ଭୁବନେଶ୍ୱର/ହାଇଦ୍ରାବାଦ:'ପୁଷ୍ପା 2' ପ୍ରିମିୟର ଶୋ'ରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ ଘଟଣା ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ସୁପରଷ୍ଟାରଙ୍କ ଗିରଫକୁ ନେଇ ଫ୍ୟାନ୍ସ ସମେତ ସେଲିବ୍ରିଟି ଦୃଢ ବିରୋଧ କରିବା ସହ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ଆଗେଇ ଆସିଛନ୍ତି । ସୋସିଆଲ ମିଡିଆରେ ବଲିଉଡରୁ ସାଉଥ ସେଲିବ୍ରିଟି ଗିରପଦାରୀକୁ ଦୃଢ ନିନ୍ଦା କରିବା ସହ ନିଜ ପ୍ରତିକ୍ରିୟା ଦେଇଛନ୍ତି । ବଲିଉଡ ନିର୍ମାତା ଭିପୁଲ ଅମୃତ ଶାହା, ଅଭିନେତା ରଜା ମୁରାଦଙ୍କ ଠାରୁ ଆରମ୍ଭ କରି ସାଉଥ ତାରକା ରଶ୍ମିକା ମନ୍ଦାନା, ନାନୀ ସମସ୍ତେ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନ କରିଛନ୍ତି ।
ଆଇନ ସମସ୍ତଙ୍କ ପାଇଁ ସମାନ ହେଉ: ଭିପୁଲ ଅମୃତ ଶାହା
ଓଡ଼ିଶାରେ ଏକ ଇଭେଣ୍ଟରେ ଯୋଗ ଦେବା ସମୟରେ ବଲିଉଡ ନିର୍ମାତା ଭିପୁଲ ଅମୃତ ଶାହା ଅଲ୍ଲୁ ଅର୍ଜୁନଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ''ଆଇନ ସମସ୍ତଙ୍କ ପାଇଁ ସମାନ ହେଉ । ଯେକୌଣସି ଲୋକକୁ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ସୁଯୋଗ ଦିଆଯାଉ । ଯଦି ଆମେ ଏହି ଦଳାଚକଟା ଘଟଣା ନେଇ ଆମେ ତାରକାଙ୍କୁ ଗିରଫ କରିବା ତେବେ ରାଜନୈତିକ ପାର୍ଟିରେ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ସେହି ସମୟରେ ତ କିଛି ଆକ୍ସନ ନିଆଯାଉନାହିଁ । ଏଥିପାଇଁ ମୁଁ କହିବାକୁ ଚାହେଁ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର । ମୁଁ ଭାବୁଛି ଜଣେ ଲୋକ ନିଜ ଫାଇଦା ପାଇଁ ପଲିଟିକ୍ସ କରିଥାଏ । ମୁଁ ମାନୁଛି ଯେ ଜନତାଙ୍କ ସମର୍ଥନ ଅଲ୍ଲୁ ଅର୍ଜୁନଙ୍କ ସହ ଅଛି । ମୋତେ ଲାଦୁନି ଏଥିରେ କେହି ପଲିଟିକ୍ସ କରିବାକୁ ଚାହିଁବ । ଯଦି କରିବେ ତେବେ କେବଳ ଅସୁବିଧାର ସମ୍ମୁଖୀନ ହେବେ ହେଲେ କିଛି ଫାଇଦା ପାଇବେ ନାହିଁ । ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବାର ନଥିଲା । ଯଦି ଦଳାଚକଟା ଘଟଣାରେ ଗିରପଦାରୀ କରାଯାଏ ତେବେ କେତେ ପଲିଟିକ୍ସ ବା ଅନ୍ୟାନ୍ୟ ଲୋକ ଗିରଫ ହେବେ ତାହାର ହିସାବ ରହିବା ନାହିଁ।''
ଜଣକ ଉପରେ ସବୁକିଛି ଦାୟୀ ହେବା ହୃଦୟ ବିଦାରକ: ରଶ୍ମିକା ମନ୍ଦାନା
ସେହିପରି ରଶ୍ମିକା ମନ୍ଦାନା ଅଲ୍ଲୁ ଅର୍ଜୁନଙ୍କ ସହ-ଷ୍ଟାର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଚକିତ ହୋଇଛନ୍ତି। ସେ କହିଥିଲେ, ମୁଁ ବର୍ତ୍ତମାନ ଯାହା ଦେଖୁଛି ମୁଁ ବିଶ୍ୱାସ କରିପାରୁ ନାହିଁ । ଜଣେ ବ୍ୟକ୍ତିଙ୍କ ଉପରେ ସବୁକିଛି ଦାୟୀ ହେବା ହୃଦୟ ବିଦାରକ ଅଟେ । ଅଲ୍ଲୁ ଅର୍ଜୁନଙ୍କ ଉପରେ ହୋଇଥିବା ଅନ୍ୟାୟ ଧ୍ୟାନକୁ ନେଇ ରଶ୍ମିକା ନିଜର ଉଦବେଗ ପ୍ରକାଶ କରିଛନ୍ତି ଏବଂ ଦୋଷ କେବଳ ତାଙ୍କ ଉପରେ ଲଦିଦେବା ଉଚିତ ନୁହେଁ ବୋଲି ଯୁକ୍ତି ବାଢିଛନ୍ତି ।
ଅଲ୍ଲୁ ଅର୍ଜୁନଙ୍କ ସମର୍ଥନରେ ନାନୀ