାଶିଫଳ: କାମରେ ପ୍ରଶଂସିତ ହେବେ ଏହି ରାଶି, ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏମାନେ

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ବଢ଼ିବ ଖର୍ଚ୍ଚ ? କେଉଁମାନେ ରହିବେ ସତର୍କ ? ପଢ଼ନ୍ତୁ ଆଜିର ରାଶିଫଳ

TODAY HOROSCOPE
TODAY HOROSCOPE (ETV Bharat)

By ETV Bharat Odisha Team

Published : Nov 24, 2024, 12:00 AM IST

ମେଷ: ଛୋଟ ଛୋଟ କଥାରେ ବିବ୍ରତ ହେବେ । ନିଜର ବ୍ୟାୟାମ ଅବ୍ୟାହତ ନକଲେ ଚଳିବ, ଏହା ପୁରା ଭଲ ଅଛି । ଏହା ବ୍ୟତିତ ବିଶ୍ରାମ ଅତ୍ୟାବଶ୍ୟକ । ଯାତ୍ରା କରନ୍ତୁ ନାହିଁ ଓ ଦୌଡା ଦୌଡି ବନ୍ଦ କରନ୍ତୁ । କାମର ଶେଷ ନାହିଁ , ଆବଶ୍ୟକ ସମୟରେ ଯଥାର୍ଥ ବିଶ୍ରାମ ନିଅନ୍ତୁ । ଆଗକୁ ପ୍ରଶଂସା ପାଇବେ । ନିଜର ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜର ସମ୍ପତ୍ତି ସମ୍ୱନ୍ଧୀୟ କୌଣସି ସିଦ୍ଧାନ୍ତ ଆଜି ଆପଣ ନିଅନ୍ତୁ ନାହିଁ । ଆଜି ଆପଣ ପ୍ରତି ପଦକ୍ଷେପରେ ସତର୍କ ରୁହନ୍ତୁ ।

today horoscope (ARIES)

ବୃଷ: ସ୍ଥିର ମନ ଓ ଦୃଢ ଚିନ୍ତା ସମାଧାନର କାରଣ ହେବ । ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ । ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଶୁଭ ଫଳ ଆଶା କରନ୍ତୁ । ପୈତୃକ ସମ୍ପତ୍ତି ଆଶା କରାଯାଏ । ପିତା ମାତାଙ୍କ ସହ ଅନ୍ତରଙ୍ଗତା ବଢିବ । ଖେଳ କୁଦ ପାଇଁ ଦିନଟି ଭଲ ଅଟେ । ଘର ଦୃଷ୍ଟିକୋଣରୁ ନିରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

today horoscope (TAURUS)

ମିଥୁନ: ଦିନଟି ଭଲ କେବଳ ଆପଣଙ୍କର ଗୋଟିଏ ଉପଦେଶ ଚତୁରତାର ସହ ପଇସା ଲଗାନ୍ତୁ । ପଇସା ଅତ୍ୟଧିକ ଥିଲେ ମଧ୍ୟ ଆପତ୍ତିଜନକ ସଂସ୍ଥାରୁ ଦୂରେଇ ରୁହନ୍ତୁ । ଅଗଭୀରତା, ଅସ୍ଥିରତା, ସାଧା, ଭଲ ଏବଂ ପୁରୁଣା ମଜ୍ଜାରେ ପରିବାର ସହ ବୁଡି ରହିବେ । ଚଞ୍ଚଳତା ଓ ଶକ୍ତିପୂର୍ଣ୍ଣ ରହିବେ । ଆଗକୁ ମାଡିଚାଲନ୍ତୁ, ନିଜେ ନିଜର ଭାଗ୍ୟ ନିର୍ଣ୍ଣୟ କରନ୍ତୁ । ଶତ୍ରୁ ପରାଜୟ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । କୌଣସି ପ୍ରକାରର ବଡ଼ କାର୍ଯ୍ୟ କରୁଥିଲେ ସତର୍କ ରୁହନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ରହିବ ।

today horoscope (GEMINI)

