ETV Bharat / sports

ଆଜି ଡବଲ ହେର୍ଡର ମ୍ୟାଚ: ପଞ୍ଜାବକୁ ଭେଟିବ ଚେନ୍ନାଇ, LSG-KKR ଫାଇଟ - ipl 2024

author img

By ETV Bharat Odisha Team

Published : May 5, 2024, 1:43 PM IST

ipl 2024: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ରହିଛି ଦୁଇଟି ମ୍ୟାଚ । ପ୍ରଥମେ ପଞ୍ଜାବ ଓ ଚେନ୍ନାଇ ମଧ୍ୟରେ ହେବ ମୁକାବିଲା । ସନ୍ଧ୍ୟାରେ କୋଲକାତା ଓ ଲକ୍ଷ୍ନୌ ମଧ୍ୟରେ ହେବ ମ୍ୟାଚ । ଅଧିକ ପଢନ୍ତୁ

IPL 2024
IPL 2024 (@PunjabKingsIPL@CskIPLTeam@KKRiders@LucknowIPL)

ଶିମଲା: ଆଇପିଏଲରେ ଆଜି ରହିଛି ଡବଲ ହେର୍ଡର ମ୍ୟାଚ । 53ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । 54ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ପୂର୍ବ ପରାଜୟ ପ୍ରତିଶୋଧ ନେବା ଲକ୍ଷ୍ୟରେ ସିଏସକେ । ପଏଣ୍ଟ ତାଲିକାର ଶୀର୍ଷରେ ରହିବାକୁ ଜୋରଦାର ସଂଘର୍ଷ କରିବ କେକେଆର ।

ଅପରାହ୍ନ 3ଟା 30ରେ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ପଞ୍ଜାବ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହେବ । ଦୁଇ ଦଳ ଆଜିର ମ୍ୟାଚ ପାଇଁ ପୁରା ପ୍ରସ୍ତୁତ । ବିଜୟ ଧାରା ଜାରି ରଖିବା ସହ ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଜୋରଦାର ପ୍ରସ୍ତୁତି କରିଛି ପଞ୍ଜାବ । ସେପଟେ ପୂର୍ବ ମ୍ୟାଚରେ ପଞ୍ଜାବ ଠାରୁ ଚେନ୍ନାଇ ପରାସ୍ତ ହୋଇଥିବାରୁ ଆଜି ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଋତୁରାଜ ବାହିନୀ । ସିଏସକେ ବର୍ତ୍ତମାନ ପର୍ଯ୍ୟନ୍ତ 10ଟି ମ୍ୟାଚ ଖେଳି 5ଟିରେ ବିଜୟୀ ହେବା ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଆଜି ଋତୁରାଜ, ରାହାଣେ ଓ ଧୋନିଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଦଳ ଆଶାବାଦୀ । ସେହିପରି ପଞ୍ଜାବ 10ଟି ମ୍ୟାଚ ଖେଳି 4ଟିରେ ବିଜୟୀ ହୋଇ ଅଷ୍ଟମ ସ୍ଥାନରେ ରହିଛି । ଚଳିତ ସିଜିନରେ ପ୍ରଦର୍ଶନକୁ ଦେଖିଲେ ଆଜି ସିଏସକେର ପଲ୍ଲା ଭାରି ରହିବା ଆକଳନ କରାଯାଉଛି । ଆଜିର ମ୍ୟାଚରେ ଶଶାଙ୍କ ସିଂ, ଜନି ବେରଷ୍ଟୋ, ରୋସଓ୍ବି ଓ ରିଲେଙ୍କ ବ୍ୟାଟିଂ ଉପରେ ଦଳୀୟ ସ୍କୋର ନିର୍ଭରଶୀଳ ।

ଏହା ମଧ୍ୟ ପଢନ୍ତୁ-ଅରେଞ୍ଜ ଓ ପର୍ପଲ କ୍ୟାପ ରେସ୍, ଦେଖନ୍ତୁ କିଏ ଆଗରେ ? - IPL 2024

ସନ୍ଧ୍ୟା 7ଟା 30ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଏକନ୍ନା ଷ୍ଟାଡିୟମରେ ଖେଳାଯିବ । ଏହି ଦୁଇ ଦଳ ଏପ୍ରିଲ 14 ତାରିଖରେ ପରସ୍ପରକୁ ଇଡେନ ଗାର୍ଡେନରେ ଭେଟିଥିଲେ । ଏହି ମ୍ୟାଚରେ ବିଜୟୀ ହୋଇଥିଲା କେକେଆର । ତେଣୁ ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ଲକ୍ଷ୍ନୌ ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛି । ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ କେକେଆର ପାଇଁ ଶେଷ ସୁଯୋଗ ରହିଛି । ଦଳ ବିଜୟୀ ହେଲେ ପ୍ଲେ ଅଫ ରାସ୍ତା ପରିଷ୍କାର ହେବ । ସେହିପରି କୋଲକାତାକୁ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିବାକୁ ଲକ୍ଷ୍ନୌ ଲକ୍ଷ୍ୟ ରଖିଛି । ଦୁଇ ଦଳ ମଧ୍ୟରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.