ETV Bharat / politics

ପଦ୍ମ ଧରିବେ ସମୀର ଦାସ ! ଚର୍ଚ୍ଚା ବଢାଇଲା ପ୍ରଭାତୀ ପରିଡାଙ୍କ ବୟାନ - Samir Dash may Join BJP

author img

By ETV Bharat Odisha Team

Published : Apr 30, 2024, 9:13 PM IST

Samir Dash may Join BJP
Samir Dash may Join BJP

Samir Dash may Join BJP: ବିଜେପିରେ ସାମିଲ ହୋଇପାରନ୍ତି ସମୀର ଦାସ । ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା । ଟିକଟ ନମିଳିବାରୁ ଅସନ୍ତୁଷ୍ଟ ଅଛନ୍ତି ସମୀର ଓ ସମର୍ଥକ । ଅଧିକ ପଢ଼ନ୍ତୁ

Samir Dash may Join BJP

ଭୁବନେଶ୍ବର: ବିଜେପିରେ ସାମିଲ ହୋଇପାରନ୍ତି ସମୀର ଦାସ । ଚର୍ଚ୍ଚା ବଢାଇଲା ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କ ବୟାନ । ସମୀର ସମୀକରଣ ବଦଳାଇପାରିବେ ବୋଲି କହିଛନ୍ତି ନିମାପଡ଼ାରୁ ବିଜେପି ବିଧାୟିକା ପ୍ରାର୍ଥିନୀ ପ୍ରଭାତି ପରିଡ଼ା । ତେବେ ଟିକଟ ନମିଳିବାରୁ ବିଭିନ୍ନ ସଭା ସମିତି କରି ବାରମ୍ବାର ଶକ୍ତି ପ୍ରଦର୍ଶନ କରୁଛନ୍ତି ସମୀର । ଏପରିକି ଟିକଟ ନମିଳିଲେ ସ୍ବାଧୀନ ଲଢ଼ିବା ପାଇଁ ଏକ ସଭାରେ ସମୀରଙ୍କ ସମର୍ଥକ ଦାବି କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଆହୁରି ମଧ୍ୟ ସମୀର ବିଜେପିରେ ମିଶିବା ଚର୍ଚ୍ଚା ଆଗେଇ ଚାଲିଛି । ଏହାରି ଭିତରେ ପ୍ରଭାତୀଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।

ପ୍ରଭାତୀ ପରିଡା କହିଛନ୍ତି, "ସମୀର ସମୀକରଣ ବଦଳାଇପାରିବେ । ଜଣେ ଯଦି ୩ ବର୍ଷର ମନ୍ତ୍ରୀ ଏବଂ ଏମ୍‌ଏଲ୍‌ଏ ଅଛନ୍ତି, ତାଙ୍କର ନିଜସ୍ବ ସଂଗଠନ ମଧ୍ୟ ଅଛି । ସେ ଚାହିଁଲେ ସଂଗଠନ ବଦଳାଇପାରିବେ । ଜନତା ଏଥର ପ୍ରଭାତୀ ପରିଡା ଏବଂ ବିଜେପି ସପକ୍ଷରେ ଅଛନ୍ତି ।" ଅନ୍ୟପଟେ ସମୀର ଦାସ ଦିଲ୍ଲୀ ଗସ୍ତରେ ଥିବା ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି । ଯଦି ସମୀର ଦାସ ବିଜେପିରେ ଯୋଗ ଦିଅନ୍ତି, ତେବେ ଏଥର ନିର୍ବାଚନରେ ବିଶେଷ କରି ନିମାପଡ଼ାରେ ବିଜେପିକୁ ଏହା ବେଶ ଫାଇଦା ହୋଇପାରେ ।

ସେହିପରି ପ୍ରଭାତୀ ପରିଡା କହିଛନ୍ତି, "ଆମ ଅଞ୍ଚଳରେ ନିଶ୍ଚିତ ଭାବେ ସମୀକରଣ ବଦଳିବ । ତାଙ୍କର ଯେଉଁ ନେତା ଥିଲେ, ସେ ଟିକଟରୁ ବଞ୍ଚିତ ହୋଇଛନ୍ତି । ଆମ ଦଳରେ ଯିଏ ସାମିଲ ହୋଇଥିଲେ, ୩ ବର୍ଷରେ ୫ ଥର ଦଳ ବଦଳ କରି ତାଙ୍କ ଦଳରୁ ଟିକଟ ପାଇଛନ୍ତି । ଲୋକ ଏହାର ବିଚାର କରିବେ । ଯାହାର ସଂଗଠନ ନାହିଁ, ଜମି କାରବାରରେ ଶହ ଶହ ଲୋକଙ୍କୁ ଠକିଥିବା ଲୋକ ଏବେ ବିଜେଡି ପ୍ରାର୍ଥୀ । ସ୍ଥାୟିତ୍ବ ଏବଂ ସ୍ଥିରତାକୁ ନିମାପଡାବାସୀ ଭୋଟ ଦେଇ ଜିତାଇବେ । ରାଜ୍ୟରେ ଏବେ ଦୁଇଟି ଦଳ ଅଛି । ଯିଏ ବିଜେଡିରେ ଅଛି, ବିଜେପିକୁ ଆସୁଛନ୍ତି ଏବଂ ବିଜେପିରୁ ବିଜେଡିକୁ ଯାଉଛନ୍ତି । ତେଣୁ ଯିଏ ବି ଆସିବ ଆମେ ତାଙ୍କୁ ସ୍ବାଗତ କରିବୁ ।

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀପଙ୍କ ଶକ୍ତି ପ୍ରଦର୍ଶନକୁ ସମୀରଙ୍କ କଟାକ୍ଷ, 'ଏତେ କମ୍ ସଂଖ୍ୟାରେ ଶୋଭାଯାତ୍ରା ହାସ୍ୟାସ୍ପଦ' - BJD Dispute In Nimapada

ସୂଚନାଯୋଗ୍ୟ, ନିମାପଡ଼ା ଅଞ୍ଚଳରେ ସମୀର ଦାସଙ୍କ ଦବଦବା ଥିବାବେଳେ ବିଜେଡି କିନ୍ତୁ ତାଙ୍କୁ ଏଥର ଭରସା କରିନାହିଁ । ତାଙ୍କୁ ଟିକଟ ନମିଳିବା ପରେ ସେ ତାଙ୍କ ସମର୍ଥକଙ୍କ ସମେତ ନିମାପଡ଼ାରେ ଏକାଧିକ ଥର ଶକ୍ତି ପ୍ରଦର୍ଶନ କରିଥିଲେ । ଏହା ସହିତ ତାଙ୍କୁ ନବୀନ ନିବାସ ବି ଡାକରା ଦିଆଯାଇଥିଲା । ହେଲେ କୌଣସି ସମାଧାନ ହୋଇନଥିଲା । ସମୀର ଦାସ ଦଳ ଛାଡିବେ ଯଦି ତାଙ୍କ ସମର୍ଥକଙ୍କ ସହିତ ଦଳ ଛାଡିବେ । ଯଦି ସେ ବିଜେପିରେ ଯୋଗ ଦିଅନ୍ତି, ତେବେ ଏହା ବିଜେପି ପାଇଁ ବେଶ ଫାଇଦା ହେବ ।

ଇଟିଭି ଭାରତ, ଭୁବନେଶ୍ବର

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.