କର୍କଟ:ଦିନଟି ମଧ୍ୟମ ଦରଣର ରହିବ । ଚତୁଃପାର୍ଶ୍ୱରେ ପରିଚାଳିତ ବସ୍ତୁ ଉପରେ ନଜର ରଖନ୍ତୁ । ଅଧିକ କାର୍ଯ୍ୟ ସତ୍ତ୍ବେ ଫଳ ଆଶାନୁତିତ ନୁହେଁ । କୁଟିଳ ଚିନ୍ତାରୁ ଦୂରେଇ ରୁହନ୍ତୁ ନଚେତ୍‍ ପରିବାରରେ କଳହ ଉପୁଜିପାରେ । ଛାତ୍ର ମାନଙ୍କ ପାଇଁ ଭଲ ଦିନ ଯଥା ସଫଳତା ନିଶ୍ଚିନ୍ତ । ଅମାନୁଷିକ କାର୍ଯ୍ୟ କରନ୍ତୁ ନାହିଁ ଅଯଥା ଚିନ୍ତାରେ ରହିବେ । ଯଦି ଚିନ୍ତା କରୁଥାନ୍ତି ତେବେ ବିଶ୍ରାମ ନିଅନ୍ତୁ । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡି ପାରନ୍ତି । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେ‌ଳେ ଆପଣ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବେ ସଫଳତା ହାସଲ କରିବା ସହ ପ୍ରଶଂସିତ ହେବେ ।

today horoscope (CANCER)

ସିଂହ: ନିଜ ଉପରେ ବିଶ୍ୱାସ ରଖିଲେ ସବୁ ସମାଧାନ ହେବ । ସମସ୍ତ ଶକ୍ତି ପ୍ରୟୋଗରେ କାର୍ଯ୍ୟ ସିଦ୍ଧି ହେବ । ସରକାରୀ ସଂସ୍ଥା ଦ୍ୱାରା ଉପକୃତ ହେବେ । ନିଜର କ୍ଷମତା ପରିପ୍ରକାଶ କରି ସମସ୍ତ ମନ ନିଅନ୍ତୁ । ତୁମର ପ୍ରତିଷ୍ଠା ଓ ବଳ ବୃଦ୍ଧି ହେବ ଏବଂ ପୈତୃକ ସମ୍ପତ୍ତି ଲାଭ ହେବ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣ ଆପଣଙ୍କ ପେଶା ଉପରେ ଅଳ୍ପ ହଇରାଣର ସମ୍ମୁଖିନ ହୋଇପାରନ୍ତି । ଅତ୍ୟଧିକ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ, ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।

today horoscope (LEO)

କନ୍ୟା:ଲୋକଙ୍କ ସହ କଥାବାର୍ତ୍ତା କରିବାବେଳେ ଆପଣଙ୍କର ରାଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଏବଂ ରାଗ ଅନୁଭବ କରିପାରନ୍ତି । ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟରେ ମଧ୍ୟ ସତର୍କତା ଅବଲମ୍ୱନ କରନ୍ତୁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦୂରରେ ରୁହନ୍ତୁ ।

today horoscope (VIRGO)

ତୁଳା:ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟି ଆପଣଙ୍କୁ ସୁଖି କରିବ । ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । କୌଣସି ପ୍ରିୟ ବାନ୍ଧବୀଙ୍କ ସହ ସାକ୍ଷାତ କରିପାରନ୍ତି । ନିଜର ଗାଡି ନେଇ କୌଣସି ରମଣୀୟ ସ୍ଥାନକୁ ବଣଭୋଜି କରିବା ପାଇଁ ଉତ୍କଣ୍ଠା ପ୍ରକାଶ କରିପାରନ୍ତି । ଗ୍ରହମାନଙ୍କ ସୁପ୍ରଭାବରୁ ଅବିବାହିତ ଯୁବକ ଯୁବତୀ ମାନେ ବିବାହ ସୁତ୍ରରେ ଆବଦ୍ଧ ହୋଇପାରନ୍ତି । ସୁଖାଦ୍ୟ ଖାଇବାର ମଜ୍ଜାନେବେ ଏବଂ ଭଲ ନିଦ ହେବ ।

today horoscope (LIBRA)

