ହାଇଦ୍ରାବାଦ:ସେପ୍ ଅଫ୍ ୟୁ, ପରଫେକ୍ଟ ଭଳି ଗୀତ ପାଇଁ ପ୍ରସିଦ୍ଧ ବ୍ରିଟିଶ୍ ପପ୍ ସିଙ୍ଗର୍ ଏଡ ଶୀରନ ତାଙ୍କର ଇଣ୍ଡିଆ ଟୁର୍ 2025 ଘୋଷଣା କରିଛନ୍ତି । ମାର୍ଚ୍ଚ 2024 ରେ ମୁମ୍ବାଇ, ଦିଲ୍ଲୀ ସମେତ 6 ଟି ସହରରେ ପରଫର୍ମ କରି ଭାରତୀୟ ଫ୍ୟାନ୍ସଙ୍କ ମନ ଜିତିଥିବା ବେଳେ ପୁଣି ଭାରତ ଫେରୁଛନ୍ତି ଗ୍ଲୋବାଲ୍ ପପ୍ ତାରକା ଏଡ ଶୀରନ । ସେ 2025 ମସିହାରେ ଭାରତରେ ପୁଣି ନିଜର ଜଲୱା ଦେଖାଇବାକୁ ଯାଉଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ଦେଶରେ ତାଙ୍କର ସବୁଠାରୁ ବଡ ଯାତ୍ରା ହେବ । ତାଙ୍କର କନସର୍ଟ କେବେ ଏବଂ କେଉଁଠାରେ ହେବ ସେନେଇ ସୂଚନା ଦେଇଛନ୍ତି । ଜାଣନ୍ତୁ, କନସର୍ଟ କେବେ ଏବଂ କେଉଁଠି ହେବ ଏବେ ଆଡଭାନ୍ସ ବୁକିଂ କେବେଠୁ ଆରମ୍ଭ?
ଏହି ସହରରେ ଏଡ ଶୀରନ କରିବେ ପରଫର୍ମ
ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଶିଲଙ୍ଗ ଏବଂ ଦିଲ୍ଲୀ ସମେତ ଏଡ ଶୀରନ ଭାରତର 6 ଟି ସହରରେ ପରଫର୍ମ କରିବାକୁ ଯାଉଛନ୍ତି। ମନୋରଞ୍ଜନ ପ୍ଲାଟଫର୍ମ ବୁକ୍ ମାଇ ଶୋ’ରେ ମନୋନୀତ କାର୍ଡଧାରୀଙ୍କ ପାଇଁ ପ୍ରି-ବିକ୍ରୟ ଟିକେଟ୍ ଡିସେମ୍ବର 9 ରେ ଲାଇଭ୍ ହେବ ଏବଂ ସାଧାରଣ ଟିକେଟ୍ ବିକ୍ରି ଡିସେମ୍ବର 11 ରୁ ଆରମ୍ଭ ହେବ । ଇନଷ୍ଟାଗ୍ରାମରେ ଏହି ଯାତ୍ରା ଘୋଷଣା କରି ଶୀରନ କ୍ୟାପସନ ଲେଖିଛନ୍ତି, 'ତୁମର ସୁନ୍ଦର ଦେଶର ସବୁଠୁ ବଡ ଯାତ୍ରା ପାଇଁ ଭାରତକୁ ଫେରି ଆସୁଛି। ପ୍ରଥମ ଥର ପାଇଁ ଭୁଟାନ ଏବଂ କତାରକୁ ଯିବି ଏବଂ ବାହାରିନରେ ପୁଣି ସେହି ସୁନ୍ଦର ଆମ୍ଫିଥେଟରରେ ଖେଳିବା ।'
କେବେ ଏବେ କେଉଁଠାରେ ପରଫର୍ମ କରିବେ ଏଡ ଶୀରନ
- ପୁଣେ: ୟାସ୍ ଲନ୍ସରେ -30 ଜାନୁଆରୀ
- ହାଇଦ୍ରାବାଦ: ରାମୋଜୀ ଫିଲ୍ମ ସିଟିରେ- 2 ଫେବୃଆରୀ
- ଚେନ୍ନାଇ: YMCA ଗ୍ରାଉଣ୍ଡରେ- 5 ଫେବୃଆରୀ
- ବେଙ୍ଗାଲୁରୁ: ଫେବୃଆରୀ 8- NICE ଗ୍ରାଉଣ୍ଡରେ
- ଶିଲଙ୍ଗ: 12 ଫେବୃଆରୀ-JN ଷ୍ଟାଡିୟମରେ
- ଦିଲ୍ଲୀ ଏନସିଆର: 15 ଫେବୃଆରୀ-ଲେଜର ଭ୍ୟାଲି ଗ୍ରାଉଣ୍ଡ