ହାଇଦ୍ରାବାଦ:ସମୟର ଟିକଟିକ୍ ଶବ୍ଦ ସହ ସରିଯିବ ପୁରୁଣା ବର୍ଷ 2024 । ଆରମ୍ଭ ହେବ ନୂଆ ବର୍ଷ । ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିବ 2025 ବର୍ଷ । ତେବେ ଏହି ବିଦାୟୀ ବର୍ଷ (2024) ସାଧାରଣ ଜନତା ଠାରୁ ଫିଲ୍ମ ତାରକାଙ୍କ ଯାଏଁ ସମସ୍ତଙ୍କ ପାଇଁ ସ୍ମତିଭରା ରହିବ । ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହି ବର୍ଷ କେବଳ ଯେ ବ୍ଲକବଷ୍ଟର ଏବଂ ବିବାଦର ବର୍ଷ ନଥିଲା ବରଂ ଅନେକ ସେଲିବ୍ରିଟି ଦମ୍ପତିଙ୍କ ପାଇଁ ଏହା ମଧ୍ୟ ଏକ ସୁନ୍ଦର ଆରମ୍ଭ ବର୍ଷ । ଏହି ବର୍ଷ ଅନେକ ସୁନ୍ଦର ତାରକାମାନେ ପିତାମାତା ହୋଇଥିଲେ ଏବଂ ଘରକୁ ନୂଆ ଅତିଥି ଆସିଥିଲେ । କେତେକ ତାରକା ବିବାହର ବହୁ ବର୍ଷ ପରେ ପିତାମାତା ହେବାର ସ୍ୱପ୍ନ ସାକାର ହୋଇଥିଲା ତ ଆଉ କେତେ ଜଣ ଦ୍ୱିତୀୟ ଥର ଏହି ସୌଭାଗ୍ୟ ଅର୍ଜିଥିଲେ । ତେବେ ଜାଣନ୍ତୁ 2024ରେ କେଉଁ ତାରକା ପିତାମାତା ହୋଇଥିଲେ ?
- ଦୀପିକା ପାଦୁକୋନ-ରଣଭୀର ସିଂ
ବଲିଉଡର ପାୱାର ପ୍ୟାକ୍ ଦମ୍ପତି କୁହାଯାଉଥିବା ଦୀପିକା ପାଦୁକୋନ-ରଣଭୀର ସିଂ ଚଳିତ ବର୍ଷ(2024) ଫେବୃଆରୀରେ ନିଜ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିଲେ । ଏହି ଦମ୍ପତି କହିଥିଲେ ଯେ ଖୁବଶୀଘ୍ର ସେମାନଙ୍କ ଘରକୁ କୁନି ଅତିଥି ଆସିବେ । ସେପ୍ଟେମ୍ବର 8 ରେ, ଦୀପିକା ଏବଂ ରଣଭୀର କନ୍ୟା ସନ୍ତାନର ପିତାମାତା ହୋଇଥିଲେ । କିଛି ଦିନ ପରେ ଏହି ଦମ୍ପତି ତାଙ୍କ ଝିଅର ଛୋଟ ପାଦର ଝଲକ ଦେଖାଇ ତାଙ୍କ ନାମ 'ଦୁଆ ପାଦୁକୋନ ସିଂ' ଦେଇଥିବା ପ୍ରକାଶ କରିଥିଲେ । ରଣଭୀର ଏବଂ ଦୀପିକା ନଭେମ୍ୱର 14, ୨୦୧୮ରେ ବିବାହ କରିଥିଲେ । ତେବେ ବିବାହର ୬ବର୍ଷ ପରେ ପିତାମାତା ହୋଇଛନ୍ତି ଦୀପଭୀର ।
2. ବରୁଣ ଧୱନ-ନତାଶା ଦଲାଲ
ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ଡିଜାଇନର ପତ୍ନୀ ନତାଶା ଦଲାଲ ମଧ୍ୟ ଚଳିତ ବର୍ଷ ପିତାମାତା ହୋଇଛନ୍ତି। ଫେବୃଆରୀରେ, ନତାଶାଙ୍କ ବେବି ବମ୍ପ ଫଟୋ ସେୟାର କରି ବରୁଣ ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଥିଲେ । ଜୁନ୍ 3 ରେ, ନତାଶା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଲକ୍ଷ୍ମୀ ଘରକୁ ଆସିବାର ଆନନ୍ଦରେ ସମଗ୍ର ଧୱନ ଏବଂ ଦଲାଲ ପରିବାର ଖୁସିରେ ଝୁମିଥିଲେ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବାବେଳେ ବରୁଣ କହିଥିଲେ, 'ଆମ ଘରକୁ ଶିଶୁ କନ୍ୟା ଆସିଛି । ମା ଏବଂ ପିଲାଙ୍କୁ ଆଶୀର୍ବାଦ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ।' ନତାଶା ଏବଂ ବରୁଣ ୨୪ ଜାନୁୟାରୀ ୨୦୨୧ରେ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବିବାହ କରିଥିଲେ । ବିବାହର ୩ ବର୍ଷ ପରେ ପ୍ରଥମ ସନ୍ତାନର ପିତାମାତା ହୋଇଛନ୍ତି ନତାଶା ଓ ବରୁଣ ।
3. ୟାମି ଗୌତମ-ଆଦିତ୍ୟ ଧର
ସେହିପରି ବଲିଉଡ ଅଭିନେତ୍ରୀ ୟାମି ଗୌତମ ଏବଂ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧର ଅକ୍ଷୟ ତୃତୀୟା ଅବସରରେ ମେ 20 ରେ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଥିଲେ। ଏହି ଦମ୍ପତି ସେମାନଙ୍କ ପୁଅର ନାମ 'ବେଦଭିଦ' ରଖିଛନ୍ତି। ୟାମୀ ଗୌତମ ଜୁନ ୪, ୨୦୨୧ରେ 'ଉରି' ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ । ପ୍ରାୟ ଦୁଇ ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ତିନି ବର୍ଷ ପରେ ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି ।
4. ରିଚା ଚଡ୍ଡା-ଅଲି ଫୈଜଲ
ଚଳିତ ବର୍ଷ ରିଚା ଚଡ୍ଡା ଏବଂ ଅଲି ଫୈଜଲ ମଧ୍ୟ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଥିଲେ। ରିଚା 16 ଜୁଲାଇରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଯାହାଙ୍କ ନାଁ ସେ ଜୁନିରା ଇଦା ଫୈଜଲ ରଖିଛନ୍ତି । ଏକ ମିଳିତ ପୋଷ୍ଟରେ ଏହି ଦମ୍ପତି ଏକ ସୁସ୍ଥ ଏବଂ ସୁନ୍ଦର ଶିଶୁ ସହିତ ଆଶୀର୍ବାଦ ପାଇଥିବାରୁ କୃତଜ୍ଞତା ଜଣାଇଥିଲେ । ୨୦୨୨ ମସିହାରେ ଏହି ଦମ୍ପତି ବିବାହ କରିଥିବା ବେଳେ ବିବାହର 2 ବର୍ଷ ପରେ ଉଭୟ ପିତାମାତା ହୋଇଛନ୍ତି ।