ମେଷ: ଆଜି ଏକ ଶୁଭ ଦିନ ଅଟେ । ଆଜି ଅନେକ ସାମାଜିକ କାର୍ଯ୍ୟ ସାଙ୍ଗ ଓ ବନ୍ଧୁ ମାନଙ୍କ ସହ କରିବେ । ଆଜି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ବଣଭୋଜି ଅଥବା ଦର୍ଶନୀୟସ୍ଥଳ ପରିଦର୍ଶନରେ ଯାଆନ୍ତୁ । ସାଙ୍ଗସାଥିଙ୍କ ସହିତ ତୁମର ସଂପର୍କ ସୁଦୃଢ ରହିବ । ସେମାନଙ୍କ ଅନ୍ତରରେ ତୁମକୁ ସାହାଯ୍ୟ କରିବା ପାଇଁ ଇଚ୍ଛା ସୃଷ୍ଟି କରିପାରିବ । ଜଗିରଖି ଖର୍ଚ୍ଚ କରନ୍ତୁ, ଅଧିକ ପ୍ରାଚୁର୍ଯ୍ୟରେ ଖର୍ଚ୍ଚ କରନ୍ତୁନାହିଁ । କୌଣସି ନମିଳିବା ସ୍ଥାନରୁ ଆର୍ଥିକ ଲାଭର ସମ୍ଭାବନା ଅଛି । ନକ୍ଷତ୍ରମାନଙ୍କର ଏକ ଚମତ୍କାର ସଂଯୋଗ ତୁମର ଆନନ୍ଦର କାରଣ ହେବ । ତୁମ ପିଲାମାନେ ମଧ୍ୟ ଅନେକ ସାହାଯ୍ୟ କରିବେ ।
ବୃଷ: ଭାଦ୍ରବ ମାସ ଆରମ୍ଭରୁ ହିଁ ଆପଣଙ୍କୁ ଶୁଭ ଖବର ମିଳିବ । ଆଜି ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ସହଜରେ ସମ୍ପାଦନ କରିବେ । ଭାଗ୍ୟଶାଳୀ ହେବେ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ସମସ୍ତ କାର୍ଯ୍ୟ ସ୍ୱଳ୍ପ ଚେଷ୍ଟାରେ ସମାପନ କରିବେ । ଚାକିରି କ୍ଷେତ୍ରରେ ଉନ୍ନତି, ପଦୋନ୍ନତି ହେବ । ଅବିବାହିତମାନଙ୍କର ବିବାହ ଯୋଗ ରହିଛି । କର୍ମଚଞ୍ଚଳ ରହିବେ । ବ୍ୟବସାୟରେ ସବୁପକ୍ଷରୁ ଲାଭ ପାଇବେ । ପାରିବାରିକ ଜୀବନ ସୁଖମୟ ହେବେ । ପରିବାର ମଧ୍ୟରେ ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଆଜି ଗ୍ରହମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ସହାୟକ ହେବେ ।
ମିଥୁନ:ଆଜିର ଦିନଟି ଆପଣଙ୍କ ପାଇଁ ଭଲରେ କଟି ନପାରେ । ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମ୍ନା କରିବ, ଏହା ସ୍ୱାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ । ତେଣୁ ଚେଷ୍ଟା ଏପରି କିଛି କରନ୍ତୁ ଯାହା ଦ୍ୱାରା କିଛି ଆନନ୍ଦ ଓ ଶାନ୍ତି ମିଳିବ । କାର୍ଯ୍ୟସ୍ଥଳରେ ମଧ୍ୟ ଚିଡଚିଡା ସ୍ୱଭାବ ରହିବ । କାରଣ ସହକର୍ମୀମାନେ ସାହଯ୍ୟ କରିବେ ନାହିଁ । ଏପରିକି ତୁମ ସାଙ୍ଗ ତଥା ଉଚ୍ଚ କର୍ତ୍ତୃପକ୍ଷ ମାନେ ତୁମ ଉପରେ ଆଶାନ୍ତି ରହିବେ । ତେଣୁ ସେମାନଙ୍କ ସହିତ କଥାବାର୍ତ୍ତା ନକରିବା ହିଁ ଭଲ ରହିବ । ତୁମର ପିଲାମାନେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିବେ । ଆଜି କରିଥିବା କାର୍ଯ୍ୟରୁ ସୁଫଳ ପାଇବ ନାହିଁ । ଶତ ଚେଷ୍ଟା ପରେ ମଧ୍ୟ ଆଶାନୁରୁପକ ଫଳ ପାଇପାରିବେ ନାହିଁ ।
କର୍କଟ: ଆଜି ଆପଣ ସତର୍କତାର ସହ କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ କଥାବାର୍ତ୍ତାରେ ସଞ୍ଜମତା ରକ୍ଷାକରନ୍ତୁ । ଆଜିର ଦିନ ସରିଲା ବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଡିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରିବେ ।
ସିଂହ: ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କ ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ଓ ଶାନ୍ତି ସ୍ବଭାର ସହ କାର୍ଯ୍ୟ କଲେ ସଫଳ ହୋଇପାରନ୍ତି । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟବସାୟୀ ଅଂଶୀଦାର କିମ୍ୱା ବ୍ୟବସାୟରେ ଲିପ୍ତ ଥିବା ଅନ୍ୟ କେହି ବ୍ୟକ୍ତିଙ୍କ ସହ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ବିଚାରଳୟ ସମ୍ପର୍କିତ କୌଣସି କାର୍ଯ୍ୟ ଆପଣଙ୍କୁ ସୁଫଳ ପ୍ରଦାନ କରିବ ନାହିଁ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନ ପାରେ । ଆଜି ମଧ୍ୟାହ୍ନ ପରେ ଖର୍ଚ୍ଚ ଉପରେ ଲଗାମ ଦିଅନ୍ତୁ । ଅଯଥା ଶତ୍ରୁ ଯାତ ହୋଇପାରନ୍ତି ।
କନ୍ୟା: ଆଜି ଆପଣ ଉତ୍ସାହ ଓ ଉହ୍ଲାସରେ ଦିନଟିକୁ କାଟିପାରନ୍ତି । ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ ଏବଂ ଅଂଶୀଦାର ମାନଙ୍କର ଶୁଭେଚ୍ଛା ରହିବ । ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତିକରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭଖବର ପାଇବେ । ଖର୍ଚ୍ଚର ପରିମାଣକୁ କମେଇବାକୁ ଇଚ୍ଛା କରିବ ଖର୍ଚ୍ଚ ବହୁଗୁଣ ବଢିପାରେ । ସେଥିପାଇଁ ସତର୍କ ରୁହନ୍ତୁ ।