ବିଛା: ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କ କର୍ମଦକ୍ଷତାରେ ସନ୍ତୋଷ ପ୍ରକାଶ କରିବେ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସାମାଜିକ ସ୍ୱୀକୃତି ଲାଭ କରି ଆତ୍ମ ସନ୍ତୋଷ ପାଇବେ । ଆପଣଙ୍କର ସନ୍ତାନ ତାର ସଫଳତାର ଶୀର୍ଷସ୍ଥାନ ଅଧିକାର କରିଥିବାରୁ ଖୁସିର ସୀମା ରହିବ ନାହିଁ । ଦିନଟିକୁ ଆମୋଦ ପ୍ରମୋଦରେ କାଟିପାରନ୍ତି । ଆପଣ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ପାଇବାରେ ସକ୍ଷମ ହେବେ । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଟିକିଏ ଯନ୍ତ୍ରଣାରୁ ଉପଶମ ପାଇପାରିବେ ।

today horoscope (SCORPIO)

ଧନୁ:ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିନପାରେ । ତେଣୁ ନିଜକୁ ଦୁର୍ବଳ ଅନୁଭବ କରିବେ । ଆଳସ୍ୟରେ ଦିନଟି କଟିପାରେ । ଶାରୀରିକ ଦୁର୍ବଳତା ଯୋଗୁଁ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ମାନ୍ଦା ଅବସ୍ଥା ପାଇଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ପ୍ରତିଯୋଗୀ ଏବଂ ନିଜ ସମକକ୍ଷ ବ୍ୟକ୍ତିମାନଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । କୌଣସି ଉତ୍ସବର ଆୟୋଜନ କରିବା ପୂର୍ବରୁ ସାବଧାନ ରୁହନ୍ତୁ । ସନ୍ଧ୍ୟାରେ ଚାଲିଚାଲି ସାନ୍ଧ୍ୟ ଭ୍ରମଣରେ ବାହାରିଲେ ମନ ପରିବର୍ତ୍ତନ ହୋଇପାରେ ।

today horoscope (SAGITTARIUS)

ମକର:ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । ଶାରୀରିକ ଅସୁସ୍ଥତା ଯୋଗୁଁ କିମ୍ୱା ସାମାଜିକ କାର୍ଯ୍ୟରେ ଯୋଗଦେବା ପାଇଁ ବାହାରକୁ ଯାଆନ୍ତୁ ନାହିଁ । ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାରୁ ସତର୍କ ରୁହନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘଟିଥିବା ମନୋମାଳିନ୍ୟକୁ ଧୀରସ୍ଥିର ଚିତ୍ତରେ ସମାଧାନ କରିଦିଅନ୍ତୁ । ନିଜମନକୁ ସର୍ବଦା ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । କୌଣସି କାର୍ଯ୍ୟ ପାଇଁ ଚୁକ୍ତି ପତ୍ର ସ୍ୱାକ୍ଷରିତ ହେଲେ କିମ୍ବା କମିଶନ ଭାବରେ ବିପୁଳ ପରିମାଣର ଅର୍ଥ ଲାଭ ହେଲେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ।

today horoscope (CAPRICORN)

କୁମ୍ଭ: ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ଅଟେ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ ସୁଚାରୂରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଆମ ଠିକ ସମୟରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ପ୍ରୟାସ ଜାରିରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୂଆ ଗାଡି କିଣିପାରିବେ । ବନ୍ଧୁମାନଙ୍କ ଗହଣରେ ସହର ବାହାରକୁ ପରିଭ୍ରମଣରେ ଯିବେ । ଏପରି ଆମୋଦ ଦାୟକ ଭ୍ରମଣ ଅନୁଭୂତି ଆପଣଙ୍କ ସ୍ମୃତିରେ ଅଭୁଲା ହୋଇ ରହିପାରେ ।

today horoscope (AQUARIUS)

ମୀନ:ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର ଅଟେ । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି । ବୃତ୍ତିରେ ସହକର୍ମୀଗଣ ଆପଣଙ୍କୁ ସାହାଯ୍ୟ ପ୍ରଦାନ କରିବେ । ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିପାରେ । ଯଦି ମନ ଅଶାନ୍ତ ରୁହେ ତାହାହେଲେ ସଙ୍ଗୀତ ପ୍ରେମ ହିଁ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଦିନଟିକୁ ଆମୋଦ ପ୍ରମୋଦରେ କଟାନ୍ତୁ ।

today horoscope (PISCES)

ABOUT THE AUTHOR

...view details