ETV Bharat / state

ବାଲେଶ୍ବରରେ ରେକର୍ଡ ଭାଙ୍ଗିଲା ପାରା, ଟପିଲା ୪୬ ଡିଗ୍ରୀ, ରାଜଧାନୀରେ ୪୫.୪ - HIGH TEMPERATURE IN ODISHA

author img

By ETV Bharat Odisha Team

Published : Apr 30, 2024, 3:56 PM IST

Updated : Apr 30, 2024, 4:39 PM IST

46 degree Temperature in Balasore
46 degree Temperature in Balasore

Temperature Touches 46 degree in Balasore: ଓଡ଼ିଶାରେ ରେକର୍ଡ ଭାଙ୍ଗିଲା ଖରା । ପ୍ରଥମ ଥର ୪୬ ଡିଗ୍ରୀ ଛୁଇଁଲା ପାରଦ । ୪୬ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର । ରାଜଧାନୀରେ ମଧ୍ୟ ରେକର୍ଡ ତାତି ସହ ୪୫.୪ ଡିଗ୍ରୀ ଛୁଇଁଛି ପାରା । ଅଧିକ ପଢ଼ନ୍ତୁ

46 degree Temperature in Balasore

ଭୁବନେଶ୍ବର/ବାଲେଶ୍ବର: ଆକାଶରୁ ହେଉଛି ନିଆଁ ବର୍ଷା । ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ଆଜି ସବୁ ରେକର୍ଡ ଭାଙ୍ଗି ୪୬ ଡିଗ୍ରୀ ଛୁଇଁଛି ବାଲେଶ୍ବର ତାପମାତ୍ରା । ଆଜି ୪୬ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ରେକର୍ଡ ତାତି ସହ ୪୫.୪ ଡିଗ୍ରୀ ଛୁଇଁଛି ପାରା । ଆହୁରି ୩ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଆଗାମୀ ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାତିର ପ୍ରକୋପରେ ସନ୍ତୁଳି ହେବ ପୁରା ଓଡିଶା । ଏନେଇ ସାରା ବିଭିନ୍ନ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟ୍‌-ୱେଭ୍‌ ରହିବାର ସମ୍ଭାବନା ଥିବାବେଳେ ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ବର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଦେବଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାକୁ ହିଟ୍‌-ୱେଭ୍‌କୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଜି ଦିନ ୨:୩୦ ସୁଦ୍ଧା ବିଭିନ୍ନ ସ୍ଥାନର ରେକର୍ଡ ତାପମାତ୍ରା-

  • ବାଲେଶ୍ବର: ୪୬ ଡିଗ୍ରୀ
  • ଭୁବନେଶ୍ବର: ୪୫.୪ ଡିଗ୍ରୀ
  • ଝାରସୁଗୁଡା: ୪୪.୨ ଡିଗ୍ରୀ
  • ଚାନ୍ଦବାଲି: ୪୩.୬ ଡିଗ୍ରୀ
  • ରାଉରକେଲା: ୪୩.୨ ଡିଗ୍ରୀ
  • ସମ୍ବଲପୁର: ୪୩.୨ ଡିଗ୍ରୀ
  • କେନ୍ଦୁଝର : ୪୩ ଡିଗ୍ରୀ
  • ପୁରୀ: ୩୫.୧ ଡିଗ୍ରୀ
  • ଗୋପାଳପୁର: ୩୩.୬ ଡିଗ୍ରୀ
  • ପାରାଦ୍ବୀପ: ୩୩.୬ ଡିଗ୍ରୀ

ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ରେଡ୍‌ ଆଲର୍ଟର ସତର୍କତା ଥିବାବେଳେ ୩ ତାରିଖ ବେଳକୁ ପାଗରେ କିଛିମାତ୍ରାରେ ପରିବର୍ତ୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି । ପରେ ୫ରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୪୪.୮ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ସେହିପରି ୩୨ ସହରରେ ୪୦ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ତାପମାତ୍ରା ରେକର୍ଡ ସହ ୪ ସହରରେ ଦିନ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ଅଧିକ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଆଗାମୀ 2 ଦିନ ନିସ୍ତାର ନାହିଁ; 2ରୁ କମିବ ତାତି, ମିଳିବ ସାମାନ୍ୟ ଆଶ୍ବସ୍ତି - Odisha Weather

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 30, 2024, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.