ETV Bharat / state

ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି - Vedenta University Land Acquisition

author img

By ETV Bharat Odisha Team

Published : Apr 30, 2024, 9:40 PM IST

Vedenta University Land Acquisition Case
Vedenta University Land Acquisition Case

Vedenta University Land Acquisition Case: ବେଦାନ୍ତ ବିଶ୍ବ ବିଦ୍ୟାଳୟ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ନବ ନିର୍ମାଣ କୃଷକ ସଂଗଠନ । ଅଧିକ ପଢ଼ନ୍ତୁ

ବେଦାନ୍ତ ବିଶ୍ବବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର: ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ବେଆଇନ ଜମି ହଡପ ମାମଲା ନେଇ ଅଭିଯୋଗ ଆଣିଛି ନବ ନିର୍ମାଣ କୃଷକ ସଂଗଠନ । ଯାହା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ଏହା ସହିତ ଏଫଆଇଆର ପଞ୍ଜିକରଣକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ସଂଘ । ତେବେ ଆଜି ଭୁବନେଶ୍ବରରେ ସଂଘ ପକ୍ଷରୁ ଏକ ସାମ୍ମାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ସଂଘର ଆବାହକ ଅକ୍ଷୟ କୁମାର ସମସ୍ତ ଦାବି ବିଷୟରେ କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟର ଆଧାର କ୍ରମେ କ୍ୟାପିଟାଲ ପୋଲିସ ଷ୍ଟେସନରେ ୨୦୨୩ ମସିହାରେ ସଂଗଠନ ପକ୍ଷରୁ ଜମି ଅଧିଗ୍ରହଣକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ହେଲେ ମାମଲାକୁ ପୋଲିସ ପଞ୍ଜିକୃତ କରିନଥିଲା । ଯାହାପାଇଁ ଆଉ ଥରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଫଆଇଆର ପଞ୍ଜିକୃତ ପାଇଁ ଚଳିତ ବର୍ଷ ଏପ୍ରିଲ ୪ ତାରିଖରେ ରାଜ୍ୟପାଳଙ୍କ ଅନୁମତି କ୍ରମେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଗଠନ ପକ୍ଷରୁ ଏସଡିଜିଏମ କୋର୍ଟରେ ନିବେଦନ କରିଥିଲେ । ଯାହାର ଶୁଣାଣିରେ ରାଜ୍ୟପାଳଙ୍କଠାରୁ ଅନୁମତି ପତ୍ରର ମଞ୍ଜୁରୀ ଆଣିବା ପାଇଁ କୋର୍ଟ ଅକ୍ଷୟ କୁମାରଙ୍କୁ କହିଥିଲେ । ପତ୍ର ହାସଲ ପରେ କୋର୍ଟ ଦରଖାସ୍ତର ବିଚାର କରାଯିବ ବୋଲି ଦର୍ଶାଯାଇଛି । କୋର୍ଟର ଏଭଳି ନିର୍ଦ୍ଦେଶକୁ ନେଇ ପୁଣିଥରେ ଜିଲ୍ଲା ଜର୍ଜଙ୍କ ନିକଟରେ ନିର୍ଦ୍ଦେଶ ବିରୋଧରେ ଅପିଲ କରିବେ ବୋଲି କହିଛନ୍ତି ଅକ୍ଷୟ। ସେ କହିଛନ୍ତି "ଯଦି ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହେଇଛନ୍ତି ଆଉ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାହିଁକି ନୁହେଁ ।"

ସେହିପରି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି ଯେ, ଆମେତ ରାଜ୍ୟପାଳଙ୍କୁ ଏ ବିଷୟରେ ଜଣାଇବୁ ହେଲେ ନିଷ୍ପତି କିନ୍ତୁ ଠିକ ହେବା ଦରକାର । ନହେଲେ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯିବ । ଏହାସହ ବିଜେପି ସରକାରଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି "ବିଜେପି ମଧ୍ୟ କାହିଁକି ଏ ମାମଲାରେ ନିଜର ସକ୍ରିୟତା ଦେଖାଉନାହିଁ । ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମାମଲାରେ ବିଜେପି ଟାର୍ଗେଟ କରି ଜେଲ ପଠାଇ ପାରୁଛି ।ତେବେ ଓଡିଶାରେ କାହିଁକି ନୁହେଁ? କାରଣ ଓଡିଶାରେ ଉଭୟ ଦଳର ନୀବିଡତାକୁ ଦର୍ଶାଉଛି। ତେଣୁ ଆମେ ଆହ୍ଵାନ ଦେଉଛୁ ବିଜେପିକୁ ଏଭଳି ଏକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସେମାନେ ନିଜର ସକ୍ରିୟତା ଦେଖନ୍ତୁ ଓ ସାଧାରଣ ଚାଷୀଙ୍କୁ ନ୍ୟାୟ ଦିଅନ୍ତୁ।"

ଏହା ମଧ୍ୟ ପଢ଼ନ୍ତୁ.. ଜମି ପଟ୍ଟା ନାହିଁ ତ ଭୋଟ ନାହିଁ: ପ୍ରଶାସନକୁ ପଟ୍ଟାମୁଣ୍ଡାଇ ଶୁଖୁଆପଡା ବାସିନ୍ଦା ଦେଲେ ଚେତାବନୀ - Kendrapada

ସୂଚନା ଥାଉ କି, ୨୦୦୬ରେ ରାଜ୍ୟ ସରକାର ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣରେ ସମସ୍ତ ନିୟମ କାନୁନକୁ ବେଖାତିର କରି ବେଦାନ୍ତ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ପୁରୀ ଜିଲ୍ଲାର ୬୦୦୦ ଏକର ଚାଷ ଜମି ସମେତ ମହାପ୍ରଭୁ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଦେଇଥିଲେ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହୋଇଥିଲା । ଏହାକୁ ବିରୋଧ କରି ସ୍ଥାନୀୟ ଚାଷୀଙ୍କ ସହ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରିଥିଲା ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲା। ମାମଲାର ଶୁଣାଣୀରେ ଏହି ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇ ୨୦୦୯ରେ ଖାରଜ କରିଦେଇଥିଲେ। ପରେ ବେଦାନ୍ତ କମ୍ପାନୀ ପକ୍ଷରୁ ସୁପ୍ରିମକୋର୍ଟରେ ଆଉ ଏକ ମାମଲା ହୋଇଥିଲା । ସେତେବେଳେ ସମ୍ବିଧାନର ଧାରା ୧୪କୁ ରାଜ୍ୟ ସରକାର ଉଲ୍ଲଘଂନ କରୁଥିବାରୁ ଏହି ଜମି ଅଧିଗ୍ରହଣକୁ ଅପରାଧୀ କା ମାମଲା ଭାବରେ ବେଆଇନ ବୋଲି ଉଲ୍ଲେଖ କରି ହାଇକୋର୍ଟର ରାୟକୁ କାୟମ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ କୋର୍ଟର ନିର୍ଦ୍ଦେଶ ପରେ ବି ଚାଷୀଙ୍କୁ ତାଙ୍କୁ ଜମି ଫେରାଇ ନାହାନ୍ତି ରାଜ୍ୟ ସରକାର।

ଇଟିଭି ଭାରତ, ଭୁବନେଶ୍ବର

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.