ଓଡିଶା

odisha

ETV Bharat / health

ଆପଣ କେମିତି ନିଶ୍ବାସ ନେଉଛନ୍ତି ? ଏମିତି ନେଲେ ବଢିପାରେ ଆୟୁଷ - MOUTH BREATHING

ଆପଣ କେମିତି ନିଶ୍ବାସ ନେଉଛନ୍ତି ? ବେଳେବେଳେ ପାଟି ପଟେ ନିଶ୍ବାସ ନେଉଛନ୍ତି କି ? ହୋଇପାରେ ଏସବୁ ସମସ୍ୟା ।

ଆପଣ କେମିତି ନିଶ୍ବାସ ନେଉଛନ୍ତି ? ଏମିତି କଲେ ବଢିପାରେ ଆପଣଙ୍କର ଆୟୁଷ
ଆପଣ କେମିତି ନିଶ୍ବାସ ନେଉଛନ୍ତି ? ଏମିତି କଲେ ବଢିପାରେ ଆପଣଙ୍କର ଆୟୁଷ (ETV Bharat)

By ETV Bharat Health Team

Published : Oct 8, 2024, 7:27 PM IST

Mouth Breathing: କେବେ ଭାବିଛନ୍ତି କି, ଯଦି ଆମେ ନାକ ବଦଳରେ ପାଟି ପଟେ ନିଶ୍ବାସ ନେବା ତାହେଲେ ଆମ ସ୍ବାସ୍ଥ୍ୟ ଉପରେ କେମିତି ପ୍ରଭାବ ପଡିବ ? ଏହି ବିଷୟରେ ଆପଣଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ ଆସୁଥିବ । ମାନବ ମନୋବିଜ୍ଞାନ ଓ ଆୟୁର୍ବେଦ ଅନୁସାରେ, ଆମ ନାକ ଓ ପାଟି ଅଲଗା ଅଲଗା ଉଦ୍ଦେଶ୍ୟ ପାଇଁ ତିଆରି ହୋଇଛି ଏବଂ ଉଭୟ ଶାରିରୀକ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

ନାକ ଓ ପାଟି କାର୍ଯ୍ୟ: ନାକ ଓ ମୁହଁର କାର୍ଯ୍ୟରେ ଅନେକ ପାର୍ଥକ୍ୟ ରହିଛି । ନାକ ମାଧ୍ୟମରେ ଆମ ଶରୀରର କୋଷିକାଗୁଡିକ ପର୍ଯ୍ୟନ୍ତ ଅମ୍ଲଜାନ ପହଞ୍ଚିଥାଏ, ଅନ୍ୟପଟେ ପାଟି ଜରିଆରେ ଆମେ ଖାଦ୍ୟପାନୀୟ ଗ୍ରହଣ କରିଥାଉ । ନାକର ମୁଖ୍ୟ କାର୍ଯ୍ୟ ଦୂଷିତ ପଦାର୍ଥ ଓ କୀଟାଣୁ ମୁକ୍ତ ନିଶ୍ବାସ ନେବାରେ ସାହାଯ୍ୟ କରିବା । ପାଟି ଖାଦ୍ୟକୁ ପେଟରେ ପ୍ରବେଶ କରାଇଥାଏ ଓ ଲାଳ ମାଧ୍ୟମରେ ହଜମ କରିବାରେ ସାହାଯ୍ୟ କରେ ।

ପାଟି ପଟେ ନିଶ୍ବାସ ନେଲେ କ'ଣ ହୁଏ ?

ଯଦି ଆମେ ପାଟି ପଟେ ନିଶ୍ବାସ ନେବାକୁ ଚେଷ୍ଟା କରିବା, ଏହାଦ୍ବାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ । ସବୁଠୁ ବଡ ସମସ୍ୟା ହେଲା ଗ୍ୟାଷ୍ଟ୍ରୋଏସୋଫେଗଲ ରିଫ୍ଲକ୍ସ ରୋଗ (Gastroesophageal Reflux Disease) । ଏହି ରୋଗରେ ପେଟରେ ଏସିଡିଟି ହେବାରେ ଲାଗେ, ଯାହା ସ୍ବାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । ଏହାବ୍ୟତୀତ ନାକ ବଦଳରେ ପାଟି ପଟେ ନିଶ୍ବାସ ନେବା ଦ୍ବାରା ଶରୀରରେ ଅମ୍ଲଜାନର ଅଭାବ ହୋଇପାରେ । ଫଳରେ ଶରୀରର କୋଷିକାଗୁଡିକରେ ଅମ୍ଲଜାନ ଯୋଗାଣ ପ୍ରଭାବିତ ହୋଇପାରେ ଓ ଏଥିରେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଥାଏ ।

ନାକରେ ନିଶ୍ବାସ ନେବାର ଫାଇଦା:

ଯେମିତି ଆମେ ଖାଇବା ପିଇବା ପାଇଁ ପାଟିର ବ୍ୟବହାର କରୁ, ସେହିଭଳି ନିଶ୍ବାସ ନେବାକୁ ନାକ ବ୍ୟବହାର କରିଥାଉ । ହେଲେ ଅନେକ ସମୟରେ ଥଣ୍ଡା କାଶରେ ନାକ ନ ଫିଟିବା ଯୋଗୁଁ ଆମେ ପାଟି ପଟେ ନିଶ୍ବାସ ନେବାକୁ ବାଧ୍ୟ ହୋଇଥାଉ । କାରଣ ସେତେବେଳେ ଆମ ପାଖରେ କୌଣସି ବିକଳ୍ପ ନଥାଏ । ହେଲେ ସାଧାରଣ ଭାବେ ନାକରେ ନିଶ୍ବାସ ନେବା ଶରୀର ପାଇଁ ଭଲ । ନାକ କୀଟାଣୁ ମୁକ୍ତ ନିଶ୍ବାସ ନେବାରେ ସାହାଯ୍ୟ କରେ । ଏଥିସହ ଆମର ଫୁସଫୁସ୍ ଆକାର ବଢାଇ ପାରିବା, ଯାହାଦ୍ବାରା ଜୀବନକାଳ ଲମ୍ବା ହୋଇପାରିବ । ଦୀର୍ଘ ଓ ଗଭୀର ନିଶ୍ବାସ ନେବା ଦ୍ବାରା ଫୁସଫୁସ୍‌କୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ ଓ ରକ୍ତ ସଞ୍ଚାଳନ ଉନ୍ନତ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ:ପେଟ ସଫା ହଉନି କି ? ହୋଇପାରେ ଏସବୁ ସମସ୍ୟା - Inability to Defecate

ଏହା ମଧ୍ୟ ପଢନ୍ତୁ:ଏସବୁ ଖାଦ୍ୟ ବଢାଇପାରେ ଡାଇବେଟିସ୍, ଜାଣନ୍ତୁ କ'ଣ ଖାଇବେ ଓ କ'ଣ ନୁହେଁ - Best food for diabetes

Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details