ମୁମ୍ବାଇ: କୋଲକାତା ନାଇଟ୍ ରାଇଡର୍ସ ପାଇଁ ନିଆରା ଅନ୍ଦାଜରେ ଚିଅର କଲେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । କାମର ବ୍ୟସ୍ତତା ଭିତରେ ବି ମ୍ୟାଚ୍ ଦେଖିବା ସହ କେକେଆରକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ବି ଷ୍ଟାଟସ ଅପଡେଟ୍ କରିଛନ୍ତି । ସୁଟିଂ ପାଇଁ ମେକ୍ଅପ୍ ନେଉଥିବା ସମୟରେ ସେ ମିରର୍ ସେଲଫି ନେଇ ଏକ ପୋଷ୍ଟ କରିଛନ୍ତି । ପାଖରେ ଥିବା ଆଉ ଏକ ମୋବାଇଲରେ ମ୍ୟାଚ୍ ଚାଲିଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ସେୟାର କରି ଅନନ୍ୟା କ୍ୟାପସନରେ ଲେଖିଛନ୍ତି, "ଏହା ହେଉଛି ରିଏଲ କମିଟମେଣ୍ଟ, କାମରେ ବି କରି ଦେଖାଇବ କୋଲକାତା ନାଇଟ ରାଇଡର୍ସ ।"
ଇଡେନ୍ ଗାର୍ଡେନ୍ସରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହୋଇଥିଲା ରୋମାଞ୍ଚକର ମୁକାବିଲା । ଏଭଳି ହାଇସ୍କୋରିଂ ମ୍ୟାଚ୍ରେ ମାତ୍ର ଗୋଟିଏର ରନରେ ଜିତିଛି କୋଲକାତା । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୨ ରନ କରିଥିଲା । ଜବାବରେ ୨୨୧ ରନରେ ଅଲ୍ଆଉଟ୍ ହୋଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଯାହାକୁ ନେଇ କେକେଆର ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହର ମାହୋଲ ଖେଳିଯାଇଛି ।