ଓଡିଶା

odisha

ETV Bharat / entertainment

କଳିଙ୍ଗ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବ ଉଦଘାଟିତ, ଜଣାଶୁଣା ନିର୍ଦ୍ଦେଶକ-କଳାକାର ସାମିଲ - KALINGA GLOBAL FILM FESTIVAL

ଉଦଘାଟିତ ହୋଇଛି ୫ମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ । 3 ଦିନ ଧରି ଚାଲିବ ଏହି ଚଳଚ୍ଚିତ୍ର ମହୋତ୍ସବ । ସାମିଲ ହେଲେ ଜଣାଶୁଣା ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ।

Kalinga Global Film Festival
Kalinga Global Film Festival (ETV Bharat Odisha)

By ETV Bharat Entertainment Team

Published : 4 hours ago

ଭୁବନେଶ୍ୱର:ଉଦଘାଟିତ ହୋଇଛି ୫ମ କଳିଙ୍ଗ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ । କିଟ୍‍ ବିଶ୍ୱବିଦ୍ୟାଳୟରେ ଏହି ଫିଲ୍ମ ପେଷ୍ଟିଭାଲ ଉଦ୍‍ଘାଟିତ ହୋଇଛି । ଏହି ମହୋତ୍ସବ 13ରୁ 15 ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ଫିଲ୍ମର ସ୍କ୍ରିନିଂ କରାଯାଇଛି । ଯେଉଁଥିରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରଯୋଜକ ନିର୍ଦ୍ଦେଶକ ଓ କଳାକାର ତଥା ବଲିଉଡର ବହୁ ଜଣାଶୁଣା ନିର୍ଦ୍ଦେଶକ ଓ ପ୍ରଯୋଜକ ଯୋଗ ଦେଇ ଏହି ଚଳଚ୍ଚିତ୍ର ମହୋତ୍ସବର ଭୂୟଂସୀ ପ୍ରଶଂସା କରିଛନ୍ତି ।

Kalinga Global Film Festival (ETV Bharat Odisha)

'ଓଡ଼ିଶା ସିନେ ଜଗତକୁ ଏକ ସମ୍ଭାବନା ଆଣିବ ଏହି ଚଳଚ୍ଚିତ୍ର ମହୋତ୍ସବ'

ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଓ ଓଡ଼ିଆ ସିନେମା ଶିଳ୍ପର ସ୍ୱତନ୍ତ୍ରତା ଓ ପରିଚୟକୁ ପହଞ୍ଚାଇବା ପାଇଁ ଏହି ମହୋତ୍ସବ ଆୟୋଜନ ହୋଇଛି । ଏହି ମହୋତ୍ସବର ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇଥିଲେ । ଏହି ସମୟରେ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଓଡ଼ିଶାର ସିନେ ଜଗତ ଓ କଳାକାର ଜଗତକୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ''ଆମ ସମାଜ ଉପରେ ସିନେମାର ବିଶେଷ ପ୍ରଭାବ ରହିଛି । ଏହି ମହୋତ୍ସବ ଓଡ଼ିଶା ସିନେ ଜଗତକୁ ଏକ ସମ୍ଭାବନା ଆଣି ଦେବ ମୋର ଆଶା ଓ ବିଶ୍ୱାସ ।''

Kalinga Global Film Festival (ETV Bharat Odisha)

ଭିପୁଲ ଶାହାଙ୍କ ପ୍ରତିକ୍ରିୟା

ଏହି ମହୋତ୍ସବରେ ଯୋଗ ଦେଇ ବଲିଉଡ ନିର୍ମାତା ଭିପୁଲ ଅମୃତଲାଲ୍ ଶାହା ଅତିଥି ଭାବେ ଯୋଗଦେଇ କହିଛନ୍ତି, ''ଆମ ଦେଶରେ ବହୁ ପ୍ରତିଭା ଲୁକ୍କାୟିତ ହୋଇ ରହିଛନ୍ତି । ବିଶେଷ କରି ଓଡ଼ିଶାରେ ବହୁ ପ୍ରତିଭା ରହିଥିବା ମୁଁ ଏଠାରେ ଦେଖିବାକୁ ପାଇଲି । ସେମାନେ ମୁଖ୍ୟସ୍ରୋତକୁ ଆସି ପାରିନାହାନ୍ତି । ଏହି ଲୁକ୍କାୟିତ କଳାକାରମାନଙ୍କୁ ସିନେ ଜଗତର ମୁଖ୍ୟସ୍ରୋତକୁ ଆଣିବା ପାଇଁ ପ୍ରୟାସ କରିବି ।'' ସେପଟେ ଏହି ଅନ୍ତର୍ଜାତୀୟ ମହୋତ୍ସବରେ ଓଡ଼ିଆ ଫିଲ୍ମ ଭାବେ ଏକମାତ୍ର ସିନେମା ସ୍ଥାନିତ ବା ସ୍କ୍ରିନିଂ ହୋଇଥିବା ବେଳେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ଅଭିଷେକ ଗିରି ।

Kalinga Global Film Festival (ETV Bharat Odisha)

୪୫ଟି ବିଭିନ୍ନ ଭାଷାଭାଷିର ଚଳଚ୍ଚିତ୍ର ପ୍ରଦର୍ଶିତ

ଏହି ମହୋତ୍ସବରେ ମୋଟ ୪୫ଟି ବିଭିନ୍ନ ଭାଷାଭାଷିର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ସେଥିମଧ୍ୟରେ ରହିଛି ୧୨ଟି ଫିଚର ଫିଲ୍ମ, ୧୦ଟି କ୍ଷୁଦ୍ର ଚଳଚ୍ଚିତ୍ର, ୫ଟି ପ୍ରାମାଣିକ ଚଳଚ୍ଚିତ୍ର ଓ ୧୦ଟି ଷ୍ଟୁଡେଣ୍ଟ ଫିଲ୍ମ । ଆଜି ପ୍ରଥମ ଦିନରେ ଗୁଗୁଲ୍‍ ମାଟ୍ରିମନି, ମୋ ବୋଉ ମୋ ଗାଁ, ବାହି ଟ୍ରେସିଂ ମାଇଁ ଆନସେଷ୍ଟରସ, ଅଣ୍ଡର ଦି ବେଡ୍‍, ରଚାମ୍ମା, ଶ୍ରୀକାନ୍ତ, ବାଲାଡ୍‍ ଅଫ୍‍ ଦି ମାଉଣ୍ଟେନ୍‍, ମଇଁ ନିଦ, ରୋଟି କୁଁ ବନାସୀ, ଅମର ଆଜ ମରେଗା, ଅସ୍ତୋରାଗ, ମୋନିହାରା, ଆତାତୁର, କାଇଟ୍‍ ଆଣ୍ଡ ଆଇ ଏବଂ ସାମ ବାହାଦୂର ଆଦି ୧୭ଟି ବିଭିନ୍ନ ଭାଷା ଓ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ: ଅନନ୍ତ-ଶ୍ରୀନିବାସ-ଜୟୀରାମଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ

3 ଦିନ ଯାଏଁ ଚାଲିବ ଚଳଚ୍ଚିତ୍ର ମହୋତ୍ସବ

୩ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ବିଶିଷ୍ଟ ପ୍ରଯୋଜକ ଅଭିଷେକ ଅଗ୍ରୱାଲ, ମାୟଙ୍କ ସିଙ୍ଘାଣିଆ, ଅଭିଷେକ ତାରାଚାନ୍ଦ ଜୈନ, ନବଜ୍ୟୋତି ବାନ୍ଦିୱାଦେକର, ଚଳଚ୍ଚିତ୍ର ନିର୍ଦ୍ଦେଶକ ତୁଷାର ହୀରାନନ୍ଦିନୀ ଓ ସାଗର ସୁନୀଲ ପୁରଣିକ, ଅଭିନେତ୍ରୀ ରୁପାଲି ସୁଦ୍‍, ବନ୍ୟପ୍ରାଣୀ ଚଳଚ୍ଚିତ୍ର ନିର୍ମାତା ସୁବିହା ନାଲାମୁଥୁ ଓ ଲେଖକ ରାଜ ସାଣ୍ଡିଲ୍ୟଙ୍କ ଭଳି ବହୁ ନାମୀଦାମୀ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଯୋଗ ଦେଇଛନ୍ତି । ଅନ୍ୟପଟେ ଅଚ୍ୟୁତ ସାମନ୍ତ କହିଛନ୍ତି, ''ଦୀର୍ଘ ୫ ବର୍ଷ ଧରି କିଟ୍‍ ପକ୍ଷରୁ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି । ଏହି ଚଳଚ୍ଚିତ୍ର ମହୋତ୍ସବରେ ବିଭିନ୍ନ ଭାଷାଭାଷୀ ଚଳଚ୍ଚିତ୍ର ସମ୍ପର୍କରେ ସମସ୍ତେ ଜାଣିବାର ସୁଯୋଗ ମିଳିଥାଏ । ଆସନ୍ତା ବର୍ଷ ଏହି ଚଳଚ୍ଚିତ୍ର ମହୋତ୍ସବକୁ ଆହୁରି ବଡ଼ ଧରଣର କରାଯିବାର ଲକ୍ଷ୍ୟ ରହିଛି ।''

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details