ଓଡିଶା

odisha

ETV Bharat / entertainment

ତିରୁପତିରେ ବିବାହ କନଫର୍ମ କଲେ କୀର୍ତ୍ତି ସୁରେଶ, ଏଇଠି ଆଣ୍ଟୋନିଙ୍କ ସହ ପଡ଼ିବ ହାତଗଣ୍ଠି - KEERTHY SURESH WEDDING

ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । କୀର୍ତ୍ତି ସୁରେଶ ବିବାହ ନେଇ ଦେଲେ ଖୁସି ଖବର । ଏହାପୂର୍ବରୁ ତିରୁପତି ବାଲାଜୀଙ୍କ କରିଛନ୍ତି ଦର୍ଶନ । କେବେ ଓ କେଉଁଠି ବାହାଘର? ଜାଣନ୍ତୁ

KEERTHY SURESH WEDDING
KEERTHY SURESH WEDDING (ETV Bharat)

By ETV Bharat Entertainment Team

Published : Nov 29, 2024, 2:26 PM IST

ହାଇଦ୍ରାବାଦ:ଗତ କିଛି ଦିନ ହେବ ସାଉଥ ଲୋକପ୍ରିୟ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କ ବିବାହ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅଫିସିଆଲ ଘୋଷଣାକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ କିର୍ତ୍ତୀ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । କିର୍ତ୍ତୀ ସୁରେଶ ନିଜ ବିବାହ କନଫର୍ମ କରିଛନ୍ତି । ଏଥିସହ ସେ କେବେ ଏବଂ କେଉଁଠାରେ ବିବାହ କରିବେ ?ତାହା ମଧ୍ୟ ପ୍ରକାଶ କରିଛନ୍ତି । କୀର୍ତ୍ତି ତିରୁପତି ବାଲାଜୀଙ୍କ ଦର୍ଶନ କରିଛନ୍ତି । ଏହି ସମୟରେ ସେ ତାଙ୍କ ବିବାହ ନେଇ ସୂଚନା ଦେଇଛନ୍ତି । ଏବଂ ବିବାହ କେବେ ଓ କେଉଁଠାରେ ହେବ ତାହା ମଧ୍ୟ କହିଥିଲେ।

ଏଇଠି ଆଣ୍ଟୋନିଙ୍କ ସହ କୀର୍ତ୍ତିଙ୍କ ପଡ଼ିବ ହାତଗଣ୍ଠି

ତିରୁପତିରୁ କିର୍ତ୍ତୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ​​ଯେଉଁଥିରେ କିର୍ତ୍ତୀ ପାରମ୍ପାରିକ ପୋଷାକରେ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ସମୟରେ ସେ ତାଙ୍କ ବଲିଉଡ ଫିଲ୍ମ 'ବେବି ଜନ୍' ବିଷୟରେ କହିଥିଲେ । ଯାହା ପରେ ତାଙ୍କୁ ବିବାହ ବିଷୟରେ ପଚରାଯାଇଥିଲା ଏବଂ ସେ ଉତ୍ତର ଦେଇଥିଲେ ଯେ ସେ ଆସନ୍ତା ମାସରେ ଗୋଆରେ ବିବାହ କରିବାକୁ ଯାଉଛନ୍ତି । ଯଦିଓ ସେ ବିବାହ ତାରିଖ ପ୍ରକାଶ କରିନାହାନ୍ତି । କିନ୍ତୁ ରିପୋର୍ଟ ଅନୁଯାୟୀ କିର୍ତ୍ତୀ ଏବଂ ଆଣ୍ଟୋନି ଡିସେମ୍ବର 11 ରେ ବିବାହ କରିବେ ବୋଲି ଜଣାପଡିଛି । କହିରଖୁଛୁ କି, ନିକଟରେ କିର୍ତ୍ତୀ ସୋସିଆଲ ମିଡିଆରେ ନିଜର ଦୀର୍ଘ ସମୟର ପ୍ରେମିକ ଆଣ୍ଟୋନିଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରି ସମ୍ପର୍କକୁ ଅଫିସିଆଲ କରିଥିଲେ ।

15 ବର୍ଷ ସମ୍ପର୍କରେ ଲଗାଇଲେ ମୋହର

ନଭେମ୍ୱର 27ରେ ଇନଷ୍ଟାଗ୍ରାମରେ ଆଣ୍ଟୋନିଙ୍କ ସହ ତାଙ୍କର ସମ୍ପର୍କକୁ ସାର୍ବଜନୀନ କରିଥିଲେ କୀର୍ତ୍ତି । ସେ ଲେଖିଥିଲେ, "15 ବର୍ଷ ଏବଂ ଗଣନା, ଏହା ସର୍ବଦା ହୋଇଆସୁଛି । AntoNY x KEerthy (Iykyk) । ସେୟାର ହୋଇଥିବା ଏହି ପଟୋରେ ଆଣ୍ଟୋନି ଫାୟାରକ୍ରାକ ଧରିଥିବାବେଳେ କିର୍ତ୍ତୀ ତାଙ୍କ କାନ୍ଧରେ ହାତ ରଖି ଛିଡା ହୋଇଥିବା ନଜର ଆସିଛନ୍ତି । ଦୁହେଁ ଆକାଶକୁ ଚାହିଁ ରହିଛନ୍ତି ।

ଆଣ୍ଟୋନି ଥାଟିଲ୍ କିଏ?

କିର୍ତ୍ତୀ ସୁରେଶ ଏବଂ ଆଣ୍ଟୋନି 15 ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି । ବର୍ତ୍ତମାନ 15 ବର୍ଷ ଡେଟିଂ ପରେ ଉଭୟ ବିବାହ କରିବାକୁ ନିଷ୍ପତି ନେଇଛନ୍ତି । ଖବର ଅନୁଯାୟୀ, କିର୍ତ୍ତୀ ସୁରେଶ ସେହି ସମୟରେ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ଏବଂ ଆଣ୍ଟୋନି କୋଚିରେ ଗ୍ରାଜୁଏସନ କରୁଥିଲେ। ଉଭୟ ଯୁବା ଅବସ୍ଥାରେ ସାକ୍ଷାତ ହୋଇଥିଲେ । ବର୍ତ୍ତମାନ ଆଣ୍ଟୋନି ଦୁବାଇରେ ଅଛନ୍ତି ଏବଂ ଜଣେ ବ୍ୟବସାୟୀ । ତାଙ୍କ ପରିବାର ଏବଂ ପୃଷ୍ଠଭୂମି ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ । ଇନଷ୍ଟାଗ୍ରାମରେ ଆଣ୍ଟୋନି ଥାଟିଲଙ୍କର 548 ଫୋଲର୍ସ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, 15 ବର୍ଷ ସମ୍ପର୍କରେ ମୋହର ଲଗାଇଲେ କୀର୍ତ୍ତି ସୁରେଶ

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ,କାର୍ତ୍ତି ସୁରେଶଙ୍କୁ ଅନେକ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରି ହିଟ୍ ଫିଲ୍ମ ଦେବା ସହ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ କୀର୍ତ୍ତିଙ୍କୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବରୁଣ ଧୱନଙ୍କ 'ବେବି ଜନ୍'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସେ ବରୁଣଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ବରୁଣ ଜଣେ ପୋଲିସ୍ ଭୂମିକାରେ ଅଛନ୍ତି । ଏଥିରେ ଜ୍ୟାକି ଶ୍ରଫ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଖ୍ରୀଷ୍ଟମାସ ଅବସରରେ ଏହି ଫିଲ୍ମ 25 ଡିସେମ୍ବରରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details