ETV Bharat / state

ପୁରୀରେ ବ୍ୟାପୁଛି ଝାଡାବାନ୍ତି; ୩ ମୃତ, ଅନେକ ମେଡ଼ିକାଲରେ ଭର୍ତ୍ତି - Diarrhoea Outbreak In Puri

author img

By ETV Bharat Odisha Team

Published : Apr 30, 2024, 11:06 PM IST

Diarrhea spreading in Puri
Diarrhea spreading in Puri

Diarrhoea spreading in Puri: ପୁରୀର ବାରାହୀ ଲେନ୍‌, ଶ୍ବେତଗଙ୍ଗା ଲେନ୍‌, ଗୁଡିଆ ସାହି ଓ ତିଆଡି ସାହି ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ଏଥିରେ ଏକାଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଅଧିକ ପଢ଼ନ୍ତୁ

Diarrhea spreading in Puri

ପୁରୀ: ଚିନ୍ତା ବଢ଼ାଉଛି ପୁରୀରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ସହରରେ ଝାଡାବାନ୍ତି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଯାହାକୁ ନେଇ ପୁରୀ ସହରରେ ଆତଙ୍କ ଖେଳି ଯାଇଛି। ରୋଗୀଙ୍କୁ ପର୍ଯ୍ୟାପ୍ତ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାକୁ ସହରବାସୀ ଦାବି କରିଛନ୍ତି । ଅନ୍ୟପଟେ ନଳା ଭିତରେ ଥିବା ପାଇପ ସ୍ଥାନାନ୍ତର ପାଇଁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ସେପଟେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘର ଘର ବୁଲି ସର୍ଭେ ଆରମ୍ଭ କରାଯାଇଛି । ଆଜି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ସେଠାକୁ ଯାଇ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

ଶ୍ରୀମନ୍ଦିର ନିକଟରେ ଥିବା ବାରାହୀ ଗଳି, ଶ୍ଵେତଗଙ୍ଗା ସାହି, ଶ୍ୟାମାକାଳୀ ସାହି, ଧାନ କୋଠୀ ସାହିରେ ବହୁଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଆଜି ଆଉକିଛି ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସ୍ବାସ୍ଥ୍ୟ କର୍ମୀ ମାନେ ବୁଲି ବୁଲି ଓଆରଏସ ଏବଂ ହାଲୋଯେନ ବଟିକା ବିତରଣ କରୁଛନ୍ତି । ଏବେ ମଧ୍ୟ କିଛି ଅଞ୍ଚଳରେ ଲୋକ ଦୂଷିତ ପାଣି ବ୍ୟବହାର କରୁଥିବା ଜଣାପଡ଼ିଛି। ପୌର ସଂସ୍ଥା ନଳା ଦେଇ ପାନୀୟ ଜଳ ଯୋଗାଣ ପାଇପ ଲୋକଙ୍କ ଘରକୁ ଯାଇଛି । ପାଣି ପାଇପ କଣା ହୋଇ ସେଥିରେ ନଳା ପାଣି ମିଶୁଛି। ଝାଡ଼ାବାନ୍ତିରେ ତିନିଜଣଙ୍କ ମୃତ୍ୟୁପରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସେଠାରେ ପହଞ୍ଚିଛନ୍ତି । ମହିଳା ସ୍ଵାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ନେଇ ଆଠଟି ଦଳ ଗଠନ କରାଯାଇଛି। ଝାଡାବାନ୍ତି ବ୍ୟାପିଥିବା ୱାର୍ଡ ଏବଂ ଏହାର ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି ।

ଏହା ମଧ୍ୟ ପଡ଼ନ୍ତୁ.. ପୁରୀରେ ବ୍ୟାପୁଛି ଝାଡ଼ାବାନ୍ତି, ସହରବାସୀଙ୍କ ମଧ୍ୟରେ ଆତଙ୍କ - Diarrhea Spreading In Puri

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୦୨୧ ଘର ସର୍ଭେ କରା ଯାଇଛି। ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଏକ ଡାକ୍ତରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିଭିନ୍ନ ଅଞ୍ଚଳରୁ ପାଣି ଏବଂ ଝାଡା ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି । ଏହାଛଡ଼ା ଖାଦ୍ୟ ସୁରକ୍ଷା ଅଧିକାରୀ ସେସବୁ ଅଞ୍ଚଳକୁ ଯାଇଛନ୍ତି। ସେସବୁ ସ୍ଥାନରେ ବିକ୍ରିହେଉଥ‌ିବା ଖାଦ୍ୟ ନମୁନା ଯାଞ୍ଚ କରାଯାଉଛି | ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଓଆରଏସ, ହାଲୋଯେନ ବଟିକା ଏବଂ ଔଷଧ ପ୍ରଦାନ ସହ ପ୍ରାଥମିକ ଚିକିତ୍ସା କେନ୍ଦ୍ର କରାଯାଇଛି । ତା ସହିତ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା କରାଯାଉଛି । ତେବେ ବିଳମ୍ବରେ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଇ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କୁ ଘରକୁ ଯାଇଥିବା ଜଳଯୋଗାଣ ପାଇପ ଗୁଡିକୁ ଭଲ ଭାବେ ଯାଞ୍ଚ କରାଯିବା ସହ ନଳା ଭିତରୁ ପାଣି ପାଇପ ସ୍ଥାନାନ୍ତର କରାଯିବାକୁ ସ୍ଥାନୀୟ ଅଧୀବାସୀ ଦାବି କରିଛନ୍ତି। ତେବେ ଝାଡ଼ାବାନ୍ତିରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.