ଓଡିଶା

odisha

By ETV Bharat Odisha Team

Published : 5 hours ago

Updated : 5 hours ago

ETV Bharat / bharat

କର୍ମଚାରୀଙ୍କୁ ଖୁସି କରାଇଲେ ମୋଦି, ବଢାଇଲେ ସମସ୍ତଙ୍କ ମଜୁରୀ - Minimum wages hike

Labours Wage Hike: ଦଶହରା ପୂର୍ବରୁ କର୍ମଚାରୀଙ୍କୁ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଫେଇ କର୍ମଚାରୀଙ୍କଠୁ ଆରମ୍ଭ କରି ସିକ୍ୟୁରିଟି ଗାର୍ଡ ଓ ସବୁ ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କିଏ ପାଇବେ କେତେ ମଜୁରୀ ଆସନ୍ତୁ ଜାଣିବା ।

Labours Wage Hike
Labours Wage Hike (Govt Of India)

ହାଇଦ୍ରାବାଦ:ଶ୍ରମିକଙ୍କ ପାଇଁ ଖୁସି ଖବର ଆଣିଲେ କେନ୍ଦ୍ର ସରକାର । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ଘୋଷଣା ହୋଇଛି । ଆସନ୍ତା ଅକ୍ଟୋବର ୧ରେ ଏହି ନୂଆ ଦରମା ଲାଗୁ ହେବ । ଅଣକୁଶଳୀ, କୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଅତ୍ୟଧିକ କୁଶଳୀ ଶ୍ରମିକଙ୍କ ମାସିକ ମଜୁରୀ ବୃଦ୍ଧି କରାଯାଇଛି । କହିରଖୁଛୁ ଯେ, ପ୍ରତି ବର୍ଷ ଏପ୍ରିଲ ଓ ଅକ୍ଟୋବର ମାସରେ ମହଙ୍ଗା ଭତ୍ତା (VDA)ରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ଅନୁସାରେ ସଂଶୋଧନ କରିଥାନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ମଧ୍ୟ ଦଶହରା ପୂର୍ବରୁ ମିଳିଛି ଖୁସି ଖବର ।

କାହାର ମଜୁରୀ କେତେ ବୃଦ୍ଧି ହୋଇଛି:

ଅଣକୁଶଳୀ ଶ୍ରମିକଙ୍କ ପାଇଁ ମାସିକ ୨୦,୩୫୮ଟଙ୍କା, ଅର୍ଦ୍ଧ କୁଶଳୀ ୨୨ହଜାର ୫୬୮ ଟଙ୍କା ରହିବ । ସେହିପରି କୁଶଳୀ ଶ୍ରମିକ ପାଇବେ ୨୪, ୮୦୪ ଓ ଅତ୍ୟଧିକ କୁଶଳୀ ଶ୍ରମିକଙ୍କ ପାଇଁ ଏହି ରାଶି ୨୬ ହଜାର ୯୧୦ ରହିବ ।

Labours Wage Hike (ETV Bharat Odisha)

ଦୈନିକ ମଜୁରୀ କେତେ ପାଇବେ:

ବର୍ଦ୍ଧିତ ମଜୁରୀ ଅନୁସାରେ ଅଣକୁଶଳୀ ଶ୍ରମିକ ଦୈନିକ ୭୮୩ଟଙ୍କା, ଅର୍ଦ୍ଧ କୁଶଳୀ ଶ୍ରମିକ ୮୬୮ ଟଙ୍କା, କୁଶଳୀ ଶ୍ରମିକ ୯୫୪ଟଙ୍କା ଓ ଅତ୍ୟଧିକ କୁଶଳୀ ୧୦୩୫ ଟଙ୍କା ଲେଖାଏଁ ସର୍ବନିମ୍ନ ମଜୁରୀ ପାଇବେ ।

କେଉଁ କ୍ଷେତ୍ରର କର୍ମଚାରୀ ହେବେ ଉପକୃତ:

ଏହି ଦରମା ବୃଦ୍ଧି ଫଳରେ ଭବନ ନିର୍ମାଣ, ଲୋଡିଂ ଅନଲୋଡିଂ, ସୁରକ୍ଷା, ସଫେଇ, ହାଉସକିପିଂ, ଖଣି, କୃଷି ଆଦି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ଶ୍ରମିକମାନେ ଉପକୃତ ହେବେ । କନଷ୍ଟ୍ରକ୍ସନ କାମରୁ ଆରମ୍ଭ କରି ସଫେଇ କାମ କରୁଥିବା କର୍ମଚାରୀ ଏହାଦ୍ବାରା ଯଥେଷ୍ଟ ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଖୁସି ଖବର ମିଳିବା ପରେ ଶ୍ରମିକମାନେ ବର୍ଦ୍ଧିତ ମଜୁରୀକୁ ନେଇ ବେଶ ଖୁସି ଥିବା ଦେଖିବାକୁ ମିଳିଛି ।

Labours Wage Hike (Govt Of India)

ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା, ବଢ଼ିଲା ସର୍ବନିମ୍ନ ମଜୁରୀ, ନିଯୁକ୍ତି ପାଇବେ ଶିକ୍ଷକ - Odisha Cabinet Meeting

ଏହା ମଧ୍ୟ ପଢନ୍ତୁ:- ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ - CM Mohan Majhi Review Meeting
ଏହା ବି ପଢନ୍ତୁ... EAC-PM ରିପୋର୍ଟରେ 'ଓଡ଼ିଶା' ଦେଶରେ ଏକ ନମ୍ବର, ଶୃଙ୍ଖଳିତ ଆର୍ଥିକ ପରିଚାଳନାରେ ଆଗରେ - EACPM report

ଏହା ବି ପଢନ୍ତୁ...ବେସରକାରୀ କର୍ମଚାରୀଙ୍କୁ ମିଳିବ ମାସିକ ୭ ହଜାର ୫୦୦ ପେନସନ୍ ? ୮ କୋଟି ଲୋକ ହେବେ ଉପକୃତ - EPS Pension

ରାଜ୍ୟରେ ପୂର୍ବରୁ ବୃଦ୍ଧି ହୋଇଥିଲା ମଜୁରୀ:

ଗତ ଜୁଲାଇ ମାସରେ ରାଜ୍ୟରେ 450 ଟଙ୍କା ସର୍ବନିମ୍ନ ମଜୁରୀ ବୃଦ୍ଧି ହୋଇଥିଲା । ନୂଆ ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଥିଲା । ଏହାପୂର୍ବରୁ ରାଜ୍ୟରେ ସର୍ବନିମ୍ନ ମଜୁରୀ 352 ଟଙ୍କା ଥିବାବେଳ ଏହାକୁ 450ଟଙ୍କାକୁ ବୃଦ୍ଧି କରାଯାଇଛି ।

Last Updated : 5 hours ago

ABOUT THE AUTHOR

...